Advertisment

CRPF ସ୍କୁଲ୍ ଆଗରେ ବିସ୍ଫୋରଣ ଘଟଣା; NIA ସମେତ ଏକାଧିକ ତଦନ୍ତକାରୀ ସଂସ୍ଥାର ଯାଞ୍ଚ ଆରମ୍ଭ

NIA ସମେତ ଏକାଧିକ ସୁରକ୍ଷା ଏଜେନ୍ସି ଏବଂ ପୁଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି।

Investigation Team

Investigation Team

Advertisment

ଦିଲ୍ଲୀର ରୋହିଣୀରେ ଏକ CRPF ସ୍କୁଲ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଏକାଧିକ ତଦନ୍ତକାରୀ ସଂସ୍ଥା। ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ସମେତ ଏକାଧିକ ସୁରକ୍ଷା ଏଜେନ୍ସି ଏବଂ ପୁଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ଧଳା ପାଉଡରର ମଧ୍ୟ ଯାଞ୍ଚ ଆରମ୍ଭ କରାଯାଇଛି।

Advertisment

ପୁଲିସ ସୂଚନାନୁସାରେ, ବିସ୍ଫୋରଣ ଘଟିଥିବା ବିଦ୍ୟାଳୟର ଏକ ପାଚେରୀ ନିକଟରେ କିଛି ଧଳା ପାଉଡର ପରି ପଦାର୍ଥ ମିଳିଥିଲା। ତା'ର ତଦନ୍ତ ଚାଲିଛି। ସମଗ୍ର ଅଞ୍ଚଳକୁ ପୁଲିସ କର୍ଡନ କରି ରଖାଯାଇଛି। ଘଟଣାରେ କୌଣସି ଆତଙ୍କୀ ଲିଙ୍କ୍ ଅଛି କି ନାହିଁ, ସେ ବାବଦରେ ଜାଣିବା ପାଇଁ NIA ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

NIA ବ୍ୟତୀତ ଜାତୀୟ ସୁରକ୍ଷା ବାହିନୀ (NSG) କମାଣ୍ଡୋମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏଥିସହ ସନ୍ଧାନୀ କୁକୁରକୁ ମଧ୍ୟ ଘଟଣାସ୍ଥଳରେ ନିୟୋଜିତ କରାଯାଇଛି। ତେବେ ତଦନ୍ତକାରୀ ସଂସ୍ଥାର ଅଧିକାରୀମାନେ ଘଟଣାସ୍ଥଳରେ ଯାଞ୍ଚ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। 

Advertisment

ପ୍ରକାଶ ଥାଉକି, ଆଜି ଦିଲ୍ଲୀର ରୋହିଣୀରେ ଥିବା CRPF ସ୍କୁଲ୍ ନିକଟରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ସୌଭାଗ୍ୟବଶତଃ ଏଥିରେ କିଛି ବିଶେଷ କ୍ଷତି ହୋଇନାହିଁ। ରବିବାର ଥିବାରୁ ପିଲାମାନେ ମଧ୍ୟ ସ୍କୁଲରେ ନଥିଲେ। କିନ୍ତୁ ବିସ୍ଫୋରଣର ପ୍ରଭାବରେ ନିକଟରେ ଥିବା କାରଗୁଡ଼ିକର କାଚ ଭାଙ୍ଗିଛି। 

CRPF School Delhi School Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe