Advertisment

ପୁଣେରେ ବର୍ଷାର କର୍ଫ୍ୟୁ, ବୁଡ଼ିଲା ରାସ୍ତାଘାଟ, ୩ ମୃତ

ବର୍ଷା ଯୋଗୁ ପୁଣେରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି।

Pune Rain

Pune Rain

Advertisment

ମହାରାଷ୍ଟ୍ର ପୁଣେରେ ବର୍ଷାର କର୍ଫ୍ୟୁ। ଗତ ୪୮ ଘଣ୍ଟା ଧରି ହୋଇଥିବା ଲଗାଣ ବର୍ଷାରେ ବୁଡିଲା ରାସ୍ତାଘାଟ, ଘରେ ପସିଲା ପାଣି। ସଡ଼କ ପାଲଟିଲା ସମୁଦ୍ର। ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଥିବା ବେଳେ, ଗମନାଗମନରେ ସମସ୍ୟା ଭୋଗିଛନ୍ତି ଲୋକେ।

Advertisment

ସେପଟେ ଲଗାତର ବର୍ଷା ଯୋଗୁ ଉବୁଟୁବୁ ହେଉଛି ମୁମ୍ବାଇ। ଚେମ୍ବୁର ରାସ୍ତା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମୁମ୍ବାଇର ସାତଟି ନଦୀ ମଧ୍ୟରୁ ବିହାର ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମିଠି ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇଛି। ପୁଣେର ଅବସ୍ଥା ଅଧିକ ଖରାପ। ଅନେକ ଅଞ୍ଚଳରେ ବର୍ଷା ପାଣି ପଶିଛି। ଲୋକେ ଘରୁ ବାହାରିବା ମୁସକିଲ ହୋଇ ପଡିଛି। ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି।

ବର୍ଷା ଯୋଗୁ ପୁଣେରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୩ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରବଳ ବର୍ଷା ଯୋଗୁଁ କଡକଭାସଲା ଡ୍ୟାମ ଖୋଲାଯାଇଥିବାରୁ ତଳମୁଣ୍ଡରେ ମୁଲମୁଥା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଡ୍ୟାମରୁ ଏବେ ସେକେଣ୍ଡକୁ ୧୦ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ସହରତଳି ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

Advertisment

ପାଣିପାଗ ବିଭାଗ ଅନୁସାରେ ଆଜି ବି ମୁମ୍ବାଇ, ଥାଣେ, ପାଲଘର ଓ ରାୟଗଡ଼ରେ ପ୍ରବଳ ବର୍ଷା ହେବା ସମ୍ଭାବନା ରିହଛି। ମୁମ୍ବାଇକୁ ୟେଲୋ ଆଲର୍ଟ, ପାଲଘର ଓ ରାୟଗଡ଼ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। 

ମହାରାଷ୍ଟ୍ରରେ ଜୁଲାଇ ମାସରେ ବର୍ଷା ନୂଆ ରେକର୍ଡ ସୃଷ୍ଟି କରିଛି। ବର୍ତ୍ତମାନ ସୁଦ୍ଧା ୧୫୦୫.୫ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଏହା ପୂର୍ବରୁ ଗତ ବର୍ଷ ଜୁଲାଇ ମାସରେ ୧୭୭୧ ମିଲିମିଟର ବର୍ଷା ହୋଇଥିଲା।

Heavy Rain Mumbai Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe