Advertisment

BMC Election: ମୁମ୍ବାଇକୁ ମିଳିବ ମହିଳା ମେୟର, ଲଟେରୀ ବ୍ୟବସ୍ଥାକୁ ବିରୋଧ କରି ବୈଠକରୁ ଉଠି ଆସିଲା ଉଦ୍ଧବ ସେନା

ମୁମ୍ବାଇର ମେୟର ଜଣେ ମହିଳା ହେଲେ ଏଥିରେ ଉଦ୍ଧବ ସେନାର କୌଣସି ଆପତ୍ତି ନାହିଁ। କିନ୍ତୁ ଜେନାରାଲ ବର୍ଗର ମହିଳା ହିଁ ମେୟର ହେବ ବୋଲି ଲଟେରୀ ଦ୍ୱାରା ନିଷ୍ପତ୍ତି ନିଆଯିବାକୁ ଦଳ ବିରୋଧ କରିଛି।

author-image
Hemant Lenka
BMC

ବିଏମସି ନିର୍ବାଚନ

ମୁମ୍ବାଇ ମେୟର ପଦବୀକୁ ନେଇ ରାଜନୀତିକ ଯୁଦ୍ଧ ଚାଲିଥିବା ବେଳେ ଗୁରୁବାର ଲଟେରୀ ବ୍ୟବସ୍ଥାରେ ସହରର ଭାଗ୍ୟ ନିର୍ଦ୍ଧାରଣ କରାଯାଇଛି। ଲଟେରୀ ବ୍ୟବସ୍ଥା ଦ୍ୱାରା ମୁମ୍ବାଇ ମେୟର ପଦବୀ ଜଣେ ସାଧାରଣ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ନିଷ୍ପତ୍ତି ହୋଇଛି। କିନ୍ତୁ ଏପରି ଲଟେରୀ ବ୍ୟବସ୍ଥା ଓ ଏହାର ରେଜଲ୍ଟକୁ ନାପସନ୍ଦ କରିଛି ଉଦ୍ଧବ ଠାକରେଙ୍କ ଶିବସେନା।

Advertisment

ମୁମ୍ବାଇର ମେୟର ଜଣେ ମହିଳା ହେଲେ ଏଥିରେ ଉଦ୍ଧବ ସେନାର କୌଣସି ଆପତ୍ତି ନାହିଁ। କିନ୍ତୁ ଜେନାରାଲ ବର୍ଗର ମହିଳା ହିଁ ମେୟର ହେବ ବୋଲି ଲଟେରୀ ଦ୍ୱାରା ନିଷ୍ପତ୍ତି ନିଆଯିବାକୁ ଦଳ ବିରୋଧ କରିଛି। 

ସଂରକ୍ଷଣ ବ୍ୟବସ୍ଥା ଅନୁସାରେ, ପୁଣେ, ଧୁଲେ, ବ୍ରିହାନ ମୁମ୍ବାଇ ମହାନଗର ନିଗମ(ବିଏମସି), ନାନ୍ଦେଦ, ନଭି ମୁମ୍ବାଇ, ମାଲେଗାଓଁ, ମୀରା ଭାୟାନ୍ଦର, ନାଶିକ ଓ ନାଗପୁର ମେୟର ମହିଳା ହିଁ ହେବେ।

Advertisment

ଲାଟୁର, ଜଲନା ଓ ଥାଣେ ଭଳି ୩ଟି ପୌର ପରିଷଦର ସର୍ବୋଚ୍ଚ ପଦ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଲାଟୁର ଓ ଜଲନାରେ ଅନୁସୂଚିତ ଜାତିର ମହିଳା ହିଁ ଅଧ୍ୟକ୍ଷ ହେବେ। ଥାଣେରେ ପୌର ପରିଷଦର ଅଧ୍ୟକ୍ଷ ଅନୁସୂଚିତ ଜାତିର ମହିଳା କିମ୍ବା ପୁରୁଷ ହୋଇପାରିବେ। 

