Advertisment

ରୋଗୀଙ୍କ ରିପୋର୍ଟରେ ପ୍ଲେଟ୍‌, ହସ୍ପିଟାଲ କର୍ମଚାରୀଙ୍କୁ ନୋଟିସ୍‌

୬ ଜଣ ହସ୍ପିଟାଲ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।

paper plates

paper plates

Advertisment

ରୋଗୀଙ୍କ ମେଡିକାଲ ରିପୋର୍ଟରେ ତିଆରି ହେଉଛି କାଗଜ ପ୍ଲେଟ୍‌। ଏହାକୁ ନେଇ ଏବେ ହସ୍ପିଟାଲର ଅଡୁଆ ବମିଛି। ଭିଡିଓ ଭାଇରାଲ ହେବା ରେ ଆକ୍ସନ ମୁଡ୍‌କୁ ଆସିଲା ପ୍ରଶାସନ। ହସ୍ପିଟାଲ କର୍ମଚାରୀଙ୍କୁ ଜାରି ହୋଇଛି ନୋଟିସ୍‌।

Advertisment

ମୁମ୍ବାରଇ କିଙ୍ଗ ଏଡୱାର୍ଡ ମେମୋରିଆଲ (କେଏମ) ହସ୍ପିଟାଲ। ଏଠାକାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଡାକ୍ତରଖାନା ରୋଗୀଙ୍କ ରିପୋର୍ଟରେ ପ୍ରସ୍ତୁତ କାଗଜ ପ୍ଲେଟଗୁଡିକ ଦେଖିବାକୁ ମିଳିଛି। କାଗଜ ପ୍ଲେଟରେ ରୋଗୀଙ୍କ ନାମ ମଧ୍ୟ ଲେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ ଡାକ୍ତରଖାନା ପ୍ରଶାସନ ୬ ଜଣ କର୍ମଚାରୀଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛି।

ପୂର୍ବତନ ମେୟର କିଶୋରୀ ପେଡନେକର ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏହି କଥା ପ୍ରକାଶ କରିଛନ୍ତି। ସେ ଡାକ୍ତରଖାନା, ରୋଗୀ ଏବଂ ଚିକିତ୍ସା ପ୍ରଣାଳୀ ବିଷୟରେ ଉଲ୍ଲେଖ କରାଯାଇଥିବା କାଗଜ ପ୍ଲେଟର ଏକ ଭିଡିଓ ସେୟାର କରିଛନ୍ତି। କିଶୋରୀ ପେଡନେକର ଡାକ୍ତରଖାନା ପ୍ରଶାସନ ବିରୋଧରେ ଚରମ ଅବହେଳା ଅଭିଯୋଗ ଆଣିଛନ୍ତି।

Advertisment

ଅନ୍ୟପକ୍ଷରେ କେଏମ ହସ୍ପିଟାଲର ଡିନ୍ ଡକ୍ଟର ସଂଗୀତା ରାୱତ ସ୍ପଷ୍ଟ କରିଛନ୍ତି ଯେ ରୋଗୀଙ୍କ ରିପୋର୍ଟରୁ ଏହି ପ୍ଲେଟଗୁଡ଼ିକ ତିଆରି କରାଯାଇ ନାହିଁ। ସେ କହିଛନ୍ତି ଯେ ଏଗୁଡ଼ିକ ସିଟି ସ୍କାନର ପୁରୁଣା ଫୋଲ୍ଡର। ପୁନଃ ବ୍ୟବହାର ପାଇଁ ଏଗୁଡିକ ସ୍କ୍ରାପ୍ ଡିଲରମାନଙ୍କୁ ଦିଆଯାଇଥିଲା। ଏକମାତ୍ର ଭୁଲ ହେଉଛି ଏହା ଯେ, ଏହି ସ୍କ୍ରାପ୍ ପାପର୍‌କୁ ଦେବା ପୂର୍ବରୁ ନଷ୍ଟ କରାଯାଇନଥିଲା। ଏଥିପାଇଁ ୬ ଜଣ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିବା ସେ କହିଛନ୍ତି।

ସେପଟେ ଘଟଣାର ଅନୁସନ୍ଧାନ ପାଇଁ ଡେପୁଟି କମିଶନର (ଜନସ୍ୱାସ୍ଥ୍ୟ) ଙ୍କ ନେତୃତ୍ୱରେ ବିଏମସି ଏକ ସଦସ୍ୟ ବିଶିଷ୍ଟ କମିଟି ଗଠନ କରିଛି। ନାଗରିକ ପ୍ରଶାସନ ମଧ୍ୟ ଡାକ୍ତରଖାନାର ଡିନ୍‌ଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛି।

Mumbai King Edward Memorial (KEM) Hospital Paper Plates Made In Patient Reports
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe