Advertisment

ପାକ୍‌ର ଏକାଧିକ ଡ୍ରୋନ ଓ ମିସାଇଲ ଧ୍ୱଂସ: ଭିଡିଓ ଜାରି କଲା ଭାରତୀୟ ସେନା

ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏକାଧିକ ପାକିସ୍ତାନ ଡ୍ରୋନକୁ ଅମୃତସର ଉପରେ ଉଡ଼ୁଥିବା ବେଳେ ଖସାଇ ଦେଇଛି। ପାକିସ୍ତାନର ଡ୍ରୋନ ମାଡ଼ ହରକତକୁ ଭାରତୀୟ ସେନା ଉଚିତ ଜବାବ ଦେବା ସହ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛି।

author-image
Hemant Lenka
Pak

Pak

ଭାରତର ସମାରିକ ପ୍ରତିଷ୍ଠାନ ଓ ସାଧାରଣ ଏୟାର ବ୍ୟବସ୍ଥାକୁ ଇସଲାମାବାଦ ଡ୍ରୋନ ଓ ମିସାଇଲ ଦ୍ୱାରା ଟାର୍ଗେଟ କରିବାକୁ ଉଦ୍ୟମ ଜାରି ରଖିଛି। ଭାରତୀୟ ସେନା ବେଶ ଦୃଢ଼ତାର ସହ ଏହାର ଜବାବ ଦେବା ସହ ପାକିସ୍ତାନର ଡ୍ରୋନ ଓ ମିସାଇଲକୁ ଆକାଶ ପଥରେ ନଷ୍ଟ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଡ୍ରୋନ ଓ ମିସାଇଲର ଧ୍ୱଂସାବଶେଷ ଆଜି ବିଭିନ୍ନ ରାଜ୍ୟରୁ ମିଳିବାରେ ଲାଗିଛି।

Advertisment

ଏହାର ଜବାବରେ ଭାରତୀୟ ସେନା ଏକାଧିକ ପାକିସ୍ତାନ ସେନା ବେସ୍‌କୁ ମଧ୍ୟ ଉଡ଼ାଇ ଦେଇଛି। ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ ଏକାଧିକ ପାକିସ୍ତାନ ଡ୍ରୋନକୁ ଅମୃତସର ଉପରେ ଉଡ଼ୁଥିବା ବେଳେ ଖସାଇ ଦେଇଛି। ପାକିସ୍ତାନର ଡ୍ରୋନ ମାଡ଼ ହରକତକୁ ଭାରତୀୟ ସେନା ଉଚିତ ଜବାବ ଦେବା ସହ ଗୋଟିଏ ଭିଡିଓ ମଧ୍ୟ ପୋଷ୍ଟ କରିଛି।

ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଯେ “ପାକିସ୍ତାନ ଡ୍ରୋନ ଓ ଅନ୍ୟ ଲଢ଼ୁଆ ଅସ୍ତ୍ରଶସ୍ତ୍ର ସହ ଆମର ପଶ୍ଚିତମ ସୀମାକୁ ଟାର୍ଗେଟ କରି ଉତ୍ତେଜନାକୁ ବୃଦ୍ଧି କରିଛି। ଏହିକ୍ରମରେ ଆଜି ଭୋର ପ୍ରାୟ ୫ଟା ବେଳେ ଶତ୍ରୁ ପକ୍ଷର ଏକାଧିକ ଡ୍ରୋନ ଅମୃତସରର ଖାସ କ୍ୟାଣ୍ଟ ଉପରେ ଉଡ଼ୁଥିବା ଦେଖାଯାଇଥିଲା। ବିପଦପୂର୍ଣ୍ଣ ଡ୍ରୋନକୁ ତୁରନ୍ତ ଚିହ୍ନଟ କରାଯାଇଥିଲା ଓ ଆମ ଏୟାର ଡିଫେନ୍ସ ସିଷ୍ଟମ ଏହାକୁ ନଷ୍ଟ କରିଥିଲା।”

Advertisment

ପାକିସ୍ତାନୀ ଡ୍ରୋନ ଭାରତ ଆକାଶରେ ଉଡ଼ୁଥିବା ବେଳର ଭିଡିଓକୁ ମଧ୍ୟ ଆର୍ମି ଶେୟାର କରିଛି। ଆର୍ମି କହିଛି ଯେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବା ପାଇଁ ଭାରତର ସାର୍ବଭୌମତ୍ୱକୁ ଯେଉଁ ଚ୍ୟାଲେଞ୍ଜ କରୁଛି, ତା’ହା ଆଦୌ ଗ୍ରହଣୀୟ ନୁହେଁ।

Pahalgam Pakistan India Pakistan War