Advertisment

ଖୋଲିଲା ନିହତ ଆତଙ୍କବାଦୀ ହରଦୀପ ସିଂହ ନିଜାରର କଳା ଚିଠା

ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ୧୯୮୦ରୁ ଅପରାଧ ଜଗତ ସହ ଯୋଡ଼ି ହୋଇଥିଲା। ତା’ର ଲିଙ୍କ ସ୍ଥାନୀୟ ଗୁଣ୍ଡାମାନଙ୍କ ସହ ରହିଥିଲା।

Nijjar

Nijjar

Advertisment

ନିହତ ଆତଙ୍କବାଦୀ ହରଦୀପ ସିଂହ ନିଜାରର ଭାରତ ବିରୋଧୀ ଷଡ଼ଯନ୍ତ୍ରର କଳା ଚିଠା ଖୋଲି ଯାଇଛି। ହରଦୀପ ସିଂହ ପାଇଁ କାନାଡା ଓକିଲାତି କରୁଥିବା ବେଳେ ଭାରତ ସହ କୂଟନୀତିକ ଯୁଦ୍ଧ ଆରମ୍ଭ କରିଛି। କିନ୍ତୁ ଭାରତୀୟ ଗୁଇନ୍ଦା ବିଭାଗର ତଥ୍ୟ ଆଧାରରେ ପ୍ରସ୍ତୁତ ହୋଇଥିବା ଦସ୍ତାବିଜ ହରଦୀପର ସାଂଘାତିକ ଖେଳର ପର୍ଦ୍ଦା‍ଫାସ କରିଛି।

Advertisment

ଦସ୍ତାବିଜରେ କୁହାଯାଇଛି ଯେ ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ୧୯୮୦ରୁ ଅପରାଧ ଜଗତ ସହ ଯୋଡ଼ି ହୋଇଥିଲା। ତା’ର ଲିଙ୍କ ସ୍ଥାନୀୟ ଗୁଣ୍ଡାମାନଙ୍କ ସହ ରହିଥିଲା। ୧୯୯୬ରେ ନକଲି ପାସପୋର୍ଟ ବଳରେ କାନାଡା ଚାଲି ଯାଇଥିବା ହରଦୀପ ସେଠାରେ ଟ୍ରକ ଡ୍ରାଇଭର ଭାବେ କାମ ଆରମ୍ଭ କରିଥିଲା।

କିନ୍ତୁ ସେ ଏକଦା ପାକିସ୍ତାନ ଯାଇ ଆତଙ୍କାବଦ କାର୍ଯ୍ୟକଳାପର ତାଲିମ ନେଇଥିଲା। କାନାଡାରେ ରହି ସେ ପଞ୍ଜାବରେ ଏକାଧିକ ହତ୍ୟା ଓ ହମଲା କରାଇବାକୁ ନିର୍ଦ୍ଦେଶ ଦେଇଥିଲା। ପଞ୍ଜାବର ଜଲନ୍ଧର ଅନ୍ତର୍ଗତ ଭର ସିଂହ ପୁର ଗାଁର ମୂଳ ବାସିନ୍ଦା ହରଦୀପ ସିଂହ ନିଜାର ତା’ର ଗ୍ୟାଙ୍ଗଷ୍ଟର ଜୀବନ ଗୁନେକ ସିଂହ ଓରଫ ନେକା ନାଁରେ ଆରମ୍ଭ କରିଥିଲା।

Advertisment

୮୦ ଓ ୯୦ ଦଶକରେ ସେ ଖଲିସ୍ତାନ କମାଣ୍ଡୋ ଫୋର୍ସ(କେସିଏଫ) ଆତଙ୍କବାଦୀଙ୍କ ସହ ସମ୍ପର୍କ ରଖିଥିଲା। ୨୦୧୨ ଯାଏ ସେ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ମୁଖ୍ୟ ଜଗତାର ସିଂହ ତାରା ସହ ମିଶି କାମ କରିଥିଲା। ଏକାଧିକ ଆତଙ୍କବାଦୀ କାର୍ଯ୍ୟକଳାପରେ ସେ ସାମିଲ ଥିବା ଜଣାପଡ଼ିବା ପରେ ନିଜାର ୧୯୯୬ରେ କାନାଡାକୁ ଖସି ଚାଲି ଯାଇଥିଲା।

କାନାଡାରେ ଥିବା ବେଳେ ସେ ପାକିସ୍ତାନ ଭିତ୍ତିକ କେଟିଏଫ ମୁଖ୍ୟ ଜଗତାର ସିଂହ ତାରା ସଂସ୍ପର୍ଶରେ ଆସିଥିଲା। ୨୦୧୨ ଏପ୍ରିଲରେ ସେ ପାକିସ୍ତାନ ଯାଇ ବୈଶାଖୀ ଜାଠ ସଦସ୍ୟ ଭାବେ କାମ ଆରମ୍ଭ କରିଥିଲେ। ସେଠାରେ ସେ ପ୍ରାୟ ୧୪ ଦିନ କାଳ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଚଳାଇବା ଓ ବିସ୍ଫୋରଣ କରିବାର ତାଲିମ ନେଇଥିଲା ବୋଲି ଦସ୍ତାବିଜରେ କୁହାଯାଇଛି।

ପାକିସ୍ତାନରୁ କାନାଡାକୁ ଫେରିବା ପରେ ସେ ନିଜର ସହଯୋଗୀମାନଙ୍କ ଦ୍ୱାରା ଆତଙ୍କବାଦ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ଼ କରିଥିଲା। ସେ ନିଶା କାରବାର ଓ ଅସ୍ତ୍ରଶସ୍ତ୍ର ଚାଳାଣ ମଧ୍ୟ କରୁଥିଲା।

ଜଗତାର ସିଂହ ସହ ମିଶି ନିଜାର ପଞ୍ଜାବରେ ଆତଙ୍କବାଦୀ ହମଲାର ଯୋଜନା କରିଥିଲା। ଏଥିପାଇଁ ସେ କାନାଡାରେ କିଛି ଯୁବକଙ୍କୁ ନେଇ ଗୋଟିଏ ଗ୍ୟାଙ୍ଗ ତିଆରି କରିଥିଲେ। ଏହି ଗ୍ୟାଙ୍ଗରେ ମନଦୀପ ସିଂହ ଧାଲିୱାଲ, ସରବଜିତ ସିଂହ, ଅନୂପବୀର ସିଂହ ଓ ଦର୍ଶନ ସିଂହ ଓରଫ ଫୌଜି ଥିଲେ। ଏମାନେ ୨୦୧୫ ଡିସେମ୍ବର ମାସରେ ବ୍ରିଟିଶ କଲୋମ୍ବିଆରେ ତାଲିମ ନେଇଥିଲେ।

୨୦୧୪ରେ ନିଜାର ହରିଆଣାର ସିର୍ସାରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟାଳୟରେ ହମଲା କରିବାକୁ ବ୍ଲୁପ୍ରିଣ୍ଟ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। କିନ୍ତୁ ସେ ଭାରତରେ ପହଞ୍ଚିବାକୁ ସକ୍ଷମ ହୋଇ ନଥିଲା। ତେଣୁ ସେ ତା’ର ଭାରତୀୟ ସହଯୋଗୀମାନଙ୍କୁ ପୂର୍ବତନ ଡିଜିପି ମହମଦ ଇଜହାର ଆଲମ, ପଞ୍ଜାବ ଭିତ୍ତିକ ଶିବସେନା ନେତା ନିଶାନ୍ତ ଶର୍ମା ଓ ବାବା ମନ ସିଂହ ପେହୋୱା ୱାଲେଙ୍କୁ ଟାର୍ଗେଟ କରିବାକୁ କହିଥିଲା।

ପଞ୍ଜାବରେ ଆତଙ୍କବାଦ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ନିଜାର ମୋଗାର ଗ୍ୟାଙ୍ଗଷ୍ଟର ଅର୍ଶଦୀପ ସିଂହ ଗିଲ ଓରଫ ଅର୍ଶ ଡାଲା ସହ କାମ କରିଥିଲା। ତା’ ନିର୍ଦ୍ଦେଶରେ ମନୋହର ଲାଲ ଅରୋରା ଓ ତାଙ୍କ ପୁଅ ଜତିନ୍ଦରବୀର ସିଂହ ଅରୋରାଙ୍କୁ ମାରିବାକୁ କହିଥିଲା।

୨୦୨୦ ନଭେମ୍ବର ୨୦ରେ ଭାଠିଣ୍ଡାରେ ମନୋହରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କିନ୍ତୁ ତାଙ୍କ ପୁଅ ଆକ୍ରମଣରୁ ବର୍ତ୍ତି ଯାଇଥିଲା। ଏହି ହତ୍ୟାକାଣ୍ତ ପାଇଁ ନିଜାର କାନାଡାରୁ ଟଙ୍କା ପଠାଇଥିବା ଦସ୍ତାବିଜରେ କୁହାଯାଇଛି।

Hardeep Singh Nijjar Canada India Canada Prime Minister Justin Trudeau
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe