/odisha-reporter/media/post_attachments/uploadimage/library/16_9/16_9_0/IMAGE_1674100814.jpg)
କାର୍କୁ ପିଟିଲା ଟ୍ରକ୍: ୯ ମୃତ, ବଞ୍ଚିଗଲା ୪ ବର୍ଷର ଶିଶୁ
ମୁମ୍ବାଇ: ଭୟଙ୍କର ଦୁର୍ଘଟଣା। ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯିବା ବେଳେ କାର୍କୁ ପିଟିଲା ଟ୍ରକ୍। ଘଟଣାସ୍ଥଳରେ ଚାଲିଗଲା ୯ ଜଣଙ୍କ ପ୍ରାଣ। ତେବେ ଏହି ମର୍ମନ୍ତୁଦ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଜଣେ ୪ ବର୍ଷର ଝିଅ। ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ।
ସୂଚନା ମୁତାବକ, ଆଜି ଭୋରୁ ମୁମ୍ବାଇ-ଗୋଆ ଜାତୀୟ ରାଜପଥରେ ମାନଗାଓଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ମାରୁତୀ ଇକୋ କାର୍କୁ ମୁହାଁମୁହିଁ ଧକ୍କା ଦେଇଛି ଟ୍ରକ୍। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ କାର୍ରେ ଥିବା ୯ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ଜଣେ ୪ ବର୍ଷୀୟ ଝିଅ ଗୁରୁତର ହୋଇଛି। ତାକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାର ଚିକିତ୍ସା ଚାଲିଛି।
ଇକୋ ମାରୁତୀ କାର୍ରେ ମୁମ୍ବାଇରୁ ରତ୍ନଗିରୀ ଆଡକୁ ଯାଉଥିବା ସମସ୍ତ ବ୍ୟକ୍ତି ପରସ୍ପରର ସମ୍ପର୍କୀୟ ଥିଲେ। ଏମାନେ ସମସ୍ତେ ଏକ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଗୁହାଗର ଗାଁକୁ ଯାଉଥିଲେ। ଏତିକି ବେଳେ ସାମ୍ନା ପଟୁ ତାଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା।
ମୃତକଙ୍କ ମଧ୍ୟରେ ୫ଜଣ ପୁରୁଷ, ୩ ଜଣ ମହିଳା ଓ ଜଣେ ଛୋଟ ଛୁଆ ଥିବା ରାୟଗଡ ଜିଲ୍ଲା ଏସ୍ପି ସୋମନାଥ କହିଛନ୍ତି। ସେହିରପି ଏହି ଦୁର୍ଘଟଣାରେ ଜଣେ ୪ ବର୍ଷର ଝିଅ ଗୁରୁତର ଅଛି। ତାକୁ ଉପଜିଲ୍ଲା ହସ୍ପିଟାଲ ମାନଗାଓଁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ନେଇ ତଦନ୍ତ ଜାରି ରହିଥିବା ପୁଲିସ ଅଧିକାରୀ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
