Advertisment

ନାଳରୁ ମିଳିଲା ଶିଶୁର ରକ୍ତାକ୍ତ ମୃତଦେହ, ସ୍କୁଲରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ

ଗତକାଲି ସ୍କୁଲ ଯାଇଥିବା ୪ ବର୍ଷୀୟ ଶିଶୁ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ପାଇଥିଲେ ପୁଅର ରକ୍ତାକ୍ତ ମୃତଦେହ। ଏହାପରେ ଆରମ୍ଭ ହୋଇଗଲା ଉତ୍ତେଜନା ।

author-image
Niharika Rout
Tension Situation

Tension Situation

ଗତକାଲି ସ୍କୁଲ ଯାଇଥିବା ୪ ବର୍ଷୀୟ ଶିଶୁ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ପରିବାର ଲୋକେ ପାଇଥିଲେ ପୁଅର ରକ୍ତାକ୍ତ ମୃତଦେହ। ଏହାପରେ ଆରମ୍ଭ ହୋଇଗଲା ଉତ୍ତେଜନା । ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ନିଆଁ ଲଗାଇ ଦେବା ସହ ରାସ୍ତାରେ ଯାଉଥିବା ଲୋକଙ୍କୁ ପିଟିବାକୁ ପଛାଇ ନ ଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି। ଏପରି ଏକ ଅଭାବନୀୟ ଘଟଣା ବିହାର ରାଜଧାନୀ ପାଟଣାରେ ଘଟିଛି।

Advertisment

ମୃତ ଶିଶୁ ହେଉଛନ୍ତି ଶୈଳେନ୍ଦ୍ର ରାୟଙ୍କ ୪ ବର୍ଷୀୟ ପୁଅ ଆୟୁଷ କୁମାର। ଆୟୁଷ ପାଟନାରେ ଥିବା ଏକ ଘରୋଇ ସ୍କୁଲରେ ପଢ଼ୁଥିଲେ। ଗତକାଲି ସେ ସ୍କୁଲ ଯାଇଥିବା ବେଳେ ଏହାପରେ ସେଠାରେ ଟ୍ୟୁସନ ହେବାକୁ ରହିଥିଲେ। ମାତ୍ର ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନ ଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ସ୍କୁଲ ନିକଟସ୍ଥ ଏକ ନାଳରୁ ଆଜି ଭୋରରୁ ପିଲାଟିର ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଜି ସକାଳେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପିଲାଟିକୁ ହତ୍ୟା କରା ଯାଇଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ସ୍କୁଲରେ ନିଆଁ ଲଗାଇ ଦେଇଛନ୍ତି। ଏଥିସହ ରାସ୍ତାରୋକ କରି ରାସ୍ତାରେ ଯାଉଥିବା ଲୋକଙ୍କୁ ମାରପିଟ କରୁଥିବା ଜଣାଯାଇଛି।

Advertisment

ଖବର ପାଇ ପୁଲିସ୍‌ ଓ ଦମକଳ ବାହିନୀ ପହଞ୍ଚି ସ୍କୁଲରେ ଲାଗିଥିବା ନିଆଁକୁ ପ୍ରଶମିତ କରିଛନ୍ତି। ଏଥିସହ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ପୁଲିସ୍‌ ଚେଷ୍ଟା କରୁଥିବା ବେଳେ ତାହା ସମ୍ଭବ ହୋଇ ପାରିନି। ତୁରନ୍ତ ହତ୍ୟାକାରୀକୁ ଗିରଫ କରାଯିବା ସହ ହତ୍ୟାର କାରଣର ଖୁଲାସା କରିବାକୁ ପରିବାର ଲୋକେ ଦାବି କରିଛନ୍ତି। ପୁଲିସ୍‌ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି।

Murder Bihar Child Death Tension Situation