Advertisment

ଜଳିଗଲା ୮ ମହଲା ବିଲ୍ଡିଂ, ୨ ମୃତ

୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।

author-image
Madhupriya Mistry
Building-fire

Building fire

ଭୟଙ୍କର ଅଗ୍ନିକାଣ୍ଡ। ଜଳିଗଲା ୮ ମହଲା ବିଲ୍ଡିଂ। ହୁତୁ ହୁତୁ ହୋଇ ଜଳି ଉଠିଲା କୋଠା। ଏହି ନିଆଁ ଆଁରେ ଚାଲିଗଲା ଦୁଇ ଜଣଙ୍କ ଜୀବନ। ଏଭଳି କିଛି ଘଟଣା ଘଟିଛି ମୁମ୍ବାଇର ବୋରିଓ୍ୱଲିରେ।

Advertisment

ମୁମ୍ବାଇର ବୋରିଓ୍ୱଲିରେ ଥିବା ଏକ ୮ ମହଲା ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବୋରିଓ୍ୱଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଆଜି ମଧ୍ୟାହ୍ନ ସାଢ଼େ ୧୨ ବେଳେ ବୋରିଓ୍ୱଲିର ମହାବୀର ନଗର ଅଞ୍ଚଳରେ ଥିବା ପାଓ୍ୱନ ଧାମ ବିନା ସନ୍ତୁର ବିଲ୍ଡିଂର ପ୍ରଥମ ଫ୍ଲୋର୍‌ରେ ପ୍ରଥମେ ନିଆଁ ଲାଗିଥିଲା। ଦେଖୁ ଦେଖୁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା।

Advertisment

ପୁଲିସ କହିବା ମୁତାବକ, ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଏବେବି ଅନେକ ଲୋକେ ବିଲ୍ଡିଂ ଭିତରେ ଫସି ରହିଥିବା କୁହାଯାଉଛି। ତେଣୁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କେଉଁ କାରଣରୁ ଏହି ବିଲ୍ଡିଂରେ ନିଆଁ ଲାଗିଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଶଟ୍‌ସର୍କିଟ୍ ଯୋଗୁ ନିଆଁ ଲାଗିଥାଇପାରେ ବୋଲି ସନ୍ଦେହ କରାଯାଉଛି।

Mumbai Mumbai Police Fire Breakout