Advertisment

ସୀମା ହାଇଦର ପାକିସ୍ତାନ ନଫେରିଲେ ୨୬/୧୧ ମୁମ୍ବାଇ ଆକ୍ରମଣର ପୁନରାବୃତ୍ତି ଧମକ

‘ସମସ୍ତେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ। ଆଉ ଏଥିପାଇଁ ଉତ୍ତର ପ୍ରଦେଶ ସରକାର ହିଁ ଦାୟୀ ରହିବେ।’

Sachin and Seema

Sachin and Seema

Advertisment

ସୀମା ହାଇଦର ଯଦି ପାକିସ୍ତାନ ଫେରି ନଯା’ନ୍ତି, ତା’ହେଲେ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ପୁନରାବୃତ୍ତି ହେବ। ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ୍‌କୁ ବୁଧବାର ଏମିତି ଏକ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଛି। ଫୋନ୍ କରିଥିବା ବ୍ୟକ୍ତି ଉର୍ଦ୍ଦୁ ଭାଷା କହୁଥିଲେ।

Advertisment

ଉକ୍ତ ଅଜଣା ବ୍ୟକ୍ତି କହିଥିଲେ, ସମସ୍ତେ ୨୬/୧୧ ମୁମ୍ବାଇ ଆକ୍ରମଣ ଭଳି ଆଉ ଏକ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଥାଆନ୍ତୁ। ଆଉ ଏଥିପାଇଁ ଉତ୍ତର ପ୍ରଦେଶ ସରକାର ହିଁ ଦାୟୀ ରହିବେ।

ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମ୍ ଏଭଳି ଏକ କଲ୍ ପାଇବା ପରେ ଏହାର ତଦନ୍ତ କରାଯାଉଛି। ମୁମ୍ବାଇ ପୁଲିସ୍ ଓ କ୍ରାଇମ ବ୍ରାଞ୍ଚ ଏହାର ତଦନ୍ତ କରୁଛନ୍ତି। ଯଦିଓ ମୁମ୍ବାଇ ପୁଲିସ୍ କଣ୍ଟ୍ରୋଲ ରୁମ୍ ନିୟମିତ ବ୍ୟବଧାନରେ ଏଭଳି କଲ୍‌ ପାଏ, ତଥାପି ଏହି ଘଟଣାକୁ ଗୁରୁତ୍ୱର ସହିତ ନେଇଛି ପୁଲିସ୍।

Advertisment

କିଏ ଏହି ସୀମା ହାଇଦର?

ସୀମା ହାଇଦର ପାକିସ୍ତାନର ସିନ୍ଧ୍ ପ୍ରଦେଶର ବାସିନ୍ଦା। ୨୦୧୪ରେ ବିବାହ ପରଠୁ ସେ କରାଚିରେ ରହୁଥିଲେ। ଚଳିତ ମାସ ୪ ତାରିଖରେ ତାଙ୍କୁ ଭାରତରେ ଗିରଫ କରାଯାଇଥିଲା। କାରଣ ସେ ବିନା ଭିସାରେ ନେପାଳ ଦେଇ ଭାରତରେ ପ୍ରବେଶ କରିଥିଲେ।

୨୭ ବର୍ଷୀୟା ସୀମା ଭାରତରେ ଥିବା ତାଙ୍କ ପ୍ରେମିକ ସଚିନଙ୍କ ସହିତ ରହିବାକୁ ଆସିଛନ୍ତି। ସାଙ୍ଗରେ ସେ ତାଙ୍କର ୪ ଛୁଆଙ୍କୁ ମଧ୍ୟ ଆଣିଛନ୍ତି। ଅନ୍‌ଲାଇନ୍ ଗେମ୍ PUBG ମାଧ୍ୟମରେ ସେମାନେ ପରସ୍ପରକୁ ଜାଣିଥିଲେ। ବେଆଇନ ଭାବେ ଦେଶରେ ପଶିଥିବା ସୀମା ହାଇଦରଙ୍କୁ ଶରଣ ଦେଇଥିବାରୁ ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା।

ଜେଲ୍‌ରୁ ବାହାରିବା ପରେ ସୀମାଙ୍କୁ ଧରି ସଚିନ ଗ୍ରେଟର ନୋଏଡାର ରବୁପୁରା ଅଞ୍ଚଳରେ ରହୁଥିବା ତାଙ୍କ ବାପାମା’ଙ୍କ ଘରକୁ ଆସିଥିଲେ। ସେଠାରେ ସେମାନେ ରହୁଛନ୍ତି। ସୀମାଙ୍କ ଚାରି ଛୁଆ ମଧ୍ୟ ସେଠାରେ ରହୁଛନ୍ତି। ସଚିନ ଓ ସୀମା ନେପାଳରେ ବାହା ହୋଇସାରିଥିବା କହିଛନ୍ତି।

PUBG ମାଧ୍ୟମରେ ସଚିନ ଓ ସୀମା ୨୦୧୯ରୁ ପରସ୍ପରର ସଂପର୍କରେ ଥିଲେ। ଧୀରେ ଧୀରେ ସେମାନଙ୍କ ସଂପର୍କ ବଢ଼ିଲା ଓ ଏହା ପ୍ରେମରେ ପରିଣତ ହୋଇଗଲା। ଶେଷରେ ସେମାନେ ଭାରତରେ ଏକାଠି ରହିବାକୁ ନିଷ୍ପତ୍ତି ନେଇଥିଲେ।

ଏ ସଂପର୍କରେ ସୀମା ହାଇଦରଙ୍କ ସ୍ୱାମୀ ଗୁଲାମ ହାଇଦର କିଛି ଜାଣି ନଥିଲେ। କାରଣ ସେ ସାଉଦି ଆରବରେ ରହନ୍ତି। ସେ ସେଠାରେ କାମ କରନ୍ତି। ସୀମାଙ୍କୁ ତାଙ୍କ ନିକଟକୁ ପଠାଇ ଦେବା ପାଇଁ ସେ ଭାରତ ସରକାରଙ୍କୁ ଗୁହାରୀ କରିଛନ୍ତି।

ଅନ୍ୟପକ୍ଷରେ ସୀମା ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି ଯେ ସେ ମରିଯିବେ ପଛେ ଆଉ ପାକିସ୍ତାନ ଫେରିବେ ନାହିଁ।

Mumbai Police Seema Haider
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe