Advertisment

ଅଟୋ ଭଡ଼ା ଦେଲେନି ଯାତ୍ରୀ, ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ ଚାଳକ

ଗତ ଶନିବାର ସନ୍ଧ୍ୟାରେ ୩୧ ବର୍ଷ ବୟସ୍କ ଜଣେ ଯାତ୍ରୀ ଅଭିଯୁକ୍ତଙ୍କ ଅଟୋରେ ବସିଥିଲେ। ଉକ୍ତ ସମୟରେ ସେ ନିଶାସକ୍ତ ଥିବା ବେଳେ ନିଜ ପ୍ରକୃତ ଠିକଣା କହି ନ ପାରି ଅଟୋ ଚାଳକଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ କହିଥିଲେ।

author-image
Niharika Rout
Auto Driver

Auto Driver

ଅଟୋ ଭଡ଼ା ଦେଇ ନ ପାରିବାରୁ ପୁରୁଷ ଯାତ୍ରୀଙ୍କୁ ଅପହରଣ କରି ନେଲେ ଅଟୋ ଚାଳକ। ଆଉ ଜୋରଜବରଦସ୍ତି ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଲେ। ଏପରି ଏକ ଅଭାବନୀୟ ଘଟଣା ମୁମ୍ବାଇରେ ଘଟିଥିବା ପୁଲିସ୍‌ ୨୫ ବର୍ଷୀୟ ଅଟୋ ଚାଳକଙ୍କୁ ଗିରଫ କରିଛି।

Advertisment

ଅଭିଯୋଗ ଅନୁଯାୟୀ, ଗତ ଶନିବାର ସନ୍ଧ୍ୟାରେ ୩୧ ବର୍ଷ ବୟସ୍କ ଜଣେ ଯାତ୍ରୀ ଅଭିଯୁକ୍ତଙ୍କ ଅଟୋରେ ବସିଥିଲେ। ଉକ୍ତ ସମୟରେ ସେ ନିଶାସକ୍ତ ଥିବା ବେଳେ ନିଜ ପ୍ରକୃତ ଠିକଣା କହି ନ ପାରି ଅଟୋ ଚାଳକଙ୍କୁ ଭିନ୍ନ ଭିନ୍ନ ସ୍ଥାନକୁ ଯିବାକୁ କହିଥିଲେ। ଦୀର୍ଘ ସମୟ ଅଟୋରେ ବସିବା ପରେ ସେ ଭଡ଼ା ନ ଦେଇ ଓହ୍ଲାଇ ପଡ଼ିଥିଲେ। ଏହାକୁ ନେଇ ଅଟୋ ଚାଳକଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା। ଭଡ଼ା ବାବଦକୁ ସମୁଦାୟ ୨୫୦ ଟଙ୍କା ହୋଇଥିବା ଅଟୋ ଚାଳକ କହିଥିବା ବେଳେ ବ୍ୟକ୍ତିଜଣକ ମାତ୍ର ଶହେ ଟଙ୍କା ଦେଇଥିଲେ।

ଏଥିରେ ଉତ୍ତ୍ୟକ୍ତ ହୋଇ ଅଟୋ ଚାଳକଜଣକ ସମ୍ପୃକ୍ତ ଯାତ୍ରୀଙ୍କୁ ଜୋରଜବରଦସ୍ତ ଅଟୋରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ। ସେଠାରେ ସେ ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ। ଏଥିସହ ସମ୍ପୃକ୍ତ ଯାତ୍ରୀଙ୍କ ମୋବାଇଲ ଓ ଏଟିଏମ୍‌ କାର୍ଡ ବି ଛଡ଼ାଇ ରଖିଥିଲେ।

Advertisment

ଏନେଇ ଗତ ରବିବାର ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୁଲିସ୍‌ ଛାନଭିନ କରି ସମ୍ପୃକ୍ତ ଅଟୋ ଚାଳକଙ୍କୁ ଗିରଫ କରି ତାଙ୍କଠାରୁ ଯାତ୍ରୀଙ୍କ ମୋବାଇଲ ଓ ଏଟିଏମ୍‌ କାର୍ଡ ଜବତ କରିଛି। ଏଥିସହ ଏକ ମାମଲା ରୁଜୁ କରି ପୁଲିସ୍‌ ତାଙ୍କୁ ଗିରଫ କରିଛି।

Mumbai Sexual Torture