Advertisment

ମୁମ୍ବାଇ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, ବଢ଼ିଲା ସୁରକ୍ଷା

ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କୁହାଯାଇଛି।

Mumbai Airport

Mumbai Airport

Advertisment

ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର। ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର (T1) ସିଆଇଏସ୍‌ଏଫ୍‌ କଣ୍ଟ୍ରୋଲ ରୁମ୍‌କୁ ଏଭଳି କିଛି ଧମକପୂର୍ଣ୍ଣ ଫୋନ୍‌ କଲ ଆସିଛି। ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ ବ୍ୟକ୍ତି କହିଛନ୍ତି। ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି। ମୁମ୍ବାଇ ବିମାନ ବନ୍ଦରରେ ସୁରକ୍ଷା ବଢ଼ାଇ ଦିଆଯାଇଛି।

Advertisment

ସେପଟେ ଧମକ ମିଳିବା ପରେ ତୁରନ୍ତ ସିଆଇଏସ୍‌ଏଫ୍‌ ଟିମ୍‌ ଆକ୍ସନ ମୁଡ୍‌କୁ ଆସିଛି। ଏନେଇ ସହାର ପୁଲିସ ଷ୍ଟେସନକୁ ଆଲର୍ଟ କରିଛି। ଏହାପରେ ପୁଲିସର ଏକ ଟିମ୍‌ ବିମାନବନ୍ଦରରେ ନିୟୋଜିତ କରାଯାଇଛି। ବିମାନ ବନ୍ଦରର ତନ୍ନ ତନ୍ନ କରି ଯାଞ୍ଚ ଚାଲିଛି।

ସୂଚନାନୁସାରେ, କଲର୍ କୌଣସି ନିର୍ଦ୍ଦିଷ୍ଟ ବିମାନ ବିଷୟରେ ଉଲ୍ଲେଖ କରିନଥିଲେ। ବୁଧବାର ହଠାତ୍ ମଧ୍ୟାହ୍ନ ପ୍ରାୟ ୩ଟା ସମୟରେ ଏହି ଧମକପୂର୍ଣ୍ଣ କଲ୍‌ ଆସିଥିଲା। ଏହା ପରେ ଅଧିକାରୀମାନେ ଏହି ଫୋନ୍‌ କଲ୍‌ର ଯାଞ୍ଚ ଆରମ୍ଭ କରିଥିଲେ। କିଏ ଏହି ଧମକପୂର୍ଣ୍ଣ ଫୋନ୍‌ କଲ୍ କରିଥିଲା ସେ ନେଇ ତଦନ୍ତ ଚାଲିଛି।

Advertisment

ସତର୍କତାମୂଳକ ପଦକ୍ଷେପ ଭାବରେ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ଏବଂ ସୁରକ୍ଷା ନିଶ୍ଚିତ କରିବାକୁ ପୁଲିସ ଯାତ୍ରୀଙ୍କ ବିବରଣୀ ଯାଞ୍ଚ କରୁଛି। ଅଧିକାରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ, କିନ୍ତୁ ସମଗ୍ର ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉଛି।

Bomb Threat Mumbai Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe