Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲା: ବାରରେ ବୁଲିଲା ବୁଲଡୋଜର୍

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମଦ ପିଇଥିବା ବାର୍ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ।

Bulldozer

Bulldozer

Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାର ମୁଖ୍ୟ ଅଭିଯୁକ୍ତ ମଦ ପିଇଥିବା ବାର୍ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ। ଅବକାରୀ ବିଭାଗ ଏହି ବାରକୁ ସିଲ୍ କରିବାର 24 ଘଣ୍ଟା ମଧ୍ୟରେ ନଗର ଅଧିକାରୀଙ୍କ ପକ୍ଷରୁ ଏହାକୁ ଭାଙ୍ଗି ଦିଆଯାଇଛି।

Advertisment

ଆଜି ଅଧିକାରୀମାନେ ବୁଲଡୋଜର୍ ଲଗାଇ ବାରକୁ ଭାଙ୍ଗୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। 25 ବର୍ଷରୁ କମ୍ ବୟସ୍କଙ୍କୁ ମଦ ଦେବା ବେଆଇନ ଥିବାବେଳେ 24 ବର୍ଷୀୟ ମୁଖ୍ୟ ଅଭିଯୁକ୍ତ ମିହିର ଶାହ ଏଠାରେ ମଦ୍ୟପାନ କରିଥିଲେ। ଯାହାକୁ ନେଇ ଗତକାଲି ଅବକାରୀ ବିଭାଗ ବାରକୁ ସିଲ୍ କରିଥିଲା ଏବଂ ଆଜି ଏହାକୁ ଭାଙ୍ଗି ଦିଆଯାଇଛି।

ପ୍ରକାଶ ଥାଉକି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ନେତା ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(24)। ସେ ଗତ ଶନିବାର (ଜୁଲାଇ 6)ରେ ମୁମ୍ବାଇ ଜୁହୁର ଭାଇସ୍-ଗ୍ୱୋବାଲ୍ ତାପସ ବାରରେ ମଦ ପିଇବା ପରେ ବିଏମଡବ୍ୟୁ କାର୍ ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ସେ ଏକ ସ୍କୁଟିକୁ ଧକ୍କା ଦେଇଥିଲେ।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଏଥିରେ ଜଣେ 45 ବର୍ଷୀୟ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟି ଥିବାବେଳେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ଏହି ମାମଲାରେ ମିହିରଙ୍କ ବାପା ଶିବସେନା ନେତା ରାଜେଶ ଶାହଙ୍କୁ ଗିରଫ କରିଥିଲା ପୁଲିସ। ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟରୁ ବେଲ୍ ମିଳିଛି।

ସେପଟେ ଦୁର୍ଘଟଣା ପରେ ଫେରାର୍ ହୋଇ ଯାଇଥିବା ମିହିରଙ୍କୁ ତିନି ଦିନ ପରେ ଗିରଫ କରାଯାଇଛି। ଗତକାଲି ମୁମ୍ବାଇ ପୁଲିସ ତାଙ୍କୁ ଗିରଫ କରିଥିଲା। ପୁଲିସ କହିଛି ଯେ, ପରିଚୟ ଲୁଚାଇବାକୁ ମିହିର କ୍ଲିନ୍ ସେଭ୍ କରିଥିଲେ, ଯାହା ଫଳରେ ତାଙ୍କୁ ଚିହ୍ନି ହେଉନଥିଲା।  

Mumbai Accident News BMW Hit And Run Mumbai Hit And Run
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe