Advertisment

ଆକ୍ସନ ମୁଡ୍‌ରେ ବିଏମ୍‌ସି, ବିଲ୍ଡର ଓ ଠିକାଦାରଙ୍କୁ ନୋଟିସ୍‌

ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କଡ଼ା ଶବ୍ଦରେ କହିଛି।

author-image
Madhupriya Mistry
Notices sent to builders and contractors

Notices sent to builders and contractors

ଲଗାତର ବଢ଼ି ଚାଲିଛି ପ୍ରଦୂଷଣ ମାତ୍ରା। ଦୀପାବଳି ପୂର୍ବରୁ ହିଁ ମୁମ୍ବାଇରେ ଦୂଷିତ ହେବାକୁ ଲାଗିଲାଣି ବାୟୁ। ଏଠାକାର ବାୟୁର ମାନକ ମଧ୍ୟମରୁ ଖରାପ ଶ୍ରେଣୀରେ ରହିଛି। ଏହାକୁ ଦୃଷ୍ଟିରେ ରଖି ଏବେ ବ୍ରୁହାନ ମୁମ୍ବାଇ ଆକ୍ସନ ମୁଡ୍‌ ଆସିଛି। ବିଲ୍ଡର ଓ ଠିକାଦାରଙ୍କୁ ବିଏମ୍‌ସି ନୋଟିସ ପଠାଇଛି। ପି' ନର୍ଥ ୱାର୍ଡରେ ନିର୍ମିତ ୬ହଜାର କୋଟି ଟଙ୍କା ମୂଲ୍ୟର ବଡ ପ୍ରକଳ୍ପ 'ଗୋରେଗାଓଁ-ମୁଲୁଣ୍ଡ ଲିଙ୍କ ରୋଡ ପ୍ରୋଜେକ୍ଟ'କୁ ମଧ୍ୟ ନୋଟିସ ପଠାଯାଇଛି।

Advertisment

ମୁମ୍ବାଇରେ ବାୟୁ ପ୍ରଦୂଷଣକୁ ନେଇ ଗାଇଡଲାଇନ୍‌ ଜାରି କରାଯାଇଛି। ଏହାକୁ ଦୁଇ ସପ୍ତାହ ବିତିଗଲାଣି। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ, ନିର୍ମାଣଧୀନ ସ୍ଥାନରେ ଭଙ୍ଗାଭଙ୍ଗି କାମ ଓ ଖନନ ବେଳେ ଲଗାତର ପାଣି ସ୍ପ୍ରେ କରିବା ଏବଂ ସାଇଟରେ ଆଣ୍ଟି-ସ୍ମଗ୍ ଗନ୍‌-ୱାଟର ସ୍ପ୍ରିଙ୍କଲର ନିୟୋଜନ କରିବା, ୨୫ରୁ ୩୫ ଫୁଟ୍ ଯାଏଁ ଲୁହା ସିଟ୍ ସହିତ ବାଡ଼, ଆବର୍ଜନା ହଟାଇବା କିମ୍ବା ଏହାକୁ ଘୋଡାଇବା, ସାଇଟରେ ସିସିଟିଭି ଲଗାଇବା ଭଳି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଏପରି ଗାଇଡ୍‌ଲାଇନ୍‌ ଜାରି ହେବା ପରେ ବି ବିଭିନ୍ନ ନିର୍ମାଣଧୀନ ସ୍ଥାନରେ ଧୂଳି ମାଟି ଜମିବା ସହ ଆଳିଆ ପଡି ରହିଥିବା ଦେଖିବାକୁ ମିଳିଛି। ଏହାକୁ ନାଇ ବର୍ତ୍ତମାନ BMC ଆକ୍ସନ୍ ମୁଡ୍‌ରେ ଅଛି। ବିଲଡର ଏବଂ କଣ୍ଟ୍ରାକ୍ଟରମାନଙ୍କୁ ନୋଟିସ୍ ପଠାଯାଉଛି। ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମସି କଡ଼ା ଶବ୍ଦରେ କହିଛି।

Advertisment

ଏକ ଅଧ୍ୟୟନ ମୁତାବକ, ମୁମ୍ବାଇରେ ୪୨ ପ୍ରତିଶତ ପ୍ରଦୂଷଣ ବୃଦ୍ଧି ପାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ମୁମ୍ବାଇରେ ପ୍ରଦୂଷଣ ଦ୍ୱିଗୁଣିତ ହୋଇଛି। ମୁମ୍ବାଇରେ ବିପଜ୍ଜନକ ଧୂଳି ଏବଂ ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ନିର୍ମାଣ ସ୍ଥଳରେ ଜଳ ଛିଞ୍ଚିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଧୂଳି ଦମନ ଯନ୍ତ୍ରଗୁଡ଼ିକ କେବଳ ନରିମାନ ପଏଣ୍ଟ ଭଳି ଦକ୍ଷିଣ ମୁମ୍ବାଇ ଅଞ୍ଚଳରେ ଜଳ ସ୍ପ୍ରେ କରୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ଯେ ଆସିବାକୁ ଥିବା ୩୦ ଟି ଆଣ୍ଟି-ସ୍ମଗ୍ ଗନ୍‌ ମେସିନ୍ ଆସନ୍ତା ବର୍ଷ ମୁମ୍ବାଇରେ ଉପଲବ୍ଧ ହେବ। ଏଭଳି ସ୍ଥିତିରେ, ଦୀପାବଳି ପରେ ନଭେମ୍ବର ଏବଂ ଡିସେମ୍ବର ମାସରେ ଏଠାକର ବାୟୁର ପ୍ରଦୂଷଣ ସ୍ଥର ଅଧିକ ବିପଦଜନକ ହୋଇପାରେ ବୋଲି କୁହାଯାଉଛି।

Mumbai Air Quality Air Pollution