Advertisment

'୨୦ କୋଟି ଦିଅ, ନହେଲେ ମାରିଦେବୁ', ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ

ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ପରେ ମୁକେଶ ଅମ୍ବାନିଙ୍କ ସିକ୍ୟୁରିଟି ଇନ୍‌ଚାର୍ଜ ପୁଲିସକୁ ଏନେଇ ସୂଚନା ଦେଇଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
mukesh-ambani

mukesh-ambani

ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ। କେହି ଜଣେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛି। ଏଥି ସହ ୨୦ କୋଟି ଟଙ୍କା ମାଗିଥିବା ଅଭିଯୋଗ ହୋଇଛି। ପୁଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂଚନା ମୁତାବକ, ଅକ୍ଟୋବର ୨୭ ତାରିଖ ଦିନ ମୁକେଶ ଅମ୍ବାନିଙ୍କ କମ୍ପାନୀ ଇ-ମେଲ୍‌କୁ ଜଣେ ବ୍ୟକ୍ତି ଧମକପୂର୍ଣ୍ଣ ଇମେଲ୍‌ ପଠାଇଛନ୍ତି। ଏଥିରେ ଇଂରାଜୀରେ 'IF you don’t give us 20 crore rupees, we will kill you, we have the best shooters in India' ଲେଖା ଅଛି। ଅର୍ଥାତ ଆପଣ ଆମକୁ ୨୦ କୋଟି ଟଙ୍କା ନ ଦେଲେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମ ପାଖରେ ଭାରତର ସର୍ବୋତ୍ତମ ସୁଟର୍‌ ଅଛନ୍ତି। ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଶାଦବ ଖାନ୍‌ ନାମରେ ଆସିଛି।

ଧମକପୂର୍ଣ୍ଣ ଇ-ମେଲ୍‌ ଆସିବା ପରେ ମୁକେଶ ଅମ୍ବାନିଙ୍କ ସିକ୍ୟୁରିଟି ଇନ୍‌ଚାର୍ଜ ପୁଲିସକୁ ଏନେଇ ସୂଚନା ଦେଇଥିଲେ। ଅଭିଯୋଗ ଆଧାରରେ ମୁମ୍ବାଇ ଗାମେଦେବୀ ପୁଲିସ ଧାରା ୩୮୭ ଓ ୫୦୬(୨) ଆଧାରରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଉଲ୍ଲେଖ‌ଯୋଗ୍ୟ, ମୁକେଶ ଅମ୍ବାନିଙ୍କୁ ଏଭଳି ହତ୍ୟା ଧମକ ମିଳିବା ପ୍ରଥମ ଘଟଣା ନୁହେଁ। ଗତବର୍ଷ ମୁକେଶ ଅମ୍ବାନି ଓ ତାଙ୍କ ପରିବାରବର୍ଗଙ୍କୁ ଫୋନ୍‌ ଯୋଗ‌େ ହତ୍ୟା ଧମକ ମିଳିଥିଲା। ଏହାପରେ ଏହି ମାମଲାରେ ବିହାରର ଦରଭଙ୍ଗା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା।

Mumbai Police Mukesh Ambani Death Threat