Advertisment

ସିଲିଣ୍ଡର ଫାଟି ଭୁଶୁଡ଼ି ପଡ଼ିଲା ୫ ଘର

ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି।

author-image
Madhupriya Mistry
House Collapse

House Collapse

ଫାଟିଲା ଗ୍ୟାସ୍‌ ସିଲିଣ୍ଡର। ଦେଖୁ ଦେଖୁ ଭୁଶୁଡ଼ି ପଡିଲା ୫ ଘର। ଅନେକ ଲୋକେ ଭଗ୍ନାଂଶ ତଳେ ଦବି ରହିଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। ମୁମ୍ବାଇର ଚେମ୍ବୁର ଅଞ୍ଚଳରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଆଜି ସକାଳୁ ମମ୍ବାଇର ଚେମ୍ବୁର ସ୍ଥିତ କ୍ୟାମ୍ପ ଅଞ୍ଚଳରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହୋଇଥିଲେ। ଏଥିରେ ୪ରୁ ୫ଟି ଘର ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଥିଲେ। ଫଳରେ ୨୦ରୁ ଅଧିକ ଲୋକେ ଏହି ଭଗ୍ନାଂଶ ତଳେ ଦବି ଯାଇଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ସେମାନଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଛି।

ସେପଟେ ଏହି ଭଗ୍ନାଂଶ ତଳେ ଆହୁରି ଅନେକ ଲୋକେ ଦବି ରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜି ସକାଳ ୮ଟାରେ ଏହି ଦୁର୍ଘଟଣା ଘଟିଥିଲା। ତେବେ ଏଥିରେ କାହାର ମୃତ ହୋଇନାହିଁ ବୋଲି ବ୍ରୁହାନ ମୁମ୍ବାଇ ତରଫରୁ ସୂଚନା ମିଳିଛି।

Advertisment

Mumbai Gas Cylinder Blast House Collapse