Advertisment

ଅବିଶ୍ରାନ୍ତ ବର୍ଷାରେ ମାୟାନଗରୀ ବେହାଲ: ବୁଡ଼ିଲା ରାସ୍ତାଘାଟ, ଶିକ୍ଷାନୁଷ୍ଠାନ ବନ୍ଦ

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବର୍ଷା ସୃଷ୍ଟି କରିଛି ସାଂଘାତିକ ସ୍ଥିତି।

Rain

Rain

Advertisment

ଲଗାଣ ବର୍ଷାରେ ବେହାଲ ମାୟାନଗରୀ ମୁମ୍ବାଇ। ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ବର୍ଷା ସୃଷ୍ଟି କରିଛି ସାଂଘାତିକ ସ୍ଥିତି। ଲଗାଣ ବର୍ଷା ଯୋଗୁ ମୁମ୍ବାଇର ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ରାସ୍ତାଘାଟ ପାଣିରେ ବୁଡ଼ି ଯାଇଥିବା ବେଳେ ଟ୍ରାଫିକ ସମସ୍ୟା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି। ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବାରୁ ବିମାନ ସେବା ମଧ୍ୟ ଠିକ ଭାବେ ଲୋକଙ୍କୁ ମିଳୁ ପାରୁନାହିଁ। ଏକାଧିକ ବିମାନର ଗତିପଥ ବଦଳା ଯାଇଥିବା ବେଳେ ଆଉ କିଛିର ଉଡ଼ାଣ ସମୟ ପରିବର୍ତ୍ତନ କରାଯାଇଛି।

Advertisment

ପ୍ରଶାସନର ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ସହରରେ ୫୪ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କାରାଯାଇଛି। ତେବେ ପୂର୍ବ ଓ ପଶ୍ଚିମ ଉପକଣ୍ଠରେ ଯଥାକ୍ରମେ ୭୨ମିମି ଓ ୬୫ ମିମି ବର୍ଷା ହୋଇଛି। ବେଶ କିଛି ଦିନ ହେଲା ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ବର୍ଷା ଲାଗି ରହିଥିବା ବେଳେ ପାଣିପାଗ ବିଭାଗ ଆଜି ପାଇଁ ମଧ୍ୟ ରେଡ ଆଲର୍ଟ ଜାରି କରିଛି। ଏହାର ଅର୍ଥ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

ସ୍ଥିତିକୁ ଦେଖି ବ୍ରିହାନମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ(ବିଏମସି) ସମସ୍ତ ସ୍କୁଲ ଓ କଲେଜକୁ ସୋମାବର ଛୁଟି ଘୋଷଣା କରିଛି। ଜରୁରୀ କାମ ନଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

Advertisment

ରାସ୍ତାଘାଟରେ ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି। ଇଷ୍ଟର୍ଣ୍ଣ ଫ୍ରି ୱେ ଓ ୱେଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇୱେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ମୁମ୍ବାଇ ଓ ଏହାର ଆଖପାଖର ପ୍ରମୁଖ ରାସ୍ତାଗୁଡ଼ିକରେ ଶତାଧିକ ଗାଡ଼ି ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପ୍ରବଳ ବର୍ଷା ହେଉଥିବାର ଭିଡିଓ ସାମ୍ନାକୁ ଆସିଛି।

ଅନ୍ଧେରୀ, ଲୋଖଣ୍ଡୱାଲା, କଞ୍ଜୁରମାର୍ଗ, ସିଓନ ଗାନ୍ଧି ମାର୍କେଟ ଓ ନଭି ମୁମ୍ବାଇରେ ଜଳବନ୍ଦୀ ସମସ୍ୟା ଗୁରୁତର ସମସ୍ୟା ସୃଷ୍ଟି କରିଛି। ଖରାପ ପାଣିପାଗର ପ୍ରଭାବ ଏୟାର ଟ୍ରାଫିକ ଉପରେ ମଧ୍ୟ ପଡ଼ିଛି। ଅନେକ ବିମାନ ବିଳମ୍ବରେ ଚାଲୁଥିବା ବେଳେ ଏକାଧିକ ବିମାନର ଗତିପଥକୁ ବଦଳା ଯାଇଛି।

ଲୋକାଲ ଟ୍ରେନକୁ ମୁମ୍ବାଇର ଜୀବନ ରେଖା କୁହାଯାଏ। ବର୍ଷା ଯୋଗୁ ଲୋକାଲ ଟ୍ରେନ ମଧ୍ୟ ବିଳମ୍ବରରେ ଚାଲୁଛି। ଅନେକ ଟ୍ରେନ ୨୦ରୁ ୩୦ ମିନିଟ ବିଳମ୍ବରେ ଚାଲୁଥିବା ଖବର ମିଳିଛି। ରାସ୍ତାରେ ପାଣି ଜମି ରହିଥିବାରୁ ସରକାରୀ ବସ୍‌ଗୁଡ଼ିକର ଗତିପଥକୁ ବିଭିନ୍ନ ସ୍ଥାନରେ ବଦଳା ଯାଇଛି। ତେଣୁ ବିଏମସି ପକ୍ଷରୁ ଲୋକଙ୍କ ପାଇଁ ୧୯୬୧ ହେଲପଲାଇନ ନମ୍ବର ଜାରି କରାଯାଇଛି।

ଲଗାଣ ବର୍ଷା ଯୋଗୁ ଚେମ୍ବୁରରେ ଗୋଟିଏ କାନ୍ଥ ଭୁଶୁଡ଼ି ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି।

Mumbai Rain
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe