Advertisment

ମୁକୁଲ ରୟଙ୍କ ଅବସ୍ଥା ସଙ୍କଟାପନ୍ନ, ବାଥରୁମରେ ପଡ଼ି ଯାଇଥିଲେ

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମୁକୁଲ ରୟଙ୍କ ଅବସ୍ଥା ଗୁରୁତର ରହିଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

Mukul Roy

Mukul Roy

Advertisment

ବାଥରୁମରେ ପଡ଼ି ଗୁରୁବାର ଆହତ ହୋଥିବା ବରିଷ୍ଠ ଟିଏମସି ନେତା ମୁକୁଲ ରୟଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ସେ ସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ତାଙ୍କ ଅବସ୍ଥାରେ ସୁଧାର ଆସି ପାରି ନାହିଁ।

Advertisment

ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ମୁକୁଲ ରୟଙ୍କ ଅବସ୍ଥା ଗୁରୁତର ରହିଛି। କିନ୍ତୁ ଏହା ସ୍ଥିର ଅଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।

ଗୁରୁବାର ମୁକୁଲ ରୟ ତାଙ୍କ ଘରର ବାଥରୁମରେ ପଡ଼ି ଯାଇଥିଲେ। ସେ ତଳେ ପଡ଼ି ଅଚେତ ହୋଇଯିବାରୁ ତାଙ୍କୁ କୋଲକାତାର ଗୋଟିଏ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତଳେ ପଡ଼ିବା ସମୟରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଓ ସେ ଅଚେତ ହେବା ପୂର୍ବରୁ ବାନ୍ତି କରିଥିଲେ। ଏବେ ସେ ଭୁଲା ରୋଗରେ ପୀଡ଼ିତ ରହିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ତାଙ୍କ ପୁଅ ଶୁଭ୍ରାଂଶୁ ରୟ କହିଛନ୍ତି।

Advertisment

ଟିଏମସିର ପ୍ରତିଷ୍ଠାତା ସଦସ୍ୟ ଭାବେ ଜଣାଶୁଣା ମୁକୁଲ ରୟ ୨୦୧୭ରେ ସେ ବିଜେପିରେ ସାମିଲ ହେବା ସହ ୨୦୨୧ ବିଧାନସଭା ନିର୍ବାଚନରେ କ୍ରିଷ୍ଣନଗର ଉତ୍ତର ଆସନରୁ ଜିତିଥିଲେ। ତେବେ ନିର୍ବାଚନ ଜିତିବା ପରେ ସେ ୨୦୨୩ ମସିହା ଜୁଲାଇ ମାସରେ ପୁଣି ଟିଏମସିକୁ ଫେରିଥିଲେ।

West Bengal TMC Mukul Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe