/odisha-reporter/media/post_attachments/uploadimage/library/16_9/16_9_0/Mukul_Roy_1720268446.jpg)
Mukul Roy
ବାଥରୁମରେ ପଡ଼ି ଗୁରୁବାର ଆହତ ହୋଥିବା ବରିଷ୍ଠ ଟିଏମସି ନେତା ମୁକୁଲ ରୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେ ସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ତାଙ୍କ ଅବସ୍ଥାରେ ସୁଧାର ଆସି ପାରି ନାହିଁ।
ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମୁକୁଲ ରୟଙ୍କ ଅବସ୍ଥା ଗୁରୁତର ରହିଛି। କିନ୍ତୁ ଏହା ସ୍ଥିର ଅଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।
ଗୁରୁବାର ମୁକୁଲ ରୟ ତାଙ୍କ ଘରର ବାଥରୁମରେ ପଡ଼ି ଯାଇଥିଲେ। ସେ ତଳେ ପଡ଼ି ଅଚେତ ହୋଇଯିବାରୁ ତାଙ୍କୁ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତଳେ ପଡ଼ିବା ସମୟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ଅଚେତ ହେବା ପୂର୍ବରୁ ବାନ୍ତି କରିଥିଲେ। ଏବେ ସେ ଭୁଲା ରୋଗରେ ପୀଡ଼ିତ ରହିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ତାଙ୍କ ପୁଅ ଶୁଭ୍ରାଂଶୁ ରୟ କହିଛନ୍ତି।
ଟିଏମସିର ପ୍ରତିଷ୍ଠାତା ସଦସ୍ୟ ଭାବେ ଜଣାଶୁଣା ମୁକୁଲ ରୟ ୨୦୧୭ରେ ସେ ବିଜେପିରେ ସାମିଲ ହେବା ସହ ୨୦୨୧ ବିଧାନସଭା ନିର୍ବାଚନରେ କ୍ରିଷ୍ଣନଗର ଉତ୍ତର ଆସନରୁ ଜିତିଥିଲେ। ତେବେ ନିର୍ବାଚନ ଜିତିବା ପରେ ସେ ୨୦୨୩ ମସିହା ଜୁଲାଇ ମାସରେ ପୁଣି ଟିଏମସିକୁ ଫେରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
