Advertisment

ପୁଣି ହିଟ୍‌ ଆଣ୍ଡ ରନ୍‌: ସ୍କୁଟିରେ ଯାଉଥିବା ଦମ୍ପତିଙ୍କୁ ଧକ୍କା ଦେଲା ବିଏମ୍‌ଡବ୍ଲୁ

ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲୁଟି ସିନ୍ଦେ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କର ବୋଲି ଜଣାପଡିଛି।

Accident

Accident

Advertisment

ମୁମ୍ବାଇରେ ପୁଣି ହିଟ୍ ଏଣ୍ଡ ରନ୍। ମାଛ କିଣିବାକୁ ଯାଉଥିବା ଦମ୍ପତିଙ୍କ ସ୍କୁଟିକୁ ଧକ୍କା ଦେଲା ବିଏମଡବ୍ଲୁ। ଏଥିରେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି। ମୁମ୍ବାଇର ୱର୍ଲି ଅଞ୍ଚଳରେ ଆଜି ଭୋର ୫ଟା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

Advertisment

ଦମ୍ପତି ମାଛ ଆଣିବା ପାଇଁ ସସୁନ୍ ଡକକୁ ଯାଇଥିଲେ। ଫେରିବା ବାଟରେ ୱର୍ଲି ଅଟରିଆ ମଲ୍‌ ନିକଟରେ ସେମାନଙ୍କ ସ୍କୁଟିକୁ ପଛପଟରୁ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା ବିଏମଡବ୍ଲୁ। ଏତେ ଜୋରରେ ଧକ୍କା ଦେଇଥିଲା ଯେ ସ୍ୱାମୀ-ସ୍ତ୍ରୀ ଛିଟିକି ପଡ଼ି ବିଏମଡବ୍ଲୁ ବନେଟ୍ ଉପରେ ପଡିଥିଲେ।

ନିଜକୁ ବଞ୍ଚାଇବାକୁ ଚେଷ୍ଟା କରି ସ୍ୱାମୀ ବନେଟରୁ ଡେଇଁବାରେ ସଫଳ ହୋଇଥିଲେ। କିନ୍ତୁ ଅକାଳରେ ପତ୍ନୀଙ୍କ ଜୀବନ ଚାଲିଯାଇଥିଲା। ତେବେ ଦୁର୍ଘଟଣାସ୍ଥଳରୁ ବିଏମଡବ୍ଲୁ ସହ ଚମ୍ପଟ ମାରିଥିଲା ଡ୍ରାଇଭର। ପରେ ଗାଡ଼ି ଓ ଡ୍ରାଇଭରକୁ ଅଟକ ରଖିଛି ପୁଲିସ।

Advertisment

ଦମ୍ପତି ମାଛ ଆଣି ସ୍କୁଟିରେ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ତଦନ୍ତରୁ ଜଣାପଡିଛି। ଗୁରୁତର ଅବସ୍ଥାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତର ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ଚିକିତ୍ସା ଜାରି ରହିଛି।

ଦୁର୍ଘଟଣା ଘଟାଇଥିବା ବିଏମଡବ୍ଲୁଟି ସିନ୍ଦେ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କର ବୋଲି ଜଣାପଡିଛି। କେମିତି ଓ କେଉଁ ପରିସ୍ଥିତିରେ ସ୍କୁଟିକୁ ପିଟିଲା ବିଏମଡବ୍ଲୁ, ସେନେଇ ଅଧିକ ଖୋଳତାଡ କରୁଛି ୱର୍ଲି ପୁଲିସ।

BMW Hit Bike Accident Hit And Run Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe