Advertisment

EMI ଫାଙ୍କିବାର ନୂଆ ଫଣ୍ଡା, ସମାନ ନମ୍ବର ପ୍ଲେଟ୍‌ ଥିବା ଦୁଇଟି କାର୍‌ ଜବତ

ଇଏମ୍ଆଇ ଭରି ନଥିବାରୁ ଫାଇନ୍ସ କମ୍ପାନୀର ଏଜେଣ୍ଟଙ୍କ ଆଖିରେ ଧୂଳି ଦେବାକୁ ଏଭଳି କିଛି ଫଣ୍ଡା ଆପଣାଇଥିଲେ କାର୍‌ ଡ୍ରାଇଭର। ଶେଷରେ ଧରାପଡିଛନ୍ତି।

author-image
Madhupriya Mistry
Car

Car

ଠକେଇର ନୂଆ ଫଣ୍ଡା। ଗୋଟିଏ ନମ୍ବର ପ୍ଲେଟ୍‌ର ମିଳିଲା ଦୁଇଟି ଗାଡ଼ି। ଇଏମ୍‌ଆଇ ଫାଙ୍କିବାକୁ ଅନ୍ୟର ଗାଡ଼ିର ନମ୍ବର ପ୍ଲେଟର ନକଲ ନିଜ ଗାଡ଼ିରେ ଲଗାଇଲେ ଅଭିଯୁକ୍ତ। ଶେଷରେ ଧରାପଡିଲେ। ମୁମ୍ବାଇରୁ ସାମ୍ନାକୁ ଆସିଛି କିଛି ଘଟଣା।

Advertisment

ସୋମବାର ମୁମ୍ବାଇର କୋଲାବାସ୍ଥିତ ତାଜ ହୋଟେଲ ନିକଟରୁ ସମାନ ନମ୍ବର ଥିବା ଦୁଇଟି ଟୁରିଷ୍ଟ କାର ଜବତ ହୋଇଛି। ପୁଲିସ ସୂଚନାନୁସାରେ, କାରର EMI ପୈଠ କରି ନଥିଲେ କାର୍‌ ମାଲିକ। ତେଣୁ ଫାଇନ୍ସ କମ୍ପାନୀ ତାଙ୍କ କାର୍‌କୁ ଯେପରି ଉଠାଇ ନ ନିଏ ସେଥିପାଇଁ ସେ ଜାଣିଶୁଣି ନମ୍ବର ପ୍ଲେଟରେ ଟାମ୍ପରିଂ କରିଥିଲେ। ଏହାର ଖୁଲାସା ହେବା ପରେ ମୁମ୍ବାଇ ପୁଲିସ ଗାଡି ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

କୋଲାବା ପୁଲିସର କହିବା ମୁତାବକ, ନରିମନ ପଏଣ୍ଟ ବାସିନ୍ଦା ସାକିର ଅଲି ତାଙ୍କ ଏରଟିଗା କାର ସହିତ ପଞ୍ଜୀକରଣ ନମ୍ବର MH01-EE-2388 ସହିତ ଗେଟୱେ ଅଫ୍‌ ଇଣ୍ଡିଆ ସମ୍ମୁଖରେ ଯାଉଥିବାବେଳେ ସେଠାରେ ସମାନ ପଞ୍ଜୀକରଣ ନମ୍ବର ଥିବା ଅନ୍ୟ ଏକ ଏରଟିଗା କାର ଦେଖିଥିଲେ। ସେ ନିଜ କାରକୁ ଅଟକାଇ ପୁଲିସକୁ ଏ ବିଷୟରେ ଜଣାଇଥିଲେ। ଉଭୟ ଗାଡି ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ତଦନ୍ତ ପାଇଁ କୋଲାବା ପୁଲିସ ଷ୍ଟେସନକୁ ଅଣା ଯାଇଥିଲା।

Advertisment

ପଚରାଉଚରା ପରେ ଗୋଟିଏ କାର୍‌ର ନମ୍ବର ନକଲି ଥିବା ଜଣାପଡିଥିଲା। ଅସଲି ପଞ୍ଜିକରଣ ନମ୍ବର ଥିବା କାର ଡ୍ରାଇଭର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ନବି ମୁମ୍ବାଇ ବାସିନ୍ଦା ପ୍ରସାଦ କଦମ ତାଙ୍କ ଗାଡିର ନମ୍ବର ପ୍ଲେଟରେ ଟ୍ୟାମ୍ପରିଂ କରିଥିଲେ। ସେ ଇଏମ୍‌ଆଇ ପୈଠ କରିନଥିବା ଯୋଗୁ ଫାଇନ୍ସ କମ୍ପାନୀର କର୍ମଚାରୀଙ୍କ ଆଖିରେ ଧୂଳି ଦେବା ପାଇଁ ଏଭଳି ଫଣ୍ଡା ଆପଣାଇଥିଲେ।

ଅଲିଙ୍କ କାରର ପଞ୍ଜୀକରଣ ନମ୍ବର MH01EE2388 ହୋଇଥିବାବେଳେ ପ୍ରସାଦ କଦମ କାରର ଅସଲି ନମ୍ବର ହେଉଛି MH01EE2383। ପ୍ରସାଦ କଦମ ପୁଲିସକୁ କହିଛନ୍ତି ଯେ ସେ ଜାଣିଶୁଣି ତାଙ୍କ ନମ୍ବର ପ୍ଲେଟର ଶେଷ ଅଙ୍କକୁ '୩' ରୁ '୩' ରେ ପରିବର୍ତ୍ତନ କରିଥିଲେ। ଫାଇନ୍ସ କମ୍ପାନୀର ଏଜେଣ୍ଟଙ୍କ ଠାରୁ ବର୍ତ୍ତିବାକୁ ସେ ଏଭଳି କରିଥିବା ସ୍ୱୀକାର କରିଛନ୍ତି।

Mumbai Taj Hotel 2 Cars With Same Number Plate