Advertisment

ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ନିର୍ମମ ହତ୍ୟା, SIT ଟିମ୍‌ ଗଠିତ

ହତ୍ୟାର ଶିକାର ହୋଇଥିବା ବୃଦ୍ଧଜଣକ ହେଲେ ଜୀତନ ସାହାଣୀ । ସେ ବିହାରର ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟି (VIP) ପ୍ରମୁଖ ମୁକେଶ ସାହାଣୀଙ୍କ ପିତା ବୋଲି ଜଣାଯାଇଛି।

ଅଦ୍ୟତନ ହୋଇଛି
jitan-sahan  & son mukesh-sahani

jitan-sahan & son mukesh-sahani

Advertisment

ବିହାରରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ପୂର୍ବରୁ ସାଧାରଣ ଲୋକେ ହତ୍ୟାର ଶିକାର ହେଉଥିବା ବେଳେ ଏବେ ଜଣେ ପୂର୍ବତନ ମନ୍ତ୍ରୀଙ୍କ ପିତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଥିବା ବୃଦ୍ଧଜଣକ ହେଲେ ଜୀତନ ସାହାଣୀ । ସେ ବିହାରର ପୂର୍ବତନ ମନ୍ତ୍ରୀ ତଥା ବିକାଶଶୀଳ ଇନସାନ ପାର୍ଟି (VIP) ପ୍ରମୁଖ ମୁକେଶ ସାହାଣୀଙ୍କ ପିତା ବୋଲି ଜଣାଯାଇଛି।

Advertisment

ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ ରାଜ୍ୟର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏଥିନିମନ୍ତେ SIT ଟିମ୍‌ ଗଠିତ ହୋଇଛି।

ଦରଭଙ୍ଗା ଜିଲ୍ଲାର ଅଫଜଲା ପଞ୍ଚାୟତରେ ଜୀତନ ସାହାଣୀଙ୍କ ପୈତୃକ ଘରେ ଏହି ହତ୍ୟାକାଣ୍ଡ ଘଟିଛି। ଜୀତନ ସାହାଣୀଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ସେ ଏହି ଘରେ ଏକୁଟିଆ ରହୁଥିଲେ। ଧାରୁଆ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ କିଏ ଓ କାହିଁକି ଏପରି କାଣ୍ଡ ଘଟାଇଛି ତାହାର ତଦନ୍ତ କରୁଛି ପୁଲିସ୍‌।

Advertisment

ପୁଲିସ୍‌ର ପ୍ରାଥମିକ ତଦନ୍ତରୁ ଜଣାଯାଇଛି, ଚୋରି ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତ ରାତିରେ ଜୀତନଙ୍କ ଘରେ ପଶିଥିଲେ। ଜୀତନ ଏହାର ବିରୋଧ କରିବାରୁ ସେମାନେ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ଅତ୍ୟଧିକ ରକ୍ତସ୍ରାବ ହେତୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ପରେ ପାଖପଡ଼ୋଶୀ ଏନେଇ ଜାଣିବା ପରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଂଝି ଏହି ଘଟଣା ତାଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ଏଥିସହ ଶୋକ ସନ୍ତପ୍ତ ପରିବାରକୁ ସ୍ୱାନ୍ତନା ଜଣାଇଛନ୍ତି।

ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ କହିଛନ୍ତି, ମୁକେଶ ସାହାଣୀ ଜଣେ ରାଜନେତା ଥିବା ବେଳେ ତାଙ୍କ ପିତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା ଘଟଣାକୁ ତୀବ୍ର ନିନ୍ଦା କରୁଛୁ। ଅପରାଧିଙ୍କୁ ଖୁବ୍‌ ଶୀଘ୍ର କାବୁ କରାଯିବ ।

ଆରଜେଡି ପକ୍ଷରୁ କୁହାଯାଇଛି, ବିହାରରେ ଏବେ କେହି ସୁରକ୍ଷିତ ନୁହନ୍ତି। ଲଗାତର ଭାବେ ଅପରାଧ ସଂଖ୍ୟା ବଢ଼ି ଚାଲିଛି। ଏଠାରେ ଲୋକଙ୍କ ସୁରକ୍ଷା ପୁଲିସ୍‌ ନୁହେଁ, ଭଗବାନଙ୍କ ହାତରେ ରହିଛି।

ଏନେଇ ଶାସକ ଦଳ ଜେଡିୟ ପକ୍ଷରୁ କୁହାଯାଇଛି, ମୁକେଶ ସାହାଣୀଙ୍କ ପିତାଙ୍କ ହତ୍ୟା ଘଟଣା ଖୁବ୍‌ ମର୍ମାହତ କରିଛି। ପୁଲିସ୍‌ ସମଗ୍ର ମାମଲାର ଯାଞ୍ଚ କରୁଛି। ଅପରାଧି ପାତାଳରେ ଲୁଚିଥିଲେ ବି ତାକୁ ଖୋଜି ବାହର କରାଯିବ ଓ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବ ।

Murder Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe