Advertisment

ଆତଙ୍କବାଦୀଙ୍କ ନରସଂହାର: ଓଡ଼ିଆ ଯୁବକଙ୍କ ସମେତ ୨୬ ପର୍ଯ୍ୟଟକ ମୃତ

ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ସରକାର ଆତଙ୍କବାଦ ବିରୋଧରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ଅଦ୍ୟତନ ହୋଇଛି
Terror attack

Terror attack

Advertisment

ଜମ୍ମୁ-କଶ୍ମୀରର ପହଲଗାମରେ ଭୟଙ୍କର କାଣ୍ଡ ଘଟାଇଛନ୍ତି ଆତଙ୍କବାଦୀ। ଏଠାରେ ଥିବା ଗୋଟିଏ ହୋଟେଲରେ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ପ୍ରବେଶ କରିବା ସହ ପର୍ଯ୍ୟଟକଙ୍କ ଉପରେ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ଓଡ଼ିଆ ଯୁବକଙ୍କ ସହ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଉଛି। 

Advertisment

ଓଡ଼ିଆ ଯୁବକ ଜଣଙ୍କ ଘର ବାଲେଶ୍ୱରର ରେମୁଣାରେ। ତାଙ୍କ ପ୍ରଶାନ୍ତ ଶତପଥୀ। ସେ ଜମ୍ମୁ-କଶ୍ମୀରକୁ ପତ୍ନୀ ଓ ପୁଅଙ୍କ ସହ ବୁଲିବା ପାଇଁ ଯାଇଥିବା ବେଳେ ପହଲଗାମର ବୈସାରନ ଭ୍ୟାଲିରେ ରହିଥିଲେ। ପ୍ରଶାନ୍ତଙ୍କ ମୁଣ୍ଡରେ ଗୁଳି ମାଡ଼ ହୋଇଥିଲା। ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ପରିବାର ଲୋକଙ୍କୁ ବଗତ କରାଯାଇଛି। 

ଆଜି ଅପରାହ୍ନ ପ୍ରାୟରେ ହୋଟେଲର ଘାଷ ଗାଲିଚାରେ ପର୍ଯ୍ୟଟକମାନେ ଖାଉଥିଲେ। ଉକ୍ତ ଅଞ୍ଚଳକୁ କେବଳ ଘୋଡ଼ା କିମ୍ବା ପାଦରେ ଚାଲିକି ଯିବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ମଜାମସ୍ତି କରିବା ସହ ଖାଉଥିବା ବେଳେ ହଠାତ୍‌ ୩ରୁ ୪ ଜଣ ଆତଙ୍କବାଦୀ ବନ୍ଧୁକ ଧରି ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ପର୍ଯ୍ୟଟକଙ୍କ ପରିଚୟ ମାଗିଥିଲେ। ଏହାପରେ ଜଣଙ୍କ ପରେ ଜଣଙ୍କୁ ଗୁଳି କରିଥିଲେ। ପ୍ରଥମେ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହି ସଂଖ୍ୟା ୨୦ ରହିଥିବା ସ୍ଥାନୀୟ ସୂତ୍ରରୁ ଜଣାପଡ଼ିଛି। ଘଟଣା ପାଇଁ ପାକିସ୍ତାନରେ ସକ୍ରିୟ ଲସ୍କର-ଇ-ତାଏବାର ସହଯୋଗୀ ଆତଙ୍କୀ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ବା ଟିଆରଏଫ ନିଜକୁ ଦାୟୀ କରିଛି। 

Advertisment

ଘଟଣାରେ ପରେ ମୃତାହତଙ୍କୁ ସେନା ବିମାନରେ ଉଦ୍ଧାର କରାଯାଇଛି। ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋ ସମସ୍ତଙ୍କୁ ବିଚଳିତ କରିଛି। ଜଣେ ବ୍ୟକ୍ତି ଗୁଳିମାଡ଼ ପରେ ତଳେ ପଡ଼ିଛନ୍ତି। କିଛି ଦୂରତାରେ ତାଙ୍କ ପତ୍ନୀ ସାହାଯ୍ୟ ପାଇଁ ନେହୁରେ ହେଉଥିବା ଦୃଶ୍ୟ ପୂରା ଦେଶକୁ ସ୍ତବ୍ଧ କରିଛି। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରେ ଥିବା ବେଳେ ଫୋନ ଯୋଗେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଘଟଣା ସମ୍ପର୍କରେ କଥା ହୋଇଛନ୍ତି। ସେହିପରି ଶାହ ମଧ୍ୟ ଶ୍ରୀନଗର ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ସେ ସମସ୍ତ ସୁରକ୍ଷା ଏଜେନ୍ସି ସହ ଜରୁରୀ ବୈଠକ କରିବେ। ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ତୁରନ୍ତ ଶ୍ରୀନଗରରେ ପହଞ୍ଚିଛନ୍ତି।

ଗୁଳିମାଡ଼ କରିବା ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଉପ ରାଜ୍ୟପାଳ ମନୋଜ ସିହ୍ନା ଘଟଣାକୁ ଦୃଢ଼ ଭାବେ ନିନ୍ଦା କରିବା ସହ ହମଲାକାରୀଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି।

ପହଲଗାମ ହେଉଛି ଗୋଟିଏ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଏଠାକାର ଜଙ୍ଗଲ ଓ ହ୍ରଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ପ୍ରତିବର୍ଷ ଏଠାକୁ ଶହଶହ ପର୍ଯ୍ୟଟକ ବୁଲିବାକୁ ଆସିଛନ୍ତି। ତେଣୁ ପର୍ଯ୍ୟଟକଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହମଲା କରିଥିବା କୁହାଯାଉଛି। ବର୍ତ୍ତମାନ ପର୍ଯ୍ୟଟନ ଋତୁ। ସେହିପରି ଅମରନାଥ ଯାତ୍ରା ପାଇଁ ପଞ୍ଜୀକରଣ ମଧ୍ୟ ଆରମ୍ଭ ହୋଇଛି। ୩୮ ଦିନିଆ ଅମରନାଥ ଯାତ୍ରା ଜୁଲାଇ ୩ରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଆତଙ୍କବାଦୀମାନେ ଆକ୍ରମଣ କରି ସମସ୍ତଙ୍କ ମନରେ ଭୟ ସଞ୍ଚାର କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଘଟଣାକୁ ଦୃଢ଼ ନିନ୍ଦା କରିଥିବା ବେଳେ ସରକାର ଆତଙ୍କବାଦ ବିରୋଧରେ ଆହୁରି କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

Terror Attack Jammu Kashmir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe