Advertisment

ଲିଭଇନ୍ ପାର୍ଟନରଙ୍କୁ ହତ୍ୟା କରି ଖଟ ବାକ୍ସରେ ଲୁଚାଇଥିଲେ

୩ ବର୍ଷର ପ୍ରେମ ସମ୍ପର୍କ ପରେ ସାଥୀ ହୋଇ ରହୁଥିଲେ।

author-image
Tapas Behera
ଅଦ୍ୟତନ ହୋଇଛି
Mumbai Woman

Mumbai Woman

୩ ବର୍ଷର ପ୍ରେମ ସମ୍ପର୍କ ପରେ ସାଥୀ ହୋଇ ରହୁଥିଲେ। ବିବାହ କରିନଥିଲେ। କିନ୍ତୁ ଲିଭ ଇନ୍‌ରେ ରହୁଥିଲେ। ହେଲେ ଚଳିବା ପାଇଁ ଆର୍ଥିକ ପରିସ୍ଥିତିକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଲା । ପ୍ରେମିକର ରୋଜଗାର ନଥିବାରୁ ପାର୍ଟନର ସହ କଳହ ଉପୁଜି ଶେଷରେ ହତ୍ୟାକାଣ୍ଡର ରୂପ ନେଇଛି। ପାର୍ଟନରଙ୍କୁ ହତ୍ୟା ଅଭିଯୋଗରେ ସାଥୀ ପାର୍ଟନରଙ୍କୁ ପୁଲିସ ଗିରଫ କରିଛି। ଘଟଣାଟି ମୁମ୍ବାଇରେ ଘଟିଛି। ହତ୍ୟା ପରେ ଅଭିଯୁକ୍ତ ପାର୍ଟନର ତାଙ୍କ ତାର ମୃତ ଦେହକୁ ବିଛଣା ଖଟ ବାକ୍ସରେ ଲୁଚାଇଥିଲେ। ମୁମ୍ବାଇରେ ଉଭୟେ ଭଡ଼ାରେ ରହୁଥିଲେ। ଗିରଫ ଅଭିଯୁକ୍ତ ହେଲେ ହାର୍ଦ୍ଦିକ ଶାହ।

Advertisment

ଅପରାଧ ପରେ ହାର୍ଦ୍ଦିକ ମହାରାଷ୍ଟ୍ରର ପାଲଘରକୁ ଖସି ଯାଉଥିବା ବେଳେ ଗିରଫ ହୋଇଛନ୍ତି। ପୁଲିସର ସୂଚନା ଅନୁଯାୟୀ ହାର୍ଦ୍ଦିକ ବେକାର ଥିଲେ। ତାଙ୍କ ରୋଜଗାର ନଥିଲା। ନିଜ ଲିଭ ଇନ ପାର୍ଟନର ମେଘା ନର୍ସ ଭାବେ କାର୍ଯ୍ୟ କରୁଥିଲେ। ତେବେଳ ମୁମ୍ବାରଇରେ ଅଳ୍ପ ଦରମାରେ ଉଭୟଙ୍କ ଚଳିବା ପାଇଁ ସମସ୍ୟା ହୋଇଥିଲା।। ଏଥିରେ ଉଭୟଙ୍କ ମଧ୍ୟରେ କଳହ ଉପୁଜି ଥିଲା। ରୋଜଗାରକୁ ନେଇ ଦୁହିଙ୍କ ମଧ୍ୟରେ ବହୁ ସମୟଧରି ପାଟିତୁଣ୍ଡ ହୋଇଥାଏ।

ଏଥିରେ ଉତ୍ତ୍ୟକ୍ତ ହୋଇ ହାର୍ଦ୍ଦିକ ତାଙ୍କ ପାର୍ଟନର ମେଘାଙ୍କୁ ହତ୍ୟା କରି ନିଜ ବେଡରେ ତଳେ ଥିବା ବାକ୍ସରେ ମୃତ ଦେହକୁ ଳୁଚାଇଥିଲେ। ପରେ ହାର୍ଦ୍ଦିକ କିଛି ଘରକରଣା ଜିନିଷ କିଣିବା ସହ ଟଙ୍କା ନେଇ ଫେରାର ହେବାକୁ ବସିଥିଲେ। ପୁଲିସ ହାର୍ଦ୍ଦିକ ଟ୍ରେନରେ ଫେରାର ହେଉଥିବା ସୂଚନା ପାଇ ଲୋକେସନ ଟ୍ରାକ୍ କରିଥିଲା। ହାର୍ଦ୍ଦିକ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ମୁମ୍ବାଇ ପୁଲିସ ରେଲୱେ ପୁଲିସକୁ ଗିରଫ କରିବାକୁ ଜଣାଇଥିଲା। ଏହା ପରେ ରେଲୱେ ପୁଲିସ ତାଙ୍କୁ ଗିରଫ କରିଥିଲା।

Advertisment
Crime