Advertisment

ଗେଟ୍‌ୱେ ଅଫ୍‌ ଇଣ୍ଡିଆ ନିକଟରୁ ସନ୍ଦିଗ୍ଧ ବୋଟ ଜବତ; କର୍ମଚାରୀ ବଖାଣିଲେ ଦୁଃଖ କାହାଣୀ

ଜାହାଜଟି କୁଏତରୁ ଆସିଥିବା ବେଳେ କିପରି ଭାରତର ଜଳ ସୀମା ମଧ୍ୟରେ ପ୍ରବେଶ କରି ପାରିଲା ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା।

author-image
Niharika Rout
Boat Seized

Boat Seized

ଗେଟ୍‌ୱେ ଅଫ୍‌ ଇଣ୍ଡିଆ ନିକଟରୁ ଜବତ ହୋଇଛି ସନ୍ଦିଗ୍ଧ ବୋଟ। ଜାହାଜଟି କୁଏତରୁ ଆସିଥିବା ବେଳେ କିପରି ଭାରତର ଜଳ ସୀମା ମଧ୍ୟରେ ପ୍ରବେଶ କରି ପାରିଲା ତାହାକୁ ନେଇ ଆରମ୍ଭ ହୋଇଛି ତନାଘନା।

Advertisment

ଉକ୍ତ ଜାହାଜଟି କୁଏତରୁ ଆସିଥିବା ବେଳେ ସେଥିରେ ଥିବା ୩ ଜଣଙ୍କୁ ଅଟକ ରଖିଛି ପୁଲିସ୍‌। ତେବେ ଉକ୍ତ ବୋଟରୁ କୌଣସି ମାରଣାସ୍ତ୍ର ନ ଥିବା ବେଳେ ବୋଟ କର୍ମଚାରୀ ତାମିଲନାଡ଼ୁର କନ୍ୟାକୁମାରୀ ଜିଲ୍ଲା ବାସିନ୍ଦା ବୋଲି ଜଣାଯାଇଛି।

ଅଟକ ବୋଟ୍‌ କର୍ମଚାରୀଙ୍କ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, ସେମାନେ କୁଏତରେ ଏକ ଫିସିଂ କମ୍ପାନୀରେ କାମ କରୁଥିଲେ। ମାତ୍ର ସେଠାରେ ମାଲିକ ସେମାନଙ୍କୁ ନିର୍ଯାତନା ଦେବା ସହ ଦରମା ଠିକ୍‌ ସମୟରେ ଦେଉ ନ ଥିଲା। ଏପରିକି ସେମାନଙ୍କ ପାସପୋର୍ଟକୁ ବି ଛଡ଼ାଇ ନେଇ ଯାଇଥିଲା।

Advertisment

ଫଳରେ ଅନ୍ୟୋନପାୟ ହୋଇ କର୍ମଚାରୀମାନ ମାଲିକ ବୋଟ୍‌କୁ ଚୋରି କରି ଆରବ ସାଗରରେ ପ୍ରାୟ ୧୨ ଦିନ କାଳ ଯାତ୍ରା କରି ମୁମ୍ବାଇରେ ପହଞ୍ଚିଛନ୍ତି। ସେମାନଙ୍କ ନିକଟରେ ଥିବା ରୋଷେଇ ସାମଗ୍ରୀ ସରି ଯାଇଥିବାରୁ ଗତ ୪ ଦିନ ହେଲା ସେମାନେ ଭୋକିଲା ଥିବା ପୁଲିସ୍ ସମ୍ମୁଖରେ କହିଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। 

୨୦୦୮ ମସିହାର ନଭେମ୍ବର ୨୬ ତାରିଖରେ ମୁମ୍ବାଇର ତାଜ ହୋଟେଲ ଉପରେ ହୋଇଥିବା ଆତଙ୍କୀ ହାମଲା ପରେ ନିକଟବର୍ତ୍ତୀ ଆରବ ସାଗରରେ ସୁରକ୍ଷାକୁ କଡ଼ାକଡ଼ି କରାଯାଇଥିଲା। ଏହାପରେ ବି କିପରି ଅନ୍ୟ ଏକ ଦେଶରୁ ଆସିଥିବା ବୋଟ ଭାରତର ଜଳ ସୀମା ମଧ୍ୟରେ ପଶି ପାରିଲା, କିପରି କୌଣସି ସୁରକ୍ଷା ଓ ଗୁଇନ୍ଦା ସଂସ୍ଥା ଏହାର ସୂଚନା ପାଇ ପାରିଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Mumbai