ମହାରାଷ୍ଟ୍ରର(Maharashtra) ୮ଟି ପୌର ପରିଷଦ ଅନ୍ୟ ପଛୁଆ ବର୍ଗର ଲୋକଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି। ଅକୋଲା, ଚନ୍ଦ୍ରପୁର, ଅହଲ୍ୟାନଗର ଓ ଜଲଗାଁ ଓବିସି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବା ବେଳେ ପାନଭେଲ, ଇଚାଲକରଞ୍ଜି, କୋହ୍ଲାପୁର ଓ ଉଲାସଗନ କେବଳ ଓବିସି ବର୍ଗଙ୍କ ପାଇଁ ରହିଛି। 

ମୁମ୍ବାଇ ମେୟର ପୋଷ୍ଟରେ ହୋଇଥିବା ସଂରକ୍ଷଈ ବ୍ୟବସ୍ଥାକୁ ବିରୋଧ କରି ଉଦ୍ଧବ ସେନାର ନେତ୍ରୀ ତଥା ମୁମ୍ବାଇର ପୂର୍ବତନ ମେୟର କିଶୋରୀ ପେଦନେକର ବିଏମସିକୁ କାହିଁକି ଓବିସି ବର୍ଗରେ ସାମିଲ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ପୂର୍ବ ଦୁଇଟି ଟର୍ମରେ ଏହି ପୋଷ୍ଟକୁ ସଂପୂଣ୍ଣର୍ଶ ଭାବେ ଖୋଲା ରଖାଯାଇଥିଲା ବୋଲି ମଧ୍ୟ ସେ କହିଛନ୍ତି। ତାଙ୍କ ଆପତ୍ତି ଉପରେ ରାଜ୍ୟର ଜଣେ ମନ୍ତ୍ରୀ କହିଛନ୍ତି ଯେ ଏହାକୁ ବିଚାରକୁ ନିଆଯାଇଛି ଓ ଯାଞ୍ଚ କରାଯିବ।

ବୁଧବାର ଉଦ୍ଧବ ସେନା ୨୦୧୯ରୁ ୨୦୨୨ ଯାଏ ମେୟର ଭାବେ କାମ କରିଥିବା ପେଦନେକରଙ୍କୁ ଦଳର ନୂଆ କରି ନିର୍ବାଚିତ ବିଏମସି ଜେନେରାଲ ବଡୀର ନେତ୍ରୀ ଭାବେ ନିଯୁକ୍ତ କରାଯାଇଥିଲା। 

ଲଟେରୀ ପରେ ପୂର୍ବତନ ମେୟର ପେଦନେକର କହିଛନ୍ତି, “ମୁମ୍ବାଇରେ ଏମିତି ଅନେକ ଅଞ୍ଚଳ ରହିଛି , ଯେଉଁଠାରେ ଓବିସି ସଂପ୍ରଦାୟର ଲୋକ ରହୁଛନ୍ତି। ଲଟେରୀର କୌଣସି ଚିଟରେ ସେମାନଙ୍କ ପ୍ରତିନିଧିଙ୍କ ନାଁ ରହି ନଥିଲେ। ଏହା ଭୁଲ। ଆମେ ଏହାକୁ ନିନ୍ଦା କରୁଛୁ।” 

ବିଏମସି(Bmc) ନିର୍ବାଚନରେ ଏକନାଥ ସିନ୍ଦେଙ୍କ ଶବିସେନା ଓ ବିଜେପି ମେଣ୍ଟ କରିଥିଲେ। ମେଣ୍ଟ ବିଏମସିର ମୋଟ ୨୨୭ ଆସନରୁ ୧୧୮ଟିରେ ଜିତିଛି। ଏହା ମ୍ୟାଜିକ ନମ୍ବର ୧୧୪ରୁ ୪ ଅଧିକ। ହେଲେ ଏଠାରେ ସିନ୍ଦେ ସେନା ମେୟର ପଦ ପାଇଁ ଜିଦ କରୁଥିବାରୁ ଏହାକୁ ନେଇ ଟଣାଓଟରା ଚାଲିଛି। ଏସବୁ ଭିତରେ ଏବେ ସଂରକ୍ଷଣକୁ ନେଇ ବିବାଦ ଦେଖିବାକୁ ମିଳିଛି। 

Bmc Maharashtra