Advertisment

ମୁମ୍ବାଇ ଟ୍ରେନ ବିସ୍ଫୋରଣ: ନିର୍ଦ୍ଦୋଷ ରାୟକୁ ‘ସୁପ୍ରିମ’ ଚ୍ୟାଲେଞ୍ଜ

ସୋମବାର ବମ୍ବେ ହାଇକୋର୍ଟ ୨୦୦୯ ତଳ ଅଦାଲତ ଦେଇଥିବା ରାୟକୁ ଖାରଜ କରି ଦେଇଥିଲେ। ତଳ କୋର୍ଟ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ।

Blast

Blast

Advertisment

ବହୁଚର୍ଚ୍ଚିତ ୨୦୦୬ ମସିହା ୭/୧୧ ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ୱାଡ ବା ଏଟିଏସ୍‌ ବଡ଼ ପଦକ୍ଷେପ ନେଇଛି। ଏହି ଘଟଣାରେ ବମ୍ବେ ହାଇକୋର୍ଟ ସମସ୍ତ ୧୨ ଦୋଷୀଙ୍କୁ ସୋମବାର ନିର୍ଦ୍ଦୋଷରେ ଖଲାସ କରିଥିଲେ। ଏବେ ହାଇକୋର୍ଟଙ୍କ ନିର୍ଦ୍ଦୋଷ ରାୟକୁ ଏଟିଏସ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ସୁପ୍ରିମକୋର୍ଟ ଆବେଦନର ଶୁଣାଣି ଜୁଲାଇ ୨୪ରେ କରିବେ ବୋଲି ରାଜି ହୋଇଛନ୍ତି।

Advertisment

ଏଟିଏସ କରିଥିବା ଆବେଦନର ଶୁଣାଣି ଗୁରୁବାର ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ, ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ କରିବେ। ମହାରାଷ୍ଟ୍ର ଏଟିଏସ୍‌ ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟା ଏପରି ଆବେଦନ ସୁପ୍ରିମକୋର୍ଟରେ କରିଛନ୍ତି। ଏଥିସହ ସେ ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। କୋର୍ଟ ତାଙ୍କୁ ଆବେଦନକୁ ଗ୍ରହଣ କରି ଗୁରୁବାର ମାମଲାର ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ସୋମବାର ବମ୍ବେ ହାଇକୋର୍ଟ ୨୦୦୯ ତଳ ଅଦାଲତ ଦେଇଥିବା ରାୟକୁ ଖାରଜ କରି ଦେଇଥିଲେ। ତଳ କୋର୍ଟ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୨ ଜଣଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିଲେ। ୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

Advertisment

ବମ୍ବେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ବିଚାରପତି ଜଷ୍ଟିସ ଅନୀଲ କିଲୋର ଓ ଜଷ୍ଟିସ ଶ୍ୟାମ ଚନ୍ଦକ ମାମଲାର ଶୁଣାଣି କରି ଏପରି ରାୟ ଦେଇଥିଲେ। ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି। କେବଳ ସନ୍ଦେହ ଛଡ଼ା ସରକାରୀ ଓକଲି କୌଣସି ପ୍ରକାରର ଠୋସ ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି।

ମୁଖ୍ୟ ସାକ୍ଷୀମାନଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ସେମାନେ ଯେଉଁଭଳି ଭାବେ ଅଭିଯୁକ୍ତମାନଙ୍କୁ ପ୍ୟାରେଡ ଜରିଆରେ ଚିହ୍ନଟ କଲେ, ତା’ ଉପରେ ଅନେକ ପ୍ରଶ୍ନବାଚୀ ରହିଛି। ସେହିପରି ସ୍ୱୀକାରୋକ୍ତି ଏଟିଏସ ଅଧିକାରୀଙ୍କ ଅତ୍ୟନ୍ତ ନିର୍ଯାତନା ବଳରେ ହାସଲ କରାଯାଇ ଯାଇଥିଲାୟ ବୋଲି ବମ୍ୱେ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।

ବମ୍ବେ ହାଇକୋର୍ଟର ରାୟ ମହାରାଷ୍ଟ୍ର ଏଟିଏସ୍‌ ପାଇଁ ଶକ୍ତ ଝଟକା ସଦୃଶ ରହିଥିଲା। ଏହାର ତଦନ୍ତ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏବେ ନିଜର ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଏଟିଏସ ସୁପ୍ରିମକୋର୍ଟଙ୍କ ଆଗରେ ହାଜର ହୋଇଛି।

Supreme Court Mumbai Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe