Advertisment

ଭୁଶୁଡ଼ିଲା କୋଠା: ୩ ମୃତ, ଉଦ୍ଧାର କାର୍ଯ୍ୟ ଜାରି

ଏବେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେଥିପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଛି।

Building

Building

Advertisment

ଝାରଖଣ୍ଡର ଦେଓଘର ଠାରେ ଆଜି ଗୋଟିଏ ଦୁଇ ମହଲା ବିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଧ୍ୱଂସାବଶେଷ ତଳୁ ଆଉ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଏବେ ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଆଉ କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ସେଥିପାଇଁ ଉଦ୍ଧାର କାର୍ଯ୍ୟକୁ ତ୍ୱାରାନ୍ୱିତ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୬ଟାରେ ଏହି ଘଟଣା ଘଟିଛି। ଖବର ପାଇ ଏକାଧିକ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ଭାବେ ୬ ଜଣଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ସଦର ହସ୍ପିଟାଲକୁ ନିଆଯାଇଥିଲା।

କିନ୍ତୁ ସେଠାରେ ପ୍ରଥମେ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ମହିଳା ଆଖି ବୁଜିଛନ୍ତି। ଜଣେ ଛୋଟ ପିଲାଙ୍କ ସମେତ ବାକି ୩ ଜଣଙ୍କ ଚିକିତ୍ସା ଚାଲିଥିବା ଦେଓଘର ସିଭିଲ ସର୍ଜନ ରଞ୍ଜନ ସିହ୍ନା କହିଛନ୍ତି।

Advertisment

ଏବେ ବି ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ସମେତ ରାଜ୍ୟସ୍ତରୀୟ ବିଭିନ୍ନ ଟିମ ନିୟୋଜିତ ହୋଇଛନ୍ତି। ଦେଓଘର ସବ ଡିଭିଜନାଲ ପୁଲିସ ଅଫିସର ଆର ଶ୍ରୀବାସ୍ତବ କହିଛନ୍ତି, କିଛି ଲୋକ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ତେଣୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Jharkhand Building Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe