Advertisment

ରାମଲଲାଙ୍କୁ ମନ ଖୋଲି ଦାନ କଲେ ଅମ୍ବାନୀ, ୧୧ କୋଟି ଦେଲେ ହୀରା ବ୍ୟବସାୟୀ

ଏହି ଅବସରରେ ଅମ୍ବାନୀ ପରିବାର ପକ୍ଷରୁ ରାମ ମନ୍ଦିରକୁ ଖୋଲା ହସ୍ତରେ ଦାନ କରାଯାଇଛି।

Ambani Family

Ambani Family

Advertisment

ଅଯୋଧ୍ୟା ରାମ ମନ୍ଦିରରେ ଗତକାଲି ସଂପନ୍ନ ହୋଇଛି ବହୁ ପ୍ରତିକ୍ଷିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ଛବି ସମସ୍ତଙ୍କ ମନ ମୋହୁଛି। ସମଗ୍ର ଦେଶ ହୋଇ ଉଠିଛି ରାମମୟ।

Advertisment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ଦେଶର ବହୁ ଆଗଧାଡ଼ିର ଉଦ୍ୟୋଗପତି ଯୋଗ ଦେଇଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜ ପୂରା ପରିବାର ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ପତ୍ନୀ ନୀତା ଅମ୍ବାନୀ, ୨ ପୁଅ ଆକାଶ, ଅନନ୍ତ ଅମ୍ବାନୀ, ବୋହୂ ଶ୍ଲୋକା ମେହେଟ୍ଟା, ଝିଅଜ୍ୱାଇଁ ଇଶା ଅମ୍ବାନୀ ଓ ଆନନ୍ଦ ପିରାମିଲଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ ମୁକେଶ ଅମ୍ବାନୀ ।

ଏହି ଅବସରରେ ଅମ୍ବାନୀ ପରିବାର ପକ୍ଷରୁ ରାମ ମନ୍ଦିରକୁ ଖୋଲା ହସ୍ତରେ ଦାନ କରାଯାଇଛି। ଦେଶର ୧ ନଂ ବିଜନେସ ଫ୍ୟାମିଲି ପକ୍ଷରୁ ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରାଯାଇଥିବା ଜଣାଯାଇଛି।

Advertisment

ପ୍ରଭୁ ରାମଙ୍କ ଦର୍ଶନର ସୌଭାଗ୍ୟ ପାଇ ଅମ୍ବାନୀ ଫ୍ୟାମିଲି ସଦସ୍ୟ ଖୁବ୍‌ ଖୁସି ଥିଲେ। କଡ଼ା ସୁରକ୍ଷା ମଧ୍ୟରେ ସେମାନେ ପ୍ରଭୁ ରାମଙ୍କ ଦର୍ଶନ କରିଥିଲେ। ରାମଙ୍କ ଭକ୍ତିରେ ଉବୁଟୁବୁ ହୋଇ ଉଠିଥିବା ସୁରତର ଜଣେ ବ୍ୟବସାୟୀ ୧୧ କୋଟିର ହୀରା ମୁକୁଟ ଦାନ କରିଛନ୍ତି।

ସୁରତର ବ୍ୟବସାୟୀ ତଥା ଗ୍ରୀନ୍ ଲ୍ୟାବ ଡାଇମଣ୍ଡ କମ୍ପାନୀ ମାଲିକ ମୁକେଶ ପଟେଲ ଏହି ମୁକୁଟ ଦାନ କରିଛନ୍ତି। ସୁନାରେ ତିଆରି ଏହି ମୁକୁଟରେ ହୀରା ଖଚିତ ହୋଇଛି। ମୁକୁଟର ଓଜନ ୬ କିଲୋଗ୍ରାମ। ଏଥିରେ ସାଢେ ୪ କିଲୋଗ୍ରାମ ସୁନା ବ୍ୟବହାର ହୋଇଛି।

ମୁକୁଟରେ ଛୋଟ ଏବଂ ବଡ ଧରଣର ହୀରା, ମାଣିକ, ମୋତି ଏବଂ ନୀଲମ ରତ୍ନ ଖଞ୍ଜା ଯାଇଛି। ଏହି ମୁକୁଟ ରାମ ଲଲାଙ୍କ ମସ୍ତକରେ ଶୋଭା ପାଉଛି ।   

ରାମ ଲଲାଙ୍କ ପାଇଁ ଦାନ କରିଥିବା ବ୍ୟବସାୟୀଙ୍କ ମଧ୍ୟରେ ମୁକେଶ ତୃତୀୟ ସ୍ଥାନରେ ଅଛନ୍ତି। ଏହା ପୂର୍ବରୁ ସୁରତର ହୀରା ବ୍ୟବସାୟୀ ଦୀଲିପ କୁମାର ଅଯୋଧ୍ୟା ଶ୍ରୀ ରାମ ମନ୍ଦିରକୁ ୧୦୧ କିଲୋଗ୍ରାମ ସୁନା ଦାନ କରିଥିଲେ। ଯାହାର ମୂଲ୍ୟ ୬୮ କୋଟି ଟଙ୍କା ହେବ। ଏହି ସୁନାରେ ମନ୍ଦିରର ଦ୍ୱାରରେ ସୁନା ଛାଉଣୀ କରାଯାଇଛି।

Ayodhya Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe