/odisha-reporter/media/media_files/2026/01/19/pratik-2026-01-19-15-28-20.jpg)
ପ୍ରତୀକ ଓ ଅପର୍ଣ୍ଣା (ଫାଇଲ ଫଟୋ)
ଆଉ ଗୋଟିଏ ହାଇପ୍ରୋଫାଇଲ ବିବାହ ବିଚ୍ଛେଦ ଦେଖିବାକୁ ଯାଉଛି ଦେଶ। ସମାଜବାଦୀ ପାର୍ଟି(Samajwadi Party)ର ପ୍ରତିଷ୍ଠା ମୁଲାୟମ ସିଂହ ଯାଦବଙ୍କ ସାନ ପୁଅ ପ୍ରତୀପ ଯାଦବ ଓ ତାଙ୍କ ପତ୍ନୀ ଅପର୍ଣ୍ଣା ଅଲଗା ହେବାକୁ ଯାଉଛନ୍ତି। ପ୍ରତୀକ ହେଉଛନ୍ତି ସପା ମୁଖ୍ୟ ଅଖିଲେଶ ଯାଦବଙ୍କ ସାନ ଭାଇ। ଅପର୍ଣ୍ଣା ହେଉଛନ୍ତି ବିଜେପି ନେତ୍ରୀ।
ଅପର୍ଣ୍ଣା ଯାଦବ ତାଙ୍କ ପରିବାରକୁ ପୂରା ବର୍ବାଦ କରି ଦେଇଥିବା ଅଭିଯୋଗ କରିଛନ୍ତି ପ୍ରତୀକ। ଏଥିପାଇଁ ସେ ଖୁବଶୀଘ୍ର ଅପର୍ଣ୍ଣାଙ୍କୁ ଛାଡ଼ପତ୍ର ସେବାକୁ ଯାଉଥିବା କହିଛନ୍ତି। ଅପର୍ଣ୍ଣାଙ୍କ ଗୋଟିଏ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ତାଙ୍କୁ ପରିବାର ବିଧ୍ୱଂସକାରୀ ଓ ସ୍ୱାର୍ଥପର ବୋଲି କହିଛନ୍ତି ପ୍ରତୀକ।
ସେ କହିଛନ୍ତି, “ ଏହି ସ୍ୱାର୍ଥପର ମହିଳାଙ୍କୁ ମୁଁ ଯଥାଶୀଘ୍ର ସମ୍ଭବ ଛାଡ଼ପତ୍ର ଦେବାକୁ ଯାଉଛି। ସେ ମୋ ପରିବାର ମଧ୍ୟରେ ଥିବା ସମ୍ପର୍କକୁ ବର୍ବାଦ କରି ଦେଇଛନ୍ତି। ସେ କେବଳ ନିଜକୁ ପ୍ରଖ୍ୟାତ ଓ ପ୍ରଭାବଶାଳୀ କରିବାକୁ ଚାହାନ୍ତି। ଏବେ ମୁଁ ଅତ୍ୟନ୍ତ ଖରାମ ମାନସିକ ସ୍ଥିତିରେ ରହିଛି। ତଥାପି ଏଥିପ୍ରତି ତାଙ୍କର ଖାତିର ନାହିଁ। କାରଣ ସେ କେବଳ ନିଜ କଥା ହିଁ ଚିନ୍ତା କରନ୍ତି। ମୁଁ କେବେ ହେଲେ ଏଭଳି ଖରାପ ହୃଦୟର ଲୋକଙ୍କୁ ଦେଖି ନାହିଁ। ମୋର ଦୁର୍ଭାଗ୍ୟ ଯେ ମୁଁ ତାଙ୍କୁ ବାହା ହୋଇଥିଲି।”
ତେବେ ଅପର୍ଣ୍ଣାଙ୍କ ଭାଇ ଅମନ ବିଷ୍ଟଙ୍କ କହିବା କଥା ଯେ ପ୍ରତୀକଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ ହୋଇଥିଲା। କେହି ଏହାକୁ ହ୍ୟାକ କରି ଏପରି ପୋଷ୍ଟ କରିଥିବା ସେ କହିଛନ୍ତି। ପ୍ରତୀକ ଓ ଅପର୍ଣ୍ଣା ୨୦୧୧ରେ ବିବାହ କରିଥିଲେ। ସେମାନଙ୍କର ଜଣେ ଝିଅ ବି ଅଛନ୍ତି।
ଅପର୍ଣ୍ଣା ପ୍ରଥମେ ସପାର ସଦସ୍ୟ ଥିଲେ। ୨୦୧୭ରେ ଦଳ ପକ୍ଷରୁ ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ନିର୍ବାଚନ ମଣ୍ଡଳୀରୁ ଲଢ଼ିଥିଲେ ହେଁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ବିଜେପିର ରିତା ବହୁଗୁଣା ଯୋଶୀ ତାଙ୍କୁ ହରାଇଥିଲେ। ତେବେ ୨୦୨୨ରେ ସେ ଜାତୀୟତାବାଦ କଥା କହି ବିଜେପିରେ ସାମିଲ ହୋଇଥିଲେ। ଏବେ ସେ ଉତ୍ତର ପ୍ରଦେଶ ମହିଳା କମିଶନର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।
ଅନ୍ୟପକ୍ଷରେ ପ୍ରତୀକ ରାଜନୀତିକ ପରିବାରରୁ ଆସିଥିଲେ ହେଁ ରାଜନୀତିରୁ ସବୁବେଳେ ଦୂରରେ ରହୁଛନ୍ତି। ସେ ରିୟଲ ଇଷ୍ଟେଟ ଓ ଫିଟନେସ କ୍ଷେତ୍ରରେ ବ୍ୟବସାୟ କରନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
