Advertisment

ଘୂର୍ଣ୍ଣିଝଡ଼ରେ ଭୁଶୁଡିଲା ବିଶାଳ ହୋର୍ଡିଂ, ୧୪ ମୃତ

ସେହିପରି ୭୦ରୁ ଅଧିକ ଆହତ ହୋଇଛନ୍ତି। ପୁଲିସ ବିଲ୍‌ବୋର୍ଡ ତିଆରି କିରଥିବା ସଂସ୍ଥା ଏମ୍‌/ଏମ୍‌ ଇଗୋ ମିଡିଆ ଓ ତା'ର ମାଲିକ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି।

ଅଦ୍ୟତନ ହୋଇଛି
Hording Collapse

Hording Collapse

Advertisment

ମାୟାନଗରୀ ମୁମ୍ବାଇରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼। ଘାଟକୋପର ଅଞ୍ଚଳରେ ବିଶାଳ ବିଲବୋର୍ଡ ଭାଙ୍ଗିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି। ସେହିପରି ୭୦ରୁ ଅଧିକ ଆହତ ହୋଇଛନ୍ତି। ସୋମବାର ଅପରାହ୍ନରେ ହଠାତ୍‌ ଧୂଳି ଝଡ଼ ମାଡ଼ି ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସେପଟେ ଏହି ବେଆଇନ୍‌ ହୋର୍ଡିଂ ଲଗାଇଥିବା ସଂସ୍ଥାକୁ ନୋଟିସ୍‌ ଜାରି ହୋଇଛି।

Advertisment

ଗତକାଲି ମୁମ୍ବାଇ ଆକାଶରେ ହଠାତ ମାଡ଼ି ଆସିଥିଲା ଘୂର୍ଣ୍ଣିଝଡ଼। କେହି କିଛି ବୁଝିବା ଆଗରୁ ଧୂଳିଝଡ଼ରେ ଅନ୍ଧକାରମୟ ହୋଇଯାଇଥିଲା ପୂରା ପରିବେଶ। ଏହି ଭୟଙ୍କର ଧୂଳିଝଡ଼ ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍‌ବୋର୍ଡ ଭାଙ୍ଗି ଏକ ପେଟ୍ରୋଲ ପମ୍ପ ଉପରେ ପଡ଼ି ଯାଇଥିଲା। ଫଳରେ ଏହା ତଳେ ୧୦୦ରୁ ଅଧିକ ଲୋକ ଚାପି ହୋଇ ରହିଥିଲେ।

ଘଟଣାସ୍ଥଳରେ ତୁରନ୍ତ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବ୍ରୁହାନ୍‌ ମୁମ୍ବାଇର ମ୍ୟୁନିସିପାଲର ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ୮୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି। ସେମାନଙ୍କୁ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇ ଘରକୁ ଯାଇଥିବା ବେଳେ ୪୩ ଜଣ ଏବେବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

Advertisment

ବିଏମ୍‌ସିର କହିବା ମୁତାବକ, ଏହି ବିଲ୍‌ବୋର୍ଡ ତଥା ହୋର୍ଡିଂଟି ବେଆଇନ ଥିଲା। ବିଏମ୍‌ସିର ବିନା ଅନୁମତିରେ ଏହି ହୋର୍ଡିଂକୁ ସେଠାରେ ଲଗାଯାଇଥିଲା। ଉକ୍ତ ସ୍ଥାନରେ ଚାରୋଟି ହୋର୍ଡିଂ ରହିଥିଲା ​​ଏବଂ ସମସ୍ତଙ୍କୁ କମିଶନର୍ ପୁଲିସ୍ ଦ୍ୱାରା ଅନୁମତି ମିଳିଥିଲା। ତେବେ ଏହି ବିଶାଳକାୟ ବିଲ୍‌ବୋର୍ଡ ଲଗାଇବା ପୂର୍ବରୁ କମିଶନର୍‌ କିମ୍ବା ରେଲଓ୍ୱେ ଠାରୁ କୌଣସି ଅନୁମତି ନିଆଯାଇନଥିଲା। ଏନେଇ ବିଏମ୍‌ସି ହୋର୍ଡିଂ ସଂସ୍ଥାପନ କରୁଥିବା ସଂସ୍ଥାକୁ ନୋଟିସ୍ ଜାରି କରିଛି। ବିଏମସି କହିଛି ଯେ ସର୍ବାଧିକ ୪୦x୪୦ ବର୍ଗଫୁଟର ଆକାରର ହୋର୍ଡିଂକୁ ଅନୁମତି ଦିଆଯାଇଥାଏ। ତେବେ ଏହି ଅବୈଧ ହୋର୍ଡିଂର ଆକାର ୧୨୦x୧୨୦ ବର୍ଗଫୁଟ ଥିଲା। ଏହାର ଅର୍ଥ ଏହି ହୋର୍ଡିଂ ପ୍ରାୟ ୧୫୦୦୦ ବର୍ଗଫୁଟର ଥିଲା।

ସେପଟେ ପୁଲିସ ବିଲ୍‌ବୋର୍ଡ ତିଆରି କିରଥିବା ସଂସ୍ଥା ଏମ୍‌/ଏମ୍‌ ଇଗୋ ମିଡିଆ ଓ ତା'ର ମାଲିକ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ କରିଛି। ପନ୍ତ ନଗର ପୁଲିସ ଷ୍ଟେସନରେ ହୋର୍ଡିଂ ମାଲିକ ଭାବେଶ ଭିଣ୍ଡେ ଓ ଅନ୍ୟମାନଙ୍କ ବିରୋଧରେ ଆଇପିସି ଧାରା ୩୦୪, ୩୩୮, ୩୩୭ ବିରୋଧରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସେପଟେ ବିଲବୋର୍ଡଟି ସେଠାରେ ଲାଗିବା ପାଇଁ ଅନୁମତି ଥିଲା କି ନାହିଁ ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଛନ୍ତି। ଏଥିସହ ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତି ପୂରାଣ ସହାୟତା ଘୋଷଣା କରାଯାଇଛି।

Mumbai Dust Storm Mumbai Hoarding Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe