Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍: ଦୁର୍ଘଟଣା ଘଟାଇବା ପରେ ପୁଅକୁ ଏପରି ବୁଦ୍ଧି ଦେଇଥିଲେ ଶିବସେନା ନେତା

ଦୁର୍ଘଟଣା ଘଟାଇବା ପରେ ପୁଅକୁ ବାରମ୍ବାର କଲ୍ କରିଥିଲେ ଶିବସେନା ନେତା ରାଜେଶ ଶାହ।

Rajesh Shah & Mihir Shah

Rajesh Shah & Mihir Shah

Advertisment

ମୁମ୍ବାଇ ହିଟ୍ ଆଣ୍ଡ ରନ୍ ମାମଲାରେ ପୁଣେ ପୋର୍ସେ କାର୍ ଦୁର୍ଘଟଣା ଭଳି ନୂଆ ନୂଆ ଟ୍ୱିଷ୍ଟ୍ ସାମ୍ନାକୁ ଆସୁଛି। ପୁଅକୁ ବଞ୍ଚାଇବା ପାଇଁ ଶିବସେନା (ଏକନାଥ ସିନ୍ଦେ ଗୋଷ୍ଠୀ) ନେତା ରାଜେଶ ଶାହ ଡ୍ରାଇଭର ମୁଣ୍ଡରେ ଦୋଷ ଲଦି ଦେବାକୁ ଚେଷ୍ଟା କରିଥିବା ପୁଲିସ ଅଭିଯୋଗ କରିଛି।

Advertisment

ପୁଲିସ କୋର୍ଟରେ କହିଛି ଯେ, ମିହିର ଦୁର୍ଘଟଣା ଘଟାଇବା ପରେ ତାଙ୍କ ବାପା ତଥା ଶିବସେନା ନେତା ରାଜେଶ ଶାହ ତାଙ୍କୁ ବାରମ୍ବାର କଲ୍ କରିଥିଲେ ଏବଂ ଡ୍ରାଇଭର ସିଟ୍ ଛାଡ଼ି ଅନ୍ୟ ସିଟରେ ବଶିବାକୁ ପରାମର୍ଶ ଦେଇଥିଲେ। ଏପରି କରିବା ଦ୍ୱାରା ଡ୍ରାଇଭର ମୁଣ୍ଡରେ ସବୁ ଦୋଷ ଲଦି ଦେବାକୁ ଚେଷ୍ଟା କରାଯାଇଥିବା ପୁଲିସ କୋର୍ଟରେ କହିଛି।

କୋର୍ଟ ରାଜେଶ ଶାହଙ୍କୁ ଜୁଲାଇ ୧୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଏବଂ ଡ୍ରାଇଭର ରାଜଋଷି ବିଦୱାତକୁ ଗୋଟିଏ ଦିନ ପୁଲିସ ହେପାଜତରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ସେନାର ରାଜେଶ ଶାହଙ୍କ ପୁଅ ହେଉଛନ୍ତି ମିହିର ଶାହ(୨୪)। ସେ ରବିବାର ସକାଳେ BMW କାରରେ ଆସିବା ସମୟରେ ଓର୍ଲି ନିକଟରେ ସ୍କୁଟିରେ ଯାଉଥିବା ଏକ ଦମ୍ପତିଙ୍କୁ ଧକ୍କା ଦେଇ କିଛି ବାଟ ଘୋଷାଡ଼ି ନେଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍ୱାମୀ-ସ୍ତ୍ରୀ କିଛି ଫୁଟ ଉପରକୁ ଉଠିଯାଇ କାର୍ ଉପରେ ପଡ଼ିଥିଲେ।

ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା। କିନ୍ତୁ ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କ ଅବସ୍ଥା ଗୁରୁତର ରହିଛି। ଏହି ମାମଲାରେ ପୁଲିସ ଗତକାଲି ରାଜେଶ ଶାହ ଏବଂ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେପଟେ ମିହିର ଫେରାର୍ ଥିବାବେଳେ ପୁଲିସ ୬ଟି ଟିମ୍ ଗଠନ କରି ତାଙ୍କୁ ଖୋଜାଖୋଜି କରୁଛି। 

Mumbai Accident Hit And Run BMW Car Shiv Sena
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe