Advertisment

ସ୍କୁଟିରେ ବସିବା ସହ ଓହଳିଥିଲେ ୭ ଛୁଆ, ବନ୍ଧା ହେଲେ ଚାଳକ

ସ୍କୁଟିଟିକୁ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ସେଥିରେ ବସିବା ସହ ଓହଳିଥିଲେ ୭ ଛୁଆ। ଏହାର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍‌।

author-image
Niharika Rout
ଅଦ୍ୟତନ ହୋଇଛି
Ride

Ride

ମୁମ୍ବାଇ ରାଜରାସ୍ତାରେ ଏକ ସ୍କୁଟି ଗଡ଼ୁଥିବା ବେଳେ ତାହା ଉପରେ ଥିଲା ସମସ୍ତଙ୍କ ନଜର। କାରଣ ସ୍କୁଟିରେ ଚାଳକଙ୍କ ସମେତ କେତେ ଯାତ୍ରୀ ଥିଲେ ଜାଣିଲେ ଆପଣଙ୍କ ହୋସ୍‌ ଉଡ଼ିଯିବ । ସ୍କୁଟିଟିକୁ ଜଣେ ବ୍ୟକ୍ତି ଚଳାଉଥିବା ବେଳେ ସେଥିରେ ବସିବା ସହ ଓହଳିଥିଲେ ୭ ଛୁଆ। ଏହାର ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବାନ୍ଧିଛି ମୁମ୍ବାଇ ପୁଲିସ୍‌।

Advertisment

ଗିରଫ ବ୍ୟକ୍ତିଜଣକ ମୁନାଭର ଶାହ ବୋଲି ଜଣାଯାଇଛି। ତାଙ୍କର ମୁମ୍ବାଇରେ ଏକ ନଡ଼ିଆ ଦୋକାନ ଥିବା ଜଣାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ମୁନାଭର ଶାହ ସ୍କୁଟର ଚଳାଉଥିବା ବେଳେ ଆଗରେ ୨ ଛୁଆ ବସିଛନ୍ତି। ୩ ଜଣ ପଛରେ ବସିଥିବା ବେଳେ ଜଣେ ପଛରେ ଓ ଅଉ ଜଣେ ବାମ ପାର୍ଶ୍ୱରେ ଓହଳିଛନ୍ତି।

ଉକ୍ତ ସମୟରେ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ଏହାର ଭିଡିଓ କରି ଟ୍ୱିଟରରେ ପୋଷ୍ଟ କରିବା ସହ ମୁମ୍ବାଇ ପୁଲିସ୍‌କୁ ଟ୍ୟାଗ୍‌ କରିଥିଲା। ଏହାପରେ ପୁଲିସ୍‌ ତନାଘନା କରି ତୁରନ୍ତ ମୁନାଭର ଶାହଙ୍କୁ ଗିରଫ କରିଛି। ଉକ୍ତ ୭ ଛୁଆଙ୍କ ମଧ୍ୟରୁ ୪ ଜଣ ତାଙ୍କ ନିଜ ସପ୍ତାନ ହୋଇଥିବା ବେଳେ ୩ ଜଣ ପଡ଼ୋଶୀ ଛୁଆ ବୋଲି ଜଣାଯାଇଛି।

Advertisment

ଏପରି ଭାବେ ବିପଦଜନକ ଭାବେ ଗାଡ଼ି ଚଳାଇଲେ ଅକାରଣେ ଛୋଟ ପିଲାଙ୍କ ଜୀବନ ଯିବାର ବିପଦ ରହିଛି। ସଡ଼କ ସୁରକ୍ଷା ନିମନ୍ତେ ସବୁବେଳେ ଜନସଚେତନତା ସୃଷ୍ଟି କରାଯାଉଥିବା ସତ୍ତ୍ୱେ ଏପରି ଖାମଖିଆଲି ଭାବେ ଗାଡ଼ି ଚଳାଇବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Mumbai