/odisha-reporter/media/post_attachments/uploadimage/library/16_9/16_9_0/Attack_1757062644.jpg)
Attack
ମୁମ୍ବାଇକୁ ମିଳିଛି ଆତଙ୍କବାଦୀ ହମଲାର ଧମକ। ମୁମ୍ବାଇର ବିଶ୍ୱ ପ୍ରସିଦ୍ଧ ଗଣେଶ ପୂଜା ଭସାଣ ବେଳେ ହମଲା ହେବାର ଧମକ ଦେଇଛନ୍ତି ଆତଙ୍କବାଦୀ। ଏଥିପାଇଁ ୩୪ଟି ଗାଡ଼ିରେ ଖଞ୍ଜା ଯାଇଛି ମାନବ ବୋମା। ସେହିପରି ହମଲା ପାଇଁ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ଭାରତରେ ପ୍ରବେଶ କରିଛନ୍ତି। ୪୦୦ କେଜି ଆରଡିଏକ୍ସ ଦ୍ୱାରା ହମଲା କରି ପୂରା ମୁମ୍ବାଇକୁ ଦୋହଲାଇ ଦିଆଯିବ ବୋଲି ଧମକ ଦିଆଯାଇଛି।
ମୁମ୍ବାଇ ପୁଲିସ୍ର ଟ୍ରାଫିକ କଣ୍ଟ୍ରୋଲ ରୁମ ହ୍ୱାଟସଆପକୁ ଏପରି ଧମକ ମିଳିବା ପରେ ପୂରା ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଧମକପୂର୍ଣ୍ଣ ମେସେଜରେ ଏକାଧିକ ଆତଙ୍କବାଦୀ ହମଲାର ଯୋଜନା କରାଯାଇଥିବା କୁହାଯାଇଛି।
ମସେଜରେ କୁହାଯାଇଛି ଯେ ମୁମ୍ବାଇରେ ଆତଙ୍କବାଦୀ ହମଲା କରିବା ପାଇଁ ୩୪ଟି ଗାଡ଼ିରେ ମାନବ ବୋମା ଖଞ୍ଜା ଯାଇ ସାଛି। ବିସ୍ଫୋରଣ ଏତେ ଭୟଙ୍କର ହେବ ଯେ ପୂରା ମୁମ୍ବାଇ ଦୋହଲି ଯିବ। ପୁଲିସ ଗଣେଶ ପୂଜାର ୧୦ମ ଦିନ ଅର୍ଥାତ ଅନନ୍ତ ଚତୁର୍ଥୀ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ପୂରା ସହରରେ କଡ଼ାକଡ଼ି କରୁଥିବା ବେଳେ ଗୁରୁବାର କଣ୍ଟ୍ରୋଲ ରୁମକୁ ଏପରି ଧମକପୂର୍ଣ୍ଣ ବାର୍ତ୍ତା ଆସିଛି। ଶନିବାର ଗଣେଶ ଭସାଣୀ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ସମୟରେ ବିସ୍ଫୋରଣ କରାଯିବ ବୋଲି ଧମକ ଦିଆଯାଇଛି।
ମେସେଜ ମିଳିବା ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଆତଙ୍କବାଦୀ ନିରୋଧ ସ୍କ୍ୱାଡ ଓ ଅନ୍ୟ ଏଜେନ୍ସିମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି। ଧମକ ଦେଇଥିବା ସଂଗଠନ ନିଜକୁ ଲସ୍କର-ଇ-ଜେହାଦୀ ବୋଲି କହିଛି। ସଂଗଠନ ଦାବି କରିଛି ଯେ ୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ହମଲା ପାଇଁ ଭାରତରେ ପ୍ରବେଶ କରିଛନ୍ତି। ହମଲାରେ ମୋଟ ୪୦୦ କେଜି ଆରଡିଏକ୍ସ ବିସ୍ଫୋରକ ବ୍ୟବହାର ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବା ସଂଗଠନ ପକ୍ଷରୁ ଧମକ ଦିଆଯାଇଛି।
ଗଣେଶ ଭସାଣୀରେ ହଜାର ହଜାର ଲୋକ ସାମିଲ ହେବେ। ଶନିବାର ମୁମ୍ବାଇ ରାସ୍ତା ଲୋକାରଣ୍ୟ ହେବାକୁ ଥିବାରୁ ପୁଲିସ୍ ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଏପରି ସ୍ଥିତିରେ ଆତଙ୍କବାଦୀ ହମଲାର ଧମକ ମିଳିଛି।
ଧମକ ମିଳିବା ପରେ ପୂରା ସହରରେ ଆଲର୍ଟ ଜାରି କରାଯାଇଛି। ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଅଧିକାରୀମାନେ ମେସେଜ ଆସିଥିବା ସୂତ୍ରର ଯାଞ୍ଚ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
