Advertisment

ସରିଲା ମୁଖତାର ଅନସାରୀଙ୍କ ଶେଷକୃତ୍ୟ, ମୁହଁ ଦେଖି ପାରିଲେନି ପତ୍ନୀ

୧୭ ବର୍ଷରୁ ଅଧିକ ସମୟ ଧରି ଜେଲରେ ବନ୍ଦୀ ଥିବା ମୁଖତାର ଅନସାରୀଙ୍କ ଗୁରୁବାର ରାତିରେ ହଠାତ୍‌ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିଲା।

author-image
Madhupriya Mistry
Mukhtar Ansari Funeral

Mukhtar Ansari Funeral

ସରିଲା ମାଫିଆ ଡନ୍‌ ତଥା ପୂର୍ବତନ ବିଧାୟକ ମୁଖତାର ଅନସାରୀଙ୍କ ଶେଷକୃତ୍ୟ। ଉତ୍ତରପ୍ରଦେଶର ୬୦ ବର୍ଷୀୟ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର ଅନସାରୀଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଗାଜିପୁରର କାଲିବାଗ କବ୍ରିସ୍ତାନରେ କବର ଦିଆଯାଇଛି। ଗୁରୁବାର ରାତିରେ ଜେଲ ଭିତରେ ହୃଦ୍‌ଘାତରେ ସେ ପ୍ରାଣ ହରାଇଥିଲେ।

Advertisment

ଅନସାରୀଙ୍କ ଅନ୍ତିମ ସଂସ୍କାରରେ ଭାଗ ନେବାକୁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ, କିନ୍ତୁ କେବଳ ପରିବାର ଲୋକଙ୍କୁ ହିଁ ଏଥିରେ ସାମିଲ ହେବାକୁ ଅନୁମତି ମିଳିଥିଲା। ତାଙ୍କ ପରିବାର ଲୋକେ ହିଁ ଅନସାରୀଙ୍କ କବରରେ ମାଟି ପକାଇବାକୁ ପ୍ରସାଶନ ଅନୁମତି ଦେଇଥିଲା। ତେବେ ଅନସାରୀଙ୍କ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ପତ୍ନୀ ଶେଷଥର ପାଇଁ ତାଙ୍କ ମୁହଁ ଦେଖିପାରି ନଥିଲେ।

ମୁଖତାରଙ୍କ ଅନ୍ତିମ ସଂସ୍କାର ସମୟରେ କବ୍ରିସ୍ତାନ ବାହାରେ ତାଙ୍କ ସମର୍ଥକଙ୍କ ପ୍ରବଳ ଭିଡ ଜମିଥିଲା। କେବଳ ସେତିକି ନୁହେଁ ସେମାନେ ଏକାଡି ଜିନ୍ଦାବାଦ ନାରା ମଧ୍ୟ ଦେଇଥିଲେ। ଅନ୍ତିମ ସଂସ୍କାରରେ ପତ୍ନୀ ଏବଂ ପୁଅ ଅବ୍ବାସଙ୍କ ବ୍ୟତୀତ ସମସ୍ତ ପରିବାର ସଦସ୍ୟ ଯୋଗ ଦେଇଥିଲେ।

Advertisment

ଶନିବାର ଦିନ ପ୍ରାୟ ୯ଟା ୩୦ ସମୟରେ ମାଫିଆ ଡନ୍ ଏବଂ ପୂର୍ବତନ ବିଧାୟକ ମୁଖାର୍ ଅନସାରୀଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ହଜାର ହଜାର ସମର୍ଥକ ମୁଖତାର ଅନସାରୀଙ୍କ ବାସଭବନରୁ ସମାଧି ପର୍ଯ୍ୟନ୍ତ ୫୦୦ ମିଟର ଦୂରତାରେ ଏକାଠି ହୋଇଥିଲେ। ସମାଧି ପୂର୍ବରୁ ଘରଠାରୁ ୨୦୦ ମିଟର ଦୂରରେ ଥିବା ପ୍ରିନ୍ସ ହଲ୍ ପଡିଆରେ ଅନ୍ତିମ ନମାଜ ପାଠ କରାଯାଇଥିଲା।

୧୭ ବର୍ଷରୁ ଅଧିକ ସମୟ ଧରି ଜେଲରେ ବନ୍ଦୀ ଥିବା ମୁଖତାର ଅନସାରୀଙ୍କ ଗୁରୁବାର ରାତିରେ ହଠାତ୍‌ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିଲା। ଉତ୍ତରପ୍ରଦେଶର ବାନ୍ଦା ଜେଲରେ ସେ ବନ୍ଦୀ ଥିଲେ। ତେବେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅନସାରୀଙ୍କ ମୃତ୍ୟୁକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ମୁଖତାରଙ୍କୁ ବିଷ ଦେଇ ମାରି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ଏହାକୁ ନେଇ ଉତ୍ତେଜନା ବଢ଼ିଛି। ସାଂପ୍ରଦାୟିକ ଉତ୍ତେଜନା ଦୃଷ୍ଟିରୁ ଉତ୍ତରପ୍ରଦେଶ ସରକାର ରାଜ୍ୟରେ ହାଇଆଲର୍ଟ ଜାରି କରିଛନ୍ତି। ମୁଖତାରଙ୍କ ପ୍ରଭାବ ରହିଥିବା ମଉ ଏବଂ ଗାଜିପୁରରେ ୧୪୪ ଧାରା ଜାରି କରାଯାଇଛି।

Uttar Pradesh Mukhtar Ansari Death Gazipur