Advertisment

ପୁଲିସ୍‌କୁ ମିଳିଲା ଧମକ; ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁମ୍ବାଇ ପୁଲିସ୍‌କୁ ଟ୍ୟାଗ କରି ଜଣେ ବ୍ୟକ୍ତି ଏକ ଟ୍ୱିଟ କରିଥିଲେ। ଉକ୍ତ ଟ୍ୱିଟରେ ଖୁବଶୀଘ୍ର ମୁମ୍ବାଇରେ ବୋମା ଫୁଟିବ ବୋଲି ଉଲ୍ଲେଖ ଥିଲା।

Police

Police

Advertisment

‘ମୁମ୍ବାଇରେ ଖୁବ୍‌ ଶୀଘ୍ର ଫୁଟିବ ବୋମା। ସବୁ କିଛି ଛାରଖାର ହୋଇଯିବ ।’ ଏପରି କିଛି ଅଜଣା କଲ୍‌ ଆଜି ମୁମ୍ବାଇ ପୁଲିସ୍‌କୁ ଅସ୍ତବ୍ୟସ୍ତ କରି ପକାଇଥିଲା। ଶେଷରେ ପୁଲିସ୍‌ ଏହି ଘଟଣାରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ମୁମ୍ବାଇ ପୁଲିସ୍‌କୁ ଟ୍ୟାଗ କରି ଜଣେ ବ୍ୟକ୍ତି ଏକ ଟ୍ୱିଟ କରିଥିଲେ। ଉକ୍ତ ଟ୍ୱିଟରେ ଖୁବଶୀଘ୍ର ମୁମ୍ବାଇରେ ବୋମା ଫୁଟିବ ବୋଲି ଉଲ୍ଲେଖ ଥିଲା।  ଏପରି ମେସେଜ ପାଇ ପୁଲିସ୍‌ ତୁରନ୍ତ ବିଭିନ୍ନ ଜାଗାରେ ଛାନଭିନ୍‌ ଆରମ୍ଭ କରିଥିଲା।

ଏଥିସହ ଟ୍ୱିଟ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ତାଙ୍କ ସବିଶେଷ ତଥ୍ୟ ବାହାର କରିଥିଲା। ଏହାପରେ ପୁଲିସ୍ ତୁରନ୍ତ ତାଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ଏ ଯାଏ ବୋମାର କିଛି ସନ୍ଧାନ ମିଳିପାରିନି।

Advertisment

ଏହି ଖବର ପ୍ରଚାରିତ ହେବା ପରେ ମୁମ୍ବାଇରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏହି ବ୍ୟକ୍ତି କିଏ, ତାଙ୍କର କାହା ସହ ଲିଙ୍କ ଅଛି ଓ ସେ କାହିଁକି ବୋମା ଫୁଟିବା କଥା କହିଲେ ତାହାର ତଦନ୍ତ କରୁଛି ପୁଲିସ୍ ।

Police Maharashtra Social Media Threat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe