Advertisment

ଦୀପାବଳିରେ ଡବଲ ମର୍ଡର; ପାଦ ଛୁଇଁ ଫାୟାରିଂ କଲା ଅଭିଯୁକ୍ତ

ନିଜ ଘର ବାହାରେ ବାଣ ଫୁଟାଉଥିବା ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁ ତାଙ୍କୁ ଗୁଳି କରିଦେଲେ ଅଭିଯୁକ୍ତ। ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି।

author-image
Niharika Rout
ଅଦ୍ୟତନ ହୋଇଛି
Firing

Firing

ସମଗ୍ର ଦେଶ ଦୀପାବଳି ଉତ୍ସବ ପାଳୁଥିବା ବେଳେ ରାଜଧାନୀ ଦିଲ୍ଲୀରେ ଘଟିଛି ଅଘଟଣ । ନିଜ ଘର ବାହାରେ ବାଣ ଫୁଟାଉଥିବା ଜଣେ ବ୍ୟକ୍ତିଙ୍କ ପାଦ ଛୁଇଁ ତାଙ୍କୁ ଗୁଳି କରିଦେଲେ ଅଭିଯୁକ୍ତ। ଏହି ଅଘଟଣରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେମାନେ ଦାଦା, ପୁତୁରା ବୋଲି ଜଣାଯାଇଛି। ଏହି ଫାୟାରିଂରେ ଜଣେ ୧୦ ବର୍ଷର ନାବାଳକ ଗୁରୁତର ହୋଇଛି।

Advertisment

ଦିଲ୍ଲୀର ଶହାଦରା ଅଞ୍ଚଳରେ ଏହି ଭୟଙ୍କର କାଣ୍ଡ ଘଟିଛି। ମୃତକଦ୍ୱୟ ହେଲେ ଆକାଶ ଶର୍ମା, ତାଙ୍କ ୧୬ ବର୍ଷୀୟ ପୁତୁରା ଋଷଭ । ଏଥିରେ ଆକାଶଙ୍କ ୧୦ ବର୍ଷୀୟ ପୁଅ କୃଷ୍ଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି।

ମୃତ ଆକାଶଙ୍କ ମା’ଙ୍କ କହିବାନୁଯାୟୀ, ଅଭିଯୁକ୍ତ କିଛି ଦିନ ହେବ ତାଙ୍କ ଘର ପାଖରେ ବୁଲୁଥିଲା। ଦୀପାବଳି ପୂର୍ବ ଦିନ ସେ ଘରକୁ ମିଠା ଦେବାକୁ ଆସିଥିଲା। କିନ୍ତୁ ପରିବାର ସଦସ୍ୟ ଗେଟ୍‌ ନ ଖୋଲିବାରୁ ସେ ପଳାଇଥିଲା।

Advertisment

ଗତ ରାତିରେ ଆକାଶ ନିଜ ପରିବାର ସଦସ୍ୟଙ୍କ ସହ ଗେଟ୍‌ ବାହାରେ ବାଣ ଫୁଟାଉଥିଲେ। ଉକ୍ତ ସମୟରେ ଅଭିଯୁକ୍ତଜଣକ ସେଠାରେ ପହଞ୍ଚିଥିଲେ। ସେ ପ୍ରଥମେ ଆକାଶଙ୍କ ପାଦ ଛୁଇଁଥିଲେ। ଏହାପରେ ଆଖି ବୁଜା ଗୁଳି ଚଳାଇଥିଲେ। ଆକାଶ, ଋଷଭ ଓ କୃଷ୍ଣଙ୍କ ଶରୀରରେ ଗୁଳି ବାଜିଥିଲା।

ପରିବାର ଲୋକେ ତୁରନ୍ତ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଆକାଶ ଓ ଋଷଭଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ କୃଷ୍ଣ ଚିକିତ୍ସିତ ହେଉଛନ୍ତି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଅଭିଯୁକ୍ତଜଣକ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି। ତେବେ ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

Delhi Firing