Advertisment

ବୋଟ୍‌ ଦୁର୍ଘଟଣା ମାମଲା; ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି

ପୂର୍ବରୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧାରକାରୀ ଦଳ ଗତକାଲି ଆଉ ଏକ ମୃତଦେହ ଉଦ୍ଧାର କରିଥିବା ବେଳେ ତାହାର ପରିଚୟ ମିଳି ପାରିନି।

author-image
Niharika Rout
Bota Accident

Bota Accident

ବୁଧବାର ଅପରାହ୍ନରେ ମୁମ୍ବାଇ ଗେଟ୍‌ଓ୍ୱେ ଅଫ୍ ଇଣ୍ଡିଆ ନିକଟରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଫେରିବୋଟ୍‌କୁ ନୌସେନାର ସ୍ପିଡ୍ ବୋଟ୍ ଧକ୍କା ଦେବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଉଦ୍ଧାରକାରୀ ଦଳ ଗତକାଲି ଆଉ ଏକ ମୃତଦେହ ଉଦ୍ଧାର କରିଥିବା ବେଳେ ତାହାର ପରିଚୟ ମିଳି ପାରିନି।

Advertisment

ମୁମ୍ବାଇ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ବୁଧବାର ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ପ୍ରାୟ ଶହେରୁ ଅଧିକ ଯାତ୍ରୀ ଓ ୫ କ୍ରିଉ ମେମ୍ବରଙ୍କୁ ନେଇ  ଏଲିଫାଣ୍ଟା ଯାଉଥିଲା ନିଲକମଲ ନାମକ ଫେରିବୋଟ୍‌।  

ମାତ୍ର ମଝି ସମୁଦ୍ରରେ କରଞ୍ଜ ନିକଟ ଉରାନରେ ହଠାତ୍ ନୌସେନାର ସ୍ପିଡ୍ ବୋଟ ଆସି ଡଙ୍ଗାକୁ ଧକ୍କା ଦେଇଥିଲା। ସ୍ପିଡ ବୋଟ ସମୁଦ୍ରରେ ଟ୍ରାଏଲ୍ କରୁଥିବା ବେଳେ ଇଞ୍ଜିନରେ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ତାହା ଯାତ୍ରାବାହୀ ଡଙ୍ଗାକୁ ଧକ୍କା ଦେଇଥିବା ନୌସେନା ପକ୍ଷରୁ କୁହାଯାଇଥିଲା। ଏହି ମାମଲାରେ ନୌସେନା ସ୍ପିଡ୍‌ ବୋଟ୍‌ ଡ୍ରାଇଭରଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି ପୁଲିସ୍‌ ।

Advertisment

ଏହି ଦୁର୍ଘଟଣାରେ ଆହତ ହୋଇଥିବା ୧୦୫ ଜଣଙ୍କୁ ମୁମ୍ବାଇର ୫ଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୯୦ରୁ ଊର୍ଦ୍ଧ୍ୱ ଜଣଙ୍କ ଅବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।

Mumbai Boat Accident