Advertisment

ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ ରେଳ କର୍ମଚାରୀ, ୧୪୭ ଟ୍ରେନ୍‌ ବାତିଲ

ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନେକ ସଂଖ୍ୟାରେ ମୋଟରମ୍ୟାନ ଚାଲିଯାଇଥିଲେ। ଏହି କାରଣରୁ ୮୮ଟି ଲୋକାଲ ଟ୍ରେନ୍‌ ସମେତ ମୋଟ ୧୪୭ ଟ୍ରେନ୍‌କୁ ବାତିଲ କରାଯାଇଥିଲା।

Mumbai Locals Train

Mumbai Locals Train

Advertisment

ସଧାରଣତଃ ପାଖ ଖରାପ ହେଲେ କିମ୍ବା ବିକ୍ଷୋଭ ଯୋଗୁ ରେଳ ସେବା ପ୍ରଭାବିତ ହୋଇଥାଏ। ଯାହା ବେଶ୍‌ ସାଧାରଣ କଥା। କିନ୍ତୁ ମାୟାନଗରୀ ମୁମ୍ବାଇରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି। ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ରେଳ କର୍ମଚାରୀମାନେ ଚାଲି ଯିବାରୁ ପ୍ରାୟ ୧୪୭ଟି ଟ୍ରେନ୍‌କୁ ବାତିଲ କରାଯାଇଛି।

Advertisment

ଶନିବାର ସନ୍ଧ୍ୟାରେ ମୁମ୍ବାଇର ବାୟକୁଲା ଓ ସ୍ୟାଣ୍ଡହର୍ଷ୍ଟ ରୋଡ ଷ୍ଟେସନ ମଧ୍ୟରେ ଥିବା ସେଣ୍ଟ୍ରାଲ୍ ଏବଂ ହାରବର୍ ଲାଇନ ଉପରେ ଉପାନ୍ତ ସହର ଟ୍ରେନ୍ ସେବା ବିଳମ୍ବ ହୋଇଥିଲା। ଏହି କାରଣରୁ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ପରେ ଯେତେବେଳେ ଯାତ୍ରୀମାନେ ରେଳ ସେବା ପ୍ରଭାବିତ ହେବାର କାରଣ ଜାଣିବାକୁ ଚେଷ୍ଟା କଲେ, ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅନେକ ରେଳ କର୍ମଚାରୀ (ମୋଟରମେନ) ସେମାନଙ୍କ ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ଶବଦାହକୁ ଯାଇଥିଲେ। ଯେଉଁଥିପାଇଁ ରେଳ ସେବା ପ୍ରଭାବିତ ହୋଇଥିଲେ।

ରେଳ କର୍ମଚାରୀଙ୍କ କହିବା ମୁତାବକ ଶୁକ୍ରବାର ରେଳଧାରଣା ଅତିକ୍ରମ କରୁଥିବା ବେଳେ ରେଳକର୍ମଚାରୀ ମୁରଲୀଧର ଶର୍ମାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଅନେକ ସଂଖ୍ୟାରେ ମୋଟରମ୍ୟାନ ଚାଲିଯାଇଥିଲେ। ଏହି କାରଣ ଯୋଗୁ ଟ୍ରେନ୍‌ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା। ଅଧିକାରୀଙ୍କ ମୁତାବକ ୮୮ ଲୋକାଲ ଟ୍ରେନ୍‌ ସମେତ ମୋଟ ୧୪୭ ଟ୍ରେନ୍‌କୁ ବାତିଲ କରାଯାଇଥିଲା। ଏହି କାରଣ ଯୋଗୁ ସିଏସ୍‌ଟି ଓ ଅନ୍ୟ ଷ୍ଟେସନଗୁଡିକରେ ବହୁ ସଂଖ୍ୟାରେ ଯାତ୍ରୀ ଫସି ରହିଥିଲେ। ସେମାନଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା।

Advertisment

ଏହି ଘଟଣା ପରେ ପ୍ରଶ୍ନ ଉଠିଛି ଯେ ଏହା ସୁନିୟୋଜିତ ବିରୋଧ ପ୍ରଦର୍ଶନ ନୁହେଁ ତ? କାରଣ ଅତିତରେ ମୋଟରମ୍ୟାନ ଅତ୍ୟଧିକ କାମର ଚାପର ହେଉଥିବା ନେଇ ବିରୋଧ କରି ସାରିଛନ୍ତି।

Mumbai Mumbai Local Train Funeral Motormen
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe