Advertisment

ଅଧାରେ ଅଟକି ଗଲା ମନୋରେଲ, ଫସିଗଲେ ଶତାଧିକ ଯାତ୍ରୀ

ଟ୍ରାକରେ ମନୋରେଲ ଅଟକି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ଘଣ୍ଟାଏ ହେଲାଣି ଏହା ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Monorail

Monorail

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଲାଗି ରହିଥିବା ବର୍ଷା ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଏଥିଯୋଗୁ ଲୋକଙ୍କୁ ସେବା ଯୋଗାଉଥିବା ଗୋଟିଏ ମନୋରେଲ ଅଧା ବାଟରେ ଫସି ଯାଇଛି। ଟ୍ରାକରେ ମନୋରେଲ ଅଟକି ଯିବାରୁ ୧୦୦ରୁ ଅଧିକ ଯାତ୍ରୀ ଘଣ୍ଟାଏ ହେଲାଣି ଏହା ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରୟାସ ଚାଲିଛି।

Advertisment

ମନୋରେଲ ରେକ (ଯାହା ଭୂପୃଷ୍ଠରୁ ଉଚ୍ଚରେ ତିଆରେ ଟ୍ରାକରେ ଚାଲିଥାଏ) ଛୋଟ ଧରଣର ବିଦ୍ୟୁତ ବିଭ୍ରାଟ ଯୋଗୁ ଅଧାରେ ଅଟକି ଯାଇଥିବା ମୁମ୍ବାଇ ମେଟ୍ରୋପଲିଟାଣ୍ଟ ରିଜନ ଡେଭଲପମେଣ୍ଟ ପ୍ରାଧିକରଣ ପକ୍ଷରୁ କୁହାଯାଇଛି। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଆମର ଅପରେସନ ଓ ରକ୍ଷାଣବେକ୍ଷଣ ଟିମ ଘଟଣାସ୍ଥଳରେ ରହିଛନ୍ତି। ସେମାନେ ସମସ୍ୟାକୁ ସମାଧାନ କରିବାକୁ ଲାଗି ପଡ଼ିଛନ୍ତି।

ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନୋରେଲରେ ଫସିଥିବା ଲୋକମାନେ ଜୀବନ ବିକଳରେ ଝରକା ଭାଙ୍ଗି ବାହାରକୁ ଆସିବାକୁ ଉଦ୍ୟମ କରୁଥିବାର ଏକାଧିକ ଭିଡିଓ ସାମ୍ନାକୁ ଆସିଛି। ଟ୍ରେନଟି ଚେମ୍ବୁର ଓ ଭକ୍ତି ପାର୍କ ମଧ୍ୟରେ ଚାଲୁଥିବା ବେଳେ ସନ୍ଧ୍ୟା ପ୍ରାୟ ୬.୧୫ରେ ଅଟକି ଯାଇଥିଲା। ମହୀଶୂର କଲୋନୀ ଷ୍ଟେସନ ନିକଟରେ ଟ୍ରେନଟି ଫସିଥିବା ଜଣାପଡ଼ିଛି। 

Advertisment

ଶତାଧିକ ଲୋକ ଉଦ୍ଧାର ପାଇଁ ଚିତ୍କାର କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବ୍ୟସ୍ତ ନ ହେବାକୁ କହିଛନ୍ତି। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ସେ ଆଶ୍ୱସନା ଦେଇଛନ୍ତି। ଏଥିସହ କ’ଣ ପାଇଁ ଏପରି ଘଟଣା ଘଟିଥିଲା, ତା’ର ତଦନ୍ତ ହେବ ବୋଲି କହିଛନ୍ତି।

ବିଗତ ଦୁଇ ଦିନ ହେଲା ମୁମ୍ବାଇରେ ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ସାଧାରଣ ଜନଜୀବନ ଗଭୀର ଭାବେ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଯୋଗୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Mumbai monorail