Advertisment

ଫ୍ଲାଟକୁ ଦୁଇଟି ଛେଳି ଆଣିଲେ ବ୍ୟକ୍ତି, ଲୋକେ ପଢ଼ିଲେ ହନୁମାନ ଚାଳିଶା

ଛେଳି ପାଇଁ ହେଲା ମହାଭାରତ । ଗର୍ଜିଲେ ଲୋକେ। ଆପାର୍ଟମେଣ୍ଟ ପରିସରରେ ହେଲା କୋଳାହଳ। ପୁଲିସ୍‌ ପହଞ୍ଚି ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି।

author-image
Niharika Rout
Goat in flat

Goat in flat

ଛେଳି ପାଇଁ ହେଲା ମହାଭାରତ । ଗର୍ଜିଲେ ଲୋକେ। ଆପାର୍ଟମେଣ୍ଟ ପରିସରରେ ହେଲା କୋଳାହଳ। ପୁଲିସ୍‌ ପହଞ୍ଚି ବୁଝାଶୁଝା ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ଏପରି ଏକ ଘଟଣା ମାୟାନଗରୀ ମୁମ୍ବାଇରେ ଘଟିଛି।

Advertisment

ଆସନ୍ତାକାଲି ବକରି ଇଦ ଥିବା ବେଳେ ଏହାକୁ ପାଳନ କରିବା ନିମନ୍ତେ ମୁମ୍ବାଇର ଏକ ଆପାର୍ଟମେଣ୍ଟ ବାସିନ୍ଦା ମୋହସିନ ସିଖ୍ ନିଜ ଘରକୁ ୨ଟି ଛେଳି ଆଣିଥିଲେ। ଏହାଦେଖି ଆପାର୍ଟମେଣ୍ଟର ଅନ୍ୟ ବାସିନ୍ଦା ତୀବ୍ର ବିରୋଧ କରିଥିଲେ। ଏପରିକି ଆପାର୍ଟମେଣ୍ଟ ପରିସରରେ ଛେଳି ବଳି ଦିଆଯିବ ଭାବି ସେମାନଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। ଉତ୍ତ୍ୟକ୍ତ ଲୋକେ ଏହାକୁ ବିରୋଧ କରିବାକୁ ଯାଇ ଏକତ୍ରିତ ହୋଇ ହନୁମାନ ଚାଳିଶା ପାଠ କରିଥିଲେ।

ମୋହସିନଙ୍କ କହିବାନୁଯାୟୀ, ଉକ୍ତ ଆପାର୍ଟମେଣ୍ଟରେ ପ୍ରାୟ ୨୦୦ରୁ ୨୫୦ ମୁସଲିମ୍‌ ପରିବାର ବସବାସ କରନ୍ତି। ପ୍ରତି ବର୍ଷ ସେ ବକରି ଇଦ୍‌ ପୂର୍ବରୁ ଛେଳି ଆଣି ଆପାର୍ଟମେଣ୍ଟ ପରିସରରେ ରଖିଥାନ୍ତି। ଅନ୍ୟମାନେ ଏହାକୁ କେବେ ଏହାର ବିରୋଧ କରି ନାହାନ୍ତି। ମାତ୍ର ଚଳିତ ବର୍ଷ ଆପାର୍ଟମେଣ୍ଟ ବାସିନ୍ଦା ତାଙ୍କ ଛେଳି ଆଣିବାକୁ ବିରୋଧ କରିବାରୁ ସେ ଛେଳିଦ୍ୱୟଙ୍କୁ ନିଜ ଫ୍ଲାଟକୁ ନେଇ ଯାଇଥିଲେ। ଉକ୍ତ ଛେଳିଦ୍ୱୟଙ୍କୁ ଫ୍ଲାଟରେ ବଳି ଦେବେନି ବୋଲି ସ୍ପଷ୍ଟ କରିଛନ୍ତି ମୋହସନି । ତେଣୁ ଏଥିରେ ଲୋକଙ୍କର କ’ଣ ଅସୁବିଧା ହେଉଛି ବୁଝିପାରୁନି ବୋଲି ସେ କହିଛନ୍ତି।

Advertisment

ଖବର ପାଇ ପୁଲିସ୍‌ ପହଞ୍ଚି ମୋହସିନ ନିଜ ଫ୍ଲାଟରେ ଛେଳିଙ୍କ ହତ୍ୟା କରିବେନି ବୋଲି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ଏପରିକି ଯଦି ସେ ଛେଳିଦ୍ୱୟଙ୍କୁ ଫ୍ଲାଟରେ ବଳି ଦିଅନ୍ତି ତେବେ ଆଇନ ଅନୁଯାୟୀ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଛି।

Mumbai Protest Police