Advertisment

ମାୟାନଗରୀରେ ନିର୍ମମ କାଣ୍ଡ; ଲିଭ-ଇନ୍‌ ପାର୍ଟନରଙ୍କୁ ହତ୍ୟା ପରେ ଟିକି ଟିକି କାଟି ସିଝାଇ ଦେଲେ ବ୍ୟକ୍ତି

ଶ୍ରଦ୍ଧା ୱାଲକରଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ଅଫତାବ ପୁନାୱାଲା ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଫୋପାଡ଼ି ଦେଇଥିବା ବେଳେ ଏପରି ଏକ ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି ମୁମ୍ବାଇରେ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Mumbai Man Chops Live In Partner

partner

ରାଜଧାନୀ ଦିଲ୍ଲୀରେ ଘଟିଥିବା ଶ୍ରଦ୍ଧା ୱାଲକର ହତ୍ୟା ଘଟଣା ମାୟା ନଗରୀ ମୁମ୍ବାଇରେ ରିପିଟ୍‌ ହୋଇଛି। ଶ୍ରଦ୍ଧା ୱାଲକରଙ୍କୁ ତାଙ୍କ ଲିଭ ଇନ୍‌ ପାର୍ଟନର ଅଫତାବ ପୁନାୱାଲା ହତ୍ୟା ପରେ ଖଣ୍ଡ ଖଣ୍ଡ କରି କାଟି ଫୋପାଡ଼ି ଦେଇଥିବା ବେଳେ ଏପରି ଏକ ଲୋମଟାଙ୍କୁରା ଘଟଣାର ପୁନରାବୃତ୍ତି ମୁମ୍ବାଇରେ ହୋଇଛି। ଏଠାରେ ଜଣେ ୫୬ ବର୍ଷ ବୟସ୍କ ବ୍ୟକ୍ତି ନିଜ ଲିଭ- ଇନ୍‌- ପାର୍ଟନରଙ୍କୁ ହତ୍ୟା ପରେ ଗଛ କଟା ମେଶିନରେ ଟିକି ଟିକି କରି ପ୍ରେସରରେ ସିଝାଇବାକୁ ପଛାଇ ନାହାନ୍ତି। ପୁଲିସ୍‌ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

Advertisment

ମୃତ ମହିଳାଜଣକ ସରସ୍ୱତୀ ବିଦ୍ୟା ହୋଇଥିବା ବେଳେ ତାଙ୍କୁ ନିର୍ମମ ଭାବେ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ପୁରୁଷ ବନ୍ଧୁ ମନୋଜ ସାହାଣିଙ୍କୁ ଗିରଫ କରିଛି। ଉଭୟ ମନୋଜ ଓ ସରସ୍ୱତୀ ମୁମ୍ବାଇର ଗୀତା ନଗରସ୍ଥିତ ଗୀତା ଆକାଶଦୀପ ବିଲ୍ଡିଂରେ ଗତ ୩ ବର୍ଷ ହେବ ଲିଭ- ଇନ୍‌ରେ ରହୁଥିଲେ। ମାତ୍ର ଗତ କିଛି ଦିନ ହେବ ପଡ଼ୋଶୀ ସରସ୍ୱତୀଙ୍କୁ ଦେଖିବାକୁ ପାଉ ନ ଥିବା ବେଳେ ତାଙ୍କ ଘରୁ ଏକ ଦୁର୍ଗନ୍ଧ ଆସୁଥିବା ଜାଣିବାକୁ ପାଇଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାହା ଦେଖିଲା ତାଜୁବ ହୋଇ ରହିଥିଲା।

ଘରେ ସରସ୍ୱତୀଙ୍କ ମୃତଦେହ ଖଣ୍ଡବିଖଣ୍ଡିତ ହୋଇ ପଡ଼ିଥିବା ବେଳେ ତାହାକୁ ଗଛ କଟା ମେଶିନ ସାହାଯ୍ୟରେ ଟିକି ଟିକି କରି କଟା ଯାଇଥିବା ଦେଖିବାକୁ ମିଳିଥିଲା। ଏହାବାଦ ମୃତଦେହର କିଛି ଅଂଶ ପ୍ରେସର କୁକରରେ ଥିବା ବେଳେ ତାହାକୁ ସିଝା ଯାଇଥିବା ପୁଲିସ୍‌ ଦେଖିଲା ।

Advertisment

ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କ ମୃତ୍ୟୁ ପ୍ରାୟ ୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଥିବା ବେଳେ ସେଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଥିଲା। ପୁଲିସ୍‌ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଏଡି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜଙ୍କ ସହ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ବି ଗିରଫ କରିଛି। ତେବେ ହତ୍ୟା ପଛର କାରଣ ଜଣାପଡ଼ିନି।

ଉଭୟ ସରସ୍ୱତୀ ଓ ମନୋଜଙ୍କ ମଧ୍ୟରେ କିଛି ଦିନ ହେବ ସମ୍ପର୍କ ଭଲ ନ ଥିବା ବେଳେ ପାଟିତୁଣ୍ଡ ବି ହେଉଥିବା ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଛନ୍ତି। ତେବେ ହତ୍ୟା ପଛର କାରଣ କ’ଣ , କ’ଣ ପାଇଁ ବ୍ୟକ୍ତିଜଣକ ଏପରି ଜଘନ୍ୟ କାଣ୍ଡ ଘଟାଇଲେ ସେ ନେଇ ପାଟି ଫିଟାଇ ନାହାନ୍ତି।

Murder Mumbai Police Live In Relation