Advertisment

ମୁଲାୟମ ସିଂହ ଯାଦବଙ୍କ ସମେତ ୧୦୬ ଜଣ ପାଇବେ ପଦ୍ମ ପୁରସ୍କାର

ପଦ୍ମ ପୁରସ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଘୋଷଣା କରାଯାଇଥାଏ ।

author-image
Tapas Behera
ଅଦ୍ୟତନ ହୋଇଛି
Mulayam Singh Yadav

Mulayam Singh Yadav

 ୭୪ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶର ମର୍ଯ୍ୟାଦାଜନକ ପଦ୍ମପୁରସ୍କାର ଘୋଷଣା କରାଯାଇଛି। କେନ୍ଦ୍ର ସରକାର ‌ଆଜି ଏହି ପୁରସ୍କାର ଘୋଷଣା କରିଛନ୍ତି। ଚଳିତ ବର୍ଷ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ଘୋଷଣା କରାଯାଇଛି। ଏହି ତାଲିକାରେ ୬ ଜଣଙ୍କୁ ପଦ୍ମ ବିଭୂଷଣ, ୯ ଜଣଙ୍କୁ ପଦ୍ମଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରାଯିବ । ସେହିପରି ପୁରସ୍କାର ତାଲିକାରେ ୧୯ ଜଣ ମହିଳା ସ୍ଥାନ ପାଇଥିବା  ବେଳେ ୨ ଜଣ ବିଦେଶୀ ଏବଂ ୭ଟି ମରୋଣତ୍ତର ରହିଛି। ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ମୁଲାୟମ ସିଂହ ଯାଦବ, ମହାରାଷ୍ଟ୍ରର ଜାକିର ହୁସେନ୍ ଏବଂ କେଏମ ବିର୍ଲାଙ୍କ ସମେତ ମୋଟ ୧୦୬ ଜଣଙ୍କୁ ପଦ୍ମ ପୁରସ୍କାର ପାଇ ମନୋନିତ କରାଯାଇଛି ।

Advertisment

ସେହିପରି ବିଭିନ୍ନ କ୍ଷେତ୍ରରେ ଶୀର୍ଷ ସଫଳତା ଲାଭ କରିଥିବା ଓଡ଼ିଶାର ୪ ଜଣ ପରିଚିତ ବ୍ୟକ୍ତିତ୍ୱଙ୍କୁ ପଦ୍ମପୁରସ୍କାର ଲାଗି ମନୋନୀତ କରାଯାଇଛି। ସେମାନେ ହେଲେ କଳାକ୍ଷେତ୍ରରେ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷାରେ ଅନ୍ତର୍ଯ୍ୟାମୀ ମିଶ୍ର, କଳାକ୍ଷେତ୍ରରେ କୃଷ୍ଣ ପଟେଲ, କୃଷି କ୍ଷେତ୍ରରେ ପଟ୍ଟାୟତ ସାହୁ। ପଦ୍ମ ପୁରସ୍କାର ପ୍ରତି ବର୍ଷ ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଘୋଷଣା କରାଯାଇଥାଏ । ଏହାର କିଛି ମାସ ପରେ ଅର୍ଥାତ ମାର୍ଚ୍ଚ କିମ୍ବା ଏପ୍ରିଲରେ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ।

Padma Shri