Advertisment

ଆଶ୍ଚର୍ଯ୍ୟ ! ଆଇସକ୍ରିମରୁ ବାହାରିଲା କଟା ଆଙ୍ଗୁଠି

କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

author-image
Debibandita Barick
ଅଦ୍ୟତନ ହୋଇଛି
Ice Cream

Ice Cream

ମୁମ୍ବାଇରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଅନଲାଇନରେ ଅର୍ଡର୍ ହୋଇଥିବା ଆଇସକ୍ରିମରୁ ବାହାରିଛି ମଣିଷ ଆଙ୍ଗୁଠି। ଆଇସକ୍ରିମ ଭିତରେ କଟା ଆଙ୍ଗୁଠି ଦେଖି ଭୟରେ ପୁଲିସ ଷ୍ଟେସନରେ ପହଞ୍ଚିଛନ୍ତି ଗ୍ରାହକ।

Advertisment

ସୂଚନା ଅନୁସାରେ ମାଲଦା ଉପକଣ୍ଠରେ ଜଣେ ମହିଳା Yummo ଆଇସକ୍ରିମ ଦୋକାନରୁ ଏକ କୋନ୍ ଆଇସକ୍ରିମ ଅର୍ଡର୍ କରିଥିଲେ। ଅର୍ଡରର କିଛି ସମୟ ପରେ ଆଇସକ୍ରିମ ଡେଲିଭର ହୋଇଥିଲା। କିନ୍ତୁ ଖାଇବା ପାଇଁ ଯେତେବେଳେ ଆଇସକ୍ରିମକୁ ଖୋଲିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

ଆଇସକ୍ରିମ ଭିତରେ ଏକ କଟା ଆଙ୍ଗୁଠି ଥିବା ସେ ଅଭିଯୋଗ କରିଛନ୍ତି। ଉକ୍ତ ମହିଳା ଆଇସକ୍ରିମରେ ଫଟୋ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଆଇନସ୍କ୍ରିମ ଉପରି ଭାଗରେ ଏକ ମଣିଷ ଆଙ୍ଗୁଠି ଦେଖାଯାଉଥିବା କୁହାଯାଉଛି। 

Advertisment

ସେ ଏନେଇ ଭୟଭିତ ହେବା ସହ ପୁଲିସର ଦ୍ୱାରସ୍ଥ ହୋଇଛନ୍ତି। ମାଲଦା ପୁଲିସ ଷ୍ଟେସନରେ ଅଭିଯୋଗ ହେବା ପରେ ପୁଲିସ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

Mumbai News Yummo Ice Cream Finger In Ice Cream Ice Cream