Advertisment

ବିମାନରେ ଯାତ୍ରୀଙ୍କ ମୃତ୍ୟୁ, ଅକାସା ଏୟାର ବିମାନର ଜରୁରୀ ଅବତରଣ

ଭୋପାଳରେ ଜରୁରୀ ଅବତରଣ କରିଛି ଅକାସା ଏୟାର ଫ୍ଲାଇଟ୍।

Akasa Air

Akasa Air

Advertisment

ଅକାସା ଏୟାରର ଏକ ବିମାନ ମଧ୍ୟପ୍ରଦେଶ ଭୋପାଳରେ ଜରୁରୀ ଅବତରଣ କରିଛି। ଜଣେ ଯାତ୍ରୀ ଅସୁସ୍ଥ ହେବା କାରଣରୁ ବିମାନର ଜରୁରୀ ଅବତରଣ କରାଯାଇଛି।

Advertisment

ସୂଚନା ଅନୁସାର, ଆଜି 172 ଜଣ ଯାତ୍ରୀଙ୍କୁ ନେଇ ଅକାସା ଏୟାରର QP1524 ବାରଣାସୀରୁ ମୁମ୍ବାଇ ଯାଉଥିଲା। ବିମାନ ଉଡାଣର କିଛି ସମୟ ପରେ ଜଣେ ଯାତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଜଣେ ବିମାନ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ କହିଛନ୍ତି ଯେ, ଅକାସା ଏୟାର QP1524 ବାରଣାସୀ-ମୁମ୍ବାଇ ଫ୍ଲାଇଟର ଜରୁରୀ ଅବତରଣ କରାଯାଇଛି। ମେଡିକାଲ ଏମର୍ଜେନ୍ସି କାରଣରୁ ଜରୁରୀ ଅବତରଣ କରାଯାଇଥିଲା।

Advertisment

ହେଲେ କ୍ୟାବିନ କ୍ରୁ ଏବଂ ବୋର୍ଡରେ ଥିବା ଡାକ୍ତରଙ୍କ ସମସ୍ତ ପ୍ରକାର ଚେଷ୍ଟା ସତ୍ତ୍ୱେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆମର ସମସ୍ତ ପ୍ରକାର ସହଯୋଗ ମୃତକଙ୍କ ପରିବାର ପ୍ରତି ରହିଛି। ଏହା ନିଶ୍ଚିତ ରୂପେ ଏକ ଦୁଃଖଦ ଘଟଣା ବୋଲି ଅଧିକାରୀ ଜଣକ କହିଛନ୍ତି। 

Madhya Pradesh Emergency Landing Akasa Air Flight Bhopal Airport
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe