Advertisment

ମୁମ୍ବାଇ ହର୍‌ର: ସରସ୍ୱତୀ ଥିଲେ ଅନାଥ, ରାସନ ଦୋକାନରୁ ଆରମ୍ଭ ହୋଇଥିଲା ପ୍ରେମ

ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସରସ୍ୱତୀଙ୍କୁ ନେଇ କିଛି ତଥ୍ୟ ହାସଲ କରିଛି।

author-image
Hemant Lenka
Orphan

Orphan

ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ମୁମ୍ବାଇ ହତ୍ୟାକାଣ୍ଡକୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ୩୨ ବର୍ଷୀୟ ସରସ୍ୱତୀ ବୈଦ୍ୟଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ପୁଲିସ୍‌ ଜବତ କରିଛି।

Advertisment

ସରସ୍ୱତୀଙ୍କୁ ତାଙ୍କ ଲିଭ ଇନ ପାର୍ଟନର ମନୋଜ ସାଣେ ପ୍ରାୟ ୪ ଦିନ ତଳେ ହତ୍ୟା କରିଥିଲେ। ଏହାପରେ ମୃତଦେହକୁ ଖଣ୍ଡଖଣ୍ଡ କରି କାଟିବା ସହ ସେଗୁଡ଼ିକୁ ପ୍ରେସ କୁକର୍‌ରେ ସିଝାଇ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏପରି ଭୟଙ୍କର ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ପୁଲିସ୍‌ ଘଟଣାର ଅଧିକ ତଦନ୍ତ କରୁଥିବା ବେଳେ ସରସ୍ୱତୀଙ୍କୁ ନେଇ କିଛି ତଥ୍ୟ ହାସଲ କରିଛି। ସରସ୍ୱତୀ ଜଣେ ଅନାଥ। ମନୋଜ ଓ ସରସ୍ୱତୀଙ୍କ ପ୍ରେମ ଗୋଟିଏ ରାସନ ଦୋକାନରୁ ଆରମ୍ଭ ହୋଇଥିଲା। ୨୦୧୪ରେ ଉଭୟ ପରସ୍ପରକୁ ପ୍ରଥମ ଥର ଦେଖିଥିଲେ। ଏହାପରେ ସେମାନଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ। ମନୋଜ ଉକ୍ତ ରାସନ ଦୋକାନରେ କାମ କରୁଥିଲେ।

Advertisment

ପୁଲିସ୍‌ ଏହି ଘଟଣାରେ ୫୬ ବର୍ଷୀୟ ମୋନୋଜ ସାଣେଙ୍କୁ ଗିରଫ କରଛି। ସେ ତାଙ୍କ ଲିଭ ଇନ ପାର୍ଟନର ସରସ୍ୱତୀ ବୈଦ୍ୟଙ୍କୁ ମୁମ୍ବାଇର ମୀରା ରୋଡରେ ଥିବା ଗୋଟିଏ ଆପାର୍ଟମେଣ୍ଟ ଭିତରେ ହତ୍ୟା କରିଛନ୍ତି। ମନୋଜ ଓ ସରସ୍ୱତୀ ଆକାଶଗଙ୍ଗା ବିଲଡିଂର ୭ମ ଫ୍ଲୋରରେ ଭଡ଼ାରେ ରହୁଥିଲେ। ୫ ବର୍ଷ ହେଲା ଦୁହେଁ ଏକାଠି ଥିବା ବେଳେ ଏବେ ପୂରା ଘଟଣା ଘଟିଛି। 

ଜଣେ ପଡ଼ୋଶୀଙ୍କ ସତର୍କତା ଯୋଗୁ ଏହି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ପ୍ରଥମେ ସେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ଜାଣିବାକୁ ପାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଓ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ ଯାଞ୍ଚ କରିବା ପରେ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଥିଲା।

ସରସ୍ୱତୀଙ୍କ କିଛି ଖଣ୍ଡବିଖଣ୍ଡିତ ମୃତଦେହ ବାଟିଲରୁ ମିଳିଥିବା ବେଳେ ଆଉ କିଛି ପ୍ରେସର କୁକର୍‌ରୁ ପୁଲିସ ଜବତ କରିଛି। ଗିରଫ ମନୋଜ ବାହା ହୋଇ ନଥିଲେ। ବୋରିଭାଲିରେ ତାଙ୍କର ଗୋଟିଏ ଘର ରହିଛି। ସେଠାରେ ତାଙ୍କ ପରିବାର କିଛି ଲୋକ ରୁହନ୍ତି।

ତେବେ ମନୋଜଙ୍କ ସମ୍ପର୍କ ପରିବାର ଲୋକଙ୍କ ସହ ନାହିଁ। ମନୋଜ ଯେଉଁ ରାସନ ଦୋକାନରେ କାମ କରୁଥିଲେ ସେଇଟା ମଧ୍ୟ ବୋରିଭାଲିରେ। ମେ’ ୨୯ରୁ ଉକ୍ତ ଦୋକାନ ବନ୍ଦ ରହିଥିଲା ବୋଲି ମନୋଜ ପୁଲିସ୍‌କୁ କହିଛନ୍ତି।

ବିଗତ ୫ ବର୍ଷ ହେଲା ମନୋଜ ଓ ସରସ୍ୱତୀ ବିଲଡିଂର ୭୦୪ ନମ୍ବର ରୁମରେ ରହୁଥିଲେ। ତେବେ ସେଠାରେ ରହିବା ବେଳେ ଉଭୟଙ୍କ ମଧ୍ୟରେ ବାରମ୍ବାର ପାଟିତୁଣ୍ଡ ମଧ୍ୟ ହେଉଥିଲା। ସେମାନେ ୫ ବର୍ଷ ହେଲା ଏଠାରେ ରହୁଥିଲେ ମଧ୍ୟ ପଡ଼ୋଶୀଙ୍କ ସହ ଖୁବ କମ ମିଶୁଥିଲେ। ଅନେକ ଲୋକ ଏହି ଦମ୍ପତିଙ୍କ ନାଁ ମଧ୍ୟ ହତ୍ୟାକାଣ୍ଡ ପରେ ଜାଣିବାକୁ ପାଇଛନ୍ତି।

ପୁଲିସ୍‌ ବୁଧବାର ସନ୍ଧ୍ୟା ୭ଟାରେ ରୁମ କବାଟ ଭାଙ୍ଗି ସରସ୍ୱତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଜବତ କରିଥିଲା। ରବିବାର ଠାରୁ ତାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି।

Mumbai Mumbai Police