Advertisment

ଧାରୁଆ ଅସ୍ତ୍ରରେ ଆକ୍ରମଣ, ଏନ୍‌ସିପି ନେତାଙ୍କୁ ହତ୍ୟା

ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

NCP Leader Murdered

NCP Leader Murdered

Advertisment

ବିଚ୍‌ ରାସ୍ତାରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର(ଅଜିତ ପାଓ୍ୱାର ଗୋଷ୍ଠୀ) ନେତାଙ୍କୁ ହତ୍ୟା। ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନସିପି ନେତା ସଚିନ କୁର୍ମୀଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତମାନେ ସଚିନଙ୍କ ଉପରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ସେଠାରୁ ଫେରାର ହୋଇ ଯାଇଛନ୍ତି।

Advertisment

ସୂଚନା ମୁତାବକ, ଶୁକ୍ରବାର ରାତିରେ ମୁମ୍ବାଇର ବାଇକୁଲ୍ଲା ଅଞ୍ଚଳରେ ଏନ୍‌ସିପି ଅଜିତ ପାଓ୍ୱାର ଗୋଷ୍ଠୀର ତାଲୁକା ସଭାପତି ସଚିନ କୁର୍ମୀଙ୍କ ଉପରକୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏଥିରେ ସଚିନ ଗୁରୁତର ଆହତ ହୋଇଥିଲେ।

ଆକ୍ରମଣ ପରେ ଅଭିଯୁକ୍ତମାନେ ସେଠାରୁ ଖସି ପଳାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ସେପଟେ ମୁମ୍ବାଇ ପୁଲିସ ଏହି ମାମଲରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି।

Advertisment

ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସର କହିବା ମୁତାବକ, ଏହି ଘଟଣା ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ରେ ଘଟିଥିଲା। ତେବେ ଏନ୍‌ସିପି ନେତା ସଚିନଙ୍କୁ କିଏ ହତ୍ୟା କରିଛି ଏବଂ କାହିଁକି ତାହା ଜଣା ପଡିନାହିଁ। ଏହି ଆକ୍ରମଣରେ ୨ରୁ ୩ ଜଣ ସମ୍ପୃକ୍ତ ଥିବା ପୁଲିସ କହିଛି।

Ajit Pawar NCP NCP Leader Murdered Mumbai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe