Advertisment

ବୁଡ଼ିଲା ମାୟାନଗରୀ! ସ୍କୁଲ-କଲେଜ ଛୁଟି, ଜଣେ ମୃତ

ମୁମ୍ବାଇ ପୁଲିସ ମାୟାନଗରୀ ବାସିନ୍ଦାଙ୍କୁ କେବଳ ଆବଶ୍ୟକ ସମୟରେ ଘରୁ ବାହାରକୁ ଯିବାକୁ ଅନୁରୋଧ କରିଛି।

Mumbai Rain

Mumbai Rain

Advertisment

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ। ଯୁଆଡେ ଦେଖିବ ସିଅଡେ ଖାଲି ପାଣି ଆଉ ପାଣି। ଗତ ତିନି ଦିନ ହେବ ଲାଗି ରହିଛି ପ୍ରବଳ ବର୍ଷା। କିଛି କିଛି ସ୍ଥାନରେ ଜଳବନ୍ଦୀ ସ୍ଥିତ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଟେନସନ୍ ବଢାଇ ଦେଇଛି। ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ସେପଟେ ମୁକୁଳା ଡ୍ରେନ୍‌ରେ ବୁଡି ଯାଇ ଜଣଙ୍କ ମୃତ୍ୟୁ ହୋଇଛି। 

Advertisment

ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଛି। ଲୋକଲା ଟ୍ରେନ୍‌ର ଗତି ଉପରେ ବର୍ଷା ବ୍ରେକ୍‌ ଲଗାଇ ଦେଇଛି। ସେହିପରି ୧୪ରୁ ଅଧିକ ବିମାନ ଉଡାଣକୁ ଡାଇଭର୍ଟ କରାଯାଇଛି। ୧୦୦ ମିମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ ହୋଇଛି।

ସେପଟେ ପ୍ରବଳ ବର୍ଷା ଯୋଗୁ ମୁମ୍ୱ୍ରା ବାଇପାସ୍‌ ରୋଡ୍‌ରେ ଭୂସ୍ଖଳନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଛି। ପ୍ରଶାସନ ପକ୍ଷରୁ ରାସ୍ତାରୁ ମାଟି ଅତଡା ହଟାଇବା କାମ ଜାରି ରହିଛି।

Advertisment

ନେହୁର ନଗର ଭଳି କିଛି କିଛି ସ୍ଥାନରେ ଲୋକଙ୍କ ଘରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି। ଭୀଷଣ ବର୍ଷା ନେଇ ମୁମ୍ବାଇ, ଥାଣେ, କୋଙ୍କଣ ଏବଂ ନାଶିକକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ତେଣୁ ସ୍ଥିତି ଆଗକୁ ଆହୁରି ବିଗିଡିବା ନେଇ ଆଶଙ୍କା କରାଯାଉଛି।

ଅନ୍ୟପଟେ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଶିକ୍ଷା ମନ୍ତ୍ରୀ ଛୁଟି ଘୋଷଣା କରିଛନ୍ତି। ବିଏମସି ଏକ ନିର୍ଦ୍ଦେଶ ଜାରି କରି କହିଛି ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏମସି ଅଧୀନରେ ଥିବା ସମସ୍ତ ସ୍କୁଲ ଏବଂ କଲେଜ ଗୁରୁବାର ଦିନ ବନ୍ଦ ରହିବ।

ସେହିପରି ମୁମ୍ବାଇ ପୁଲିସ ମାୟାନଗରୀ ବାସିନ୍ଦାଙ୍କୁ କେବଳ ଆବଶ୍ୟକ ସମୟରେ ଘରୁ ବାହାରକୁ ଯିବାକୁ ଅନୁରୋଧ କରିଛି। ଦୟାକରି ସୁରକ୍ଷିତ ରୁହନ୍ତୁ। କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୦୦ ଡାଏଲ୍ କରନ୍ତୁ ପୁଲିସ ନିଜ ଟ୍ୱିଟ୍‌ କରି ଜଣାଇଛି।

ଗୁଜରାଟରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସୁରଟରେ ଅନେକ ରାସ୍ତା ଉପରେ ଚାଲୁଛି ପାଣି। ରାସ୍ତାରେ ପାଣି ଯୋଗୁ ଗମନାଗମନ ଏକପ୍ରକାର ବାଧା ଉପୁଜିଛି।

Heavy Rain Mumbai Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe