Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ମିହିର ଶାହଙ୍କୁ ୭ ଦିନ ହେପାଜତକୁ ନେଲା ପୁଲିସ

ଗତକାଲି ଗିରଫ ହୋଇଥିଲେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ।

author-image
Debibandita Barick
ଅଦ୍ୟତନ ହୋଇଛି
Mihir Shah

Mihir Shah

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମିହିର ଶାହଙ୍କୁ ହେପାଜତକୁ ନେଲା ପୁଲିସ। ପୁଲିସ ତାଙ୍କୁ ଆଜିଠାରୁ ସାତ ଦିନ ପର୍ଯ୍ୟନ୍ତ ହେପାଜତକୁ ନେଇଛି। ଗତକାଲି ଗିରଫ ହୋଇଥିଲେ ଶିବସେନା ନେତା ରାଜେଶ ଶାହଙ୍କ ପୁଅ ମିହିର ଶାହ।

Advertisment

ଆଜି ପୁଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା। କୋର୍ଟରେ ପୁଲିସ କହିଛି ଯେ, ମିହିର ପ୍ରମାଣ ନଷ୍ଟ କରିବାକୁ ଅନେକ ଚେଷ୍ଟା କରିଛନ୍ତି। ଏପରିକି ସେ ଫେରାର୍ ହୋଇଯିବା ପରେ ଦାଢି-ନିଶ କାଟି ଦେଇଥିଲେ, ଯେମିତି ତାଙ୍କୁ କେହି ଚିହ୍ନି ନ ପାରିବେ। ଦୁର୍ଘଟଣା ଘଟାଇବା ପରେ ତାଙ୍କ ବାପା ରାଜେଶ ଶାହ ଏବଂ ଗର୍ଲଫ୍ରେଣ୍ଡକୁ ଏକାଧିକ ଥର କଲ୍ କରିଥିଲେ।

ତେବେ ପୁଲିସ ମିହିରଙ୍କ ଗର୍ଲଫ୍ରେଣ୍ଡଙ୍କୁ ପଚରା ଉଚରା କରିବାର ସମ୍ଭାବନା ରହିଛି। ସେପଟେ ତାଙ୍କ ବାପା ରାଜେଶ ଶାହଙ୍କୁ ଦଳର ଉପନେତା ପଦରୁ ହଟାଇଛି ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀ। 

Advertisment

ପ୍ରକାଶ ଥାଉକି, ଶିବସେନା ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିରି। ସେ ଗତ ରବିବାର BMW କାରରେ ଯିବା ସମୟରେ ଓର୍ଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟାଇଥିଲେ। ଏକ ସ୍କୁଟିକୁ ଧକ୍କା ଦେଇ କିଛି ବାଟ ଘୋଷାଡି ନେବା ଫଳରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିବା ସହ ତାଙ୍କ ସ୍ୱାମୀ ଗୁରୁତର ହୋଇଥିଲେ।

ଦୁର୍ଘଟଣା ପରେ ମିହିର ଫେରାର୍ ହୋଇ ଯାଇଥିଲେ। ତଦନ୍ତ ସମୟରେ ସହଯୋଗ ନ କରିବାରୁ ତାଙ୍କ ବାପାଙ୍କୁ ଗିରଫ କରିଥିଲା ପୁଲିସ। ପରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଛି। ଘଟଣାର ତିନି ଦିନ ପରେ ଗତକାଲି ମିହିରଙ୍କୁ ଗିରଫ କରାଯାଇଛି। 

BMW Crash Shiv Sena Leader Mumbai Hit And Run Case