Advertisment

ମୁଁ ବିଜେପିରେ ଥିଲି ଓ ଅଛି, ଟିଏମସିରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି କହିଲେ ମୁକୁଲ ରୟ

୨୦୧୨୧ ବିଧାନସଭା ନିର୍ବାଚନରେ ମୁକୁଲ ରୟ ବିଜେପି ଟିକେଟରୁ ନିର୍ବାଚନ ଜିତିଥିଲେ। ତେବେ ନିର୍ବାଚନ ଜିତିବାର କିଛି ଦିନ ପରେ ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ସାଙ୍ଗରେ ଧରି ପୁଣି ଟିଏମସିକୁ ଫେରିଥିଲେ।

Mukul Roy

Mukul Roy

Advertisment

ଟିଏମସିର ଭେଟରାନ ନେତା ତଥା ଦଳର ଅନ୍ୟତମ ପ୍ରତିଷ୍ଠାତା ମୁକୁଲ ରୟ ଏବେ ବଡ଼ ବୟାନ ଦେଇଛନ୍ତି। ହଠାତ୍‌ ଅନ୍ତର୍ଦ୍ଧାନ ହୋଇ ଯାଇଥିବା ମୁକୁଲ ରୟ ଦିଲ୍ଲୀରେ ଡେରା ପକାଇବା ସହ ବିଜେପିର ଓକିଲାତି ଆରମ୍ଭ କରିଛନ୍ତି। ସେ ଟିଏମସି ଅଂଶ ବିଶେଷ ହୋଇ ଆଉ ନାହାନ୍ତି କିମ୍ବା ନଥିଲେ। ତେଣୁ ଟିଏମସିରୁ ଇସ୍ତଫା ଦେବାର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି।

Advertisment

ସେ ଆଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, “ଟିଏମସିରୁ ଇସ୍ତଫା ଦେବାର କୌଣସି କାରଣ ନାହିଁ। ମୁଁ ଟିଏମସିର ଅଂଶ ବିଶେଷ ନଥିଲି। ମୁଁ ଟିଏମସିରୁ ଅନେକ ଦିନ ଆଗରୁ ଇସ୍ତଫା ଦେଇ ସାରିଛି।”

୨୦୧୨୧ ବିଧାନସଭା ନିର୍ବାଚନରେ ମୁକୁଲ ରୟ ବିଜେପି ଟିକେଟରୁ ନିର୍ବାଚନ ଜିତିଥିଲେ। ତେବେ ନିର୍ବାଚନ ଜିତିବାର କିଛି ଦିନ ପରେ ସେ ତାଙ୍କ ପୁଅ ଶୁଭ୍ରାଂଶୁଙ୍କୁ ସାଙ୍ଗରେ ଧରି ପୁଣି ଟିଏମସିକୁ ଫେରିଥିଲେ। ଏହାକୁ ନେଇ ବିଜେପି ତାଙ୍କ ଉପରେ ଖପ୍ପା ହୋଇଥିଲା। କିନ୍ତୁ ଏବେ ମୁକୁଲ ରୟ କହିଛନ୍ତି, “ମୁଁ କାହାକୁ ଧୋକା ଦେଇନି।

Advertisment

ମୁଁ ବିଜେପି ସହ ଥିଲି ଓ ଏବେ ବି ବିଜେପି ସହ ରହିଛି। ମୁଁ ଅସୁସ୍ଥ ଥିବାରୁ ରାଜନୀତିରୁ ଦୂରେଇ ଯାଇଥିଲି। କିନ୍ତୁ ମୁଁ ଏବେ ଭଲ ଅଛି। ଏବେ ମୁଁ ବିଜେପି ପାଇଁ ପୁଣି କାମ କରିବାକୁ ଚାହୁଁଛି। ଯଦି ବିଜେପି ମୋତେ କୌଣସି କାମ ଦେବ, ତା’ହେଲେ ମୁଁ ସବୁ କରିବି।”

ବିଜେପିର କେନ୍ଦ୍ରୀୟ ନେତାଙ୍କୁ ସାକ୍ଷାତ କରିବାକୁ ସେ ଦିଲ୍ଲୀ ଆସିଛନ୍ତି କି ପ୍ରଶ୍ନର ଉତ୍ତରେ ମୁକୁଲ ରୟ କହିଛନ୍ତି, “ଦିଲ୍ଲୀରେ ମୋର ଗୋଟିଏ ଘର, ଗୋଟିଏ ବଙ୍ଗଳା ଅଛି। ମୁଁ ଏବେ ଦିଲ୍ଲୀରେ ରହିଛି। ଯଦି କେହି ମୋ ସହ କଥା ହେବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ହୋଇପାରିବେ। ମୁଁ ବିଜେପି ନେତୃବୃନ୍ଦ ସହ ସାକ୍ଷାତ କରିବାକୁ ଏଯାଏ ସମୟ ମାଗିନି।”

ସୋମବାର ମୁକୁଲ ରୟ ନିଖୋଜ ହୋଇଯାଇଥିବା ତାଙ୍କ ପୁଅ ଶୁଭ୍ରାଂଶୁ ଗଣମାଧ୍ୟମକୁ ସୂଚନା ଦେଇଥିଲା। ସେ ଏପରି କଥା କହିବାର କିଛି ଘଣ୍ଟା ପରେ ମୁକୁଲ ରୟ ଦିଲ୍ଲୀରେ ରହିଥିବା ଜଣାପଡ଼ିଥିଲା। ଗତକାଲି ରାତିରେ ଦିଲ୍ଲୀରେ ପହଞ୍ଚିଥିବା ମୁକୁଲ ରୟ କୌଣସି ନିର୍ଦ୍ଦିଷ୍ଟ କାରଣ ପାଇଁ ଆସି ନଥିବା ସଫେଇ ଦେଇଥିଲେ। ତେବେ ସେ ବିଜେପି ଆଡ଼କୁ ଢଳୁଥିବା ଚର୍ଚ୍ଚା ଜୋର ଧରିଛି।

Bjp Delhi TMC Mukul Roy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe