Advertisment

ପୁଣି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ, ମାଗିଲେ ୪୦୦ କୋଟି

୪ ଦିନ ଭିତରେ ମୁକେଶ ଅମ୍ବାନିଙ୍କୁ ତୃତୀୟ ଥର ପାଇଁ ଏଭଳି ଧମକ ମିଳିଥିବା ପୁଲିସ ମଙ୍ଗଳବାର ସୂଚନା ଦେଇଛି। ପୁଣି ମୁକେଶ ଅମ୍ବାନିଙ୍କୁ ହତ୍ୟା ଧମକ, ମାଗିଲେ ୪୦୦ କୋଟି

undefined

Mukesh Ambani

Advertisment

ଦେଶର ସବୁଠୁ ଧନୀ ବ୍ୟକ୍ତି ତଥା ବିଶିଷ୍ଟ ଉଦ୍ୟୋଗପତି ମୁକେଶ ଅମ୍ବାନିଙ୍କୁ ପୁଣି ମିଳିଛି ହତ୍ୟା ଧମକ। ଜଣେ ଅଜଣା ବ୍ୟକ୍ତି ପୁଣି ଥରେ ଇ-ମେଲ୍‌ ଜରିଆରେ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଛି। ହେଲେ ଏଥର ଦୁର୍ବୃତ୍ତମାନେ ତାଙ୍କ ଠାରୁ ୪୦୦ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି। ୪ ଦିନ ଭିତରେ ମୁକେଶ ଅମ୍ବାନିଙ୍କୁ ତୃତୀୟ ଥର ପାଇଁ ଏଭଳି ଧମକ ମିଳିଥିବା ପୁଲିସ ମଙ୍ଗଳବାର ସୂଚନା ଦେଇଛି।

Advertisment

ସୋମବାର ଅମ୍ବାନିଙ୍କ କମ୍ପାନୀକୁ ଏହି ଧମକପୂର୍ଣ୍ଣ ଇ-ମେଲ୍‌ ଆସିଛି। ଏହି ଇ-ମେଲ୍‌ଟି ସଦାବ ଖାନ୍ ନାଁରେ ଆସିଛି। ଜଣେ ଅଧିକାରୀ କହିଛନ୍ତି ଯେ ଚାରି ଦିନ ମଧ୍ୟରେ ମୁକେଶ ଅମ୍ବାନୀଙ୍କୁ ପଠାଯାଇଥିବା ଏହା ହେଉଛି ତୃତୀୟ ଧମକପୂର୍ଣ୍ଣ ଇ-ମେଲ। ଏଥର ଧମକ ଦେଉଥିବା ବ୍ୟକ୍ତି ଇ-ମେଲରେ ଲେଖିଛନ୍ତି, 'ତୁମେ ଆମ କଥା ଶୁଣିଲନି, ତେଣୁ ଡିମାଣ୍ଡ ରାଶି ବଢ଼ି ୪୦୦ କୋଟିରେ ପହଞ୍ଚିଛି, ତୁମର ସୁରକ୍ଷା ଯେତେ କଡାକଡି ହେଉନା କାହିଁକି ଆମ ପାଖରେ ଯଥେଷ୍ଟ ସ୍ନାଇପର ଅଛନ୍ତି।'

ଏହାପୂର୍ବରୁ ମୁକେଶ ଅମ୍ବାନିଙ୍କୁ ଦୁଇଥର ଧମକ ଦିଆଯାଇଥିଲା। ପ୍ରଥମ ଥର ମୁକେଶ ଅମ୍ବାନିଙ୍କ ଠାରୁ ୨୦ କୋଟି ଟଙ୍କା ଏବଂ ଦ୍ୱିତୀୟ ଥର ପାଇଁ ୨୦୦ କୋଟି ଟଙ୍କା ଦାବି କରାଯାଇଥିଲା। ତୃତୀୟ ଧମକପୂର୍ଣ୍ଣ ଇମେଲ ମଧ୍ୟ ସେହି ଠିକଣାରୁ ଆସିଛି ଯେଉଁଠାରୁ ପୂର୍ବ ଦୁଇଟି ଧମକପୂର୍ଣ୍ଣ ଇମେଲ ଆସିଥିଲା। ତୃତୀୟ ମେଲରେ ୪୦୦ କୋଟି ଟଙ୍କା ଦାବି କରାଯାଇଛି।

Advertisment

ସେପଟେ ମୁମ୍ବାଇ ପୁଲିସ ଉଭୟ ମେଲର ଯାଞ୍ଚ ଏବଂ ପ୍ରେରକଙ୍କ ସ୍ଥାନ ଖୋଜିବାରେ ବ୍ୟସ୍ତ ଅଛି। ବେଲଜିୟମର ଭର୍ଚୁଆଲ ପ୍ରାଇଭେଟ ନେଟୱାର୍କ କମ୍ପାନୀ (ଭିପିଏନ) ରୁ ପଠାଯାଇଥିବା ଧମକପୂର୍ଣ୍ଣ ମେଲ ବିଷୟରେ ସୂଚନା ପାଇବା ପାଇଁ ପୁଲିସ ଇଣ୍ଟରପୋଲରୁ ସାହାଯ୍ୟ ମାଗିଛି। କୁହାଯାଉଛି ଯେ ଏହାର ଆଇପି ଠିକଣା ବେଲଜିୟମରୁ ଆସିଛି ଏବଂ ଏହି ମେଲ shadabkhan@mailfence.com ରୁ ପଠାଯାଇଛି।

Mukesh Ambani Death Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